ଭୁବନେଶ୍ବର: ସୁନା ଦର ଶନିବାର ପୁଣି ବଢ଼ିଛି। ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୨୭୦ ଟଙ୍କା ବଢ଼ି ସର୍ବକାଳୀନ ରେକର୍ଡ ୯୫,୬୭୦ ଟଙ୍କା ଛୁଇଁଛି। ସେହିଭଳି ୨୨ କ୍ୟାରେଟ୍ ସୁନା ଦର ମଧ୍ୟ ୧୦ ଗ୍ରାମ୍ ପିଛା ୨୫୦ ଟଙ୍କା ବୃଦ୍ଧି ପାଇ ୮୭,୭୦୦ ଟଙ୍କାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ଆରମ୍ଭ ହୋଇଥିବା ଶୁଳ୍କ ଯୁଦ୍ଧ ସମେତ ଅନ୍ୟାନ୍ୟ ଭୂରାଜନୈତିକ କାରଣ ପାଇଁ ବଜାରରେ ସୁନା ମହଙ୍ଗା ହେବାରେ ଲାଗିଛି।
ଏପ୍ରିଲ ମାସର ସୁନା ଦର ଉପରେ ନଜର ପକାଇଲେ ଜଣାଯାଏ ଗତ ୧୨ ଦିନ ମଧ୍ୟରେ ଦର ୩ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଲାଣି। ଏପ୍ରିଲ ପହିଲାରେ ୨୪ କ୍ୟାରେଟ୍ ସୁନା ଦର ୯୨,୮୪୦ ଟଙ୍କାରେ ଏବଂ ୨୨ କ୍ୟାରେଟ୍ ସୁନା ଦର ୮୫,୧୦୦ ଟଙ୍କାରେ ରହିଥିଲା ଚଳିତ ସପ୍ତାହରେ ସୁନା ଦର ଲଗାତାର ୪ ଦିନ ହେଲା ବଢ଼ିବାରେ ଲାଗିଛି। ୨୪ କ୍ୟାରେଟ୍ ସୁନା ଦର ଗତ ୪ ଦିନରେ ୪୧୨୨ ଟଙ୍କା ମହଙ୍ଗା ହୋଇଥିବାବେଳେ ୨୨ କ୍ୟାରେଟ୍ ସୁନା ଦର ୫୪୫୦ ଟଙ୍କା ମହଙ୍ଗା ହୋଇଛି।
Follow Us