Photo Credit: PTI
ମୁମ୍ବାଇ: ମଲ୍ଟି କମୋଡିଟି ଏକ୍ସଚେଞ୍ଜ୍ରେ ଜୁନ୍ ମାସ ପାଇଁ ସୁନା ଦାମ୍ରେ ୧୩୨ ଟଙ୍କାର ବୃଦ୍ଧି ହୋଇଛି। ଫଳରେ ୧୦ ଗ୍ରାମ ସୁନାର ମୂଲ୍ୟ ୪୭,୧୦୫ ଟଙ୍କା ହୋଇଯାଇଛି। ସେହିପରି, ରୁପାର କେଜି ପ୍ରତି ଦର ୬୭୦ ଟଙ୍କା ବୃଦ୍ଧି ପାଇ ୪୮,୯୨୭ ଟଙ୍କା ହୋଇଛି। ହଂକଂକୁ ନେଇ ଆମେରିକା ଓ ଚୀନ୍ ଭିତରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ନିବେଶକମାନେ ସୁନାରେ ଅଧିକ ମାତ୍ରାରେ ନିବେଶ କରୁଛନ୍ତି। ସେଥିପାଇଁ ଏହି ମୂଲ୍ୟବାନ ଧାତୁର ଚାହିଦା ବଢ଼ିବା ସହ ଦାମ୍ ମଧ୍ୟ ବଢ଼ୁଛି।
କରୋନା ସଙ୍କଟ ପ୍ରଭାବରେ ସାରା ବିଶ୍ବର ଇକ୍ବିଟି ବଜାର ମାନ୍ଦା ରହିଛି, ତେଣୁ ସେଠାରୁ ଭଲ ରିଟର୍ଣ୍ଣ ମିଳିବାର ବହୁତ କମ୍ ସମ୍ଭାବନା ରହିଛି। ତେଣୁ ନିବେଶକମାନେ ଅନ୍ୟ କୌଣସି ଉପାୟ ନପାଇ ସୁନାରେ ନିବେଶ କରିବାକୁ ଚାହୁଛନ୍ତି। ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦର ୧୭୩୨.୩୮ ଡଲାରରେ ପହଞ୍ଚିଛି। ସୁନା ବଜାର ଉପରେ ନଜର ରଖିଥିବା ବିଶେଷଜ୍ଞଙ୍କ ମତରେ ଆମେରିକା ଓ ଚୀନ୍ ଭିତରେ ଲାଗିରହିଥିବା ଉତ୍ତେଜନା ଆଗାମୀ ଦିନରେ ସୁନା ଦରରେ ଆହୁରି ବୃଦ୍ଧିର କାରଣ ହେବ।
Follow Us