ସୁନା ୪୭ ହଜାର ତଳକୁ ଖସିଲା

ସୁନା ହଲ୍‌ମାର୍କିଂ ବାଧ୍ୟତାମୂଳକ: ପ୍ରଥମେ ୨୫୬ଟି ଜିଲ୍ଲାରେ ଲାଗୁ ହେବ, ଅଗଷ୍ଟ ପର୍ଯ୍ୟନ୍ତ ଜରିମାନା ଲାଗିବନି

ନୂଆଦିଲ୍ଲୀ : ଷ୍ଟକ ବଜାର ‌ଯେଉଁ ହାରରେ ଆଗକୁ ବଢ଼ୁଛି ସୁନା ସେହି ଅନୁସାରେ ଶସ୍ତା ହେବାରେ ଲାଗିଛି। ଆଜି ସୁନାର ୧୦ ଗ୍ରାମ ପିଛା ଦାମ୍ ୪୭ ହଜାର ଟଙ୍କାରୁ କମ୍ ହୋଇଛି। ମୂଲ୍ୟବାନ ଧାତୁ କାରବାର ହେଉଥିବା ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ୍‌ରେ ସୁନା ଦାମ୍ ୧୪୧ ଟଙ୍କା ହ୍ରାସ ପାଇ ୪୬,୮୫୬ ଟଙ୍କା ହୋଇଛି। ସେହି ସମୟରେ ରୁପା ଦାମ୍ କିନ୍ତୁ କେଜି ପିଛା ୪୫୭ ଟଙ୍କା ବୃଦ୍ଧି ପାଇ ୬୭,୨୭୫ ଟଙ୍କା ହୋଇଛି। ଭୁବନେଶ୍ବରରେ ଏବେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୪୬,୫୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ୍ ୪୭ ହଜାର ୫୯୦ ଟଙ୍କା ରହିଛି। ରୁପାର କେଜି ପିଛା ଦାମ୍ ୭୨ ହଜାର ଟଙ୍କା ପାଖାପାଖି ରହିଛି।

ଷ୍ଟକ ବଜାରରେ ମଧ୍ୟ ବୃଦ୍ଧି ଧାରା ଜାରି ରହିଛି। ଆଜି ୧୧୭ ପଏଣ୍ଟ୍‌ ବୃଦ୍ଧି ସହ ସେନ୍‌ସେକ୍ସ ୫୦,୭୩୨ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଗୋଟିଏ ସପ୍ତାହରେ ସେନ୍‌ସେକ୍ସରେ ୪୫୦୦ ପଏଣ୍ଟ୍‌ରୁ ଅଧିକ ବୃଦ୍ଧି ଘଟିଛି। ଗତ ୧୦ ମାସ ଭିତରେ ଏହା ହେଉଛି ଷ୍ଟକ ବଜାର ପାଇଁ ସବୁଠୁ ଭଲ ସପ୍ତାହ ସାବ୍ୟସ୍ତ ହୋଇଛି। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ଆଜି ୧୫,୦୦୦ ପଏଣ୍ଟ୍‌ ସ୍ତର ଅତିକ୍ରମ କରିଛି। ଗତକାଲିର ବନ୍ଦ ତୁଳନାରେ ୨୯ ପଏଣ୍ଟ୍‌ ବୃଦ୍ଧି ସହ ସେନ୍‌ସେକ୍ସ ୧୫,୦୧୫ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe