ନୂଆଦିଲ୍ଲୀ: ଭାରତରେ ସୁନା ମୂଲ୍ୟ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସେପ୍ଟେମ୍ବର ୬ ତାରିଖରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଦଶ ଗ୍ରାମ ପିଛା ୧ ଲକ୍ଷ ଟଙ୍କା ଓ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଦଶ ଗ୍ରାମ ପିଛା ୧.୦୮ ଲକ୍ଷ ଟଙ୍କା ଅତିକ୍ରମ କରିଛି।
ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ପିଛା ୧୦,୮୪୯ ଟଙ୍କାରେ ବିକ୍ରି ହେଉଛି। ଯାହାକି ଗତକାଲିର ୧୦,୭୬୨ ଟଙ୍କା ତୁଳନାରେ ୮୭ ଟଙ୍କା ଅଧିକ ରହିଛି।
୨୦୨୫ ସେପ୍ଟେମ୍ବର ୬ ତାରିଖରେ ଭାରତରେ ସୁନାର ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଛି। ଆଜି ୨୨ କ୍ୟାରେଟ୍ ସୁନା ସର୍ବାଧିକ ମୂଲ୍ୟରେ ବିକ୍ରି ହେଉଛି। ଏହି କ୍ରମରେ ଦେଖିବାକୁ ଗଲେ ଗୋଟିଏ ଗ୍ରାମ ସୁନାର ମୂଲ୍ୟ ଏବେ ୯,୯୪୫ ଟଙ୍କାରେ ପହଞ୍ଚି ଯାଇଛି। ସେହିପରି ୮ ଗ୍ରାମ ସୁନାର ମୂଲ୍ୟ ୬୪୦ ଟଙ୍କା ବୃଦ୍ଧି ପାଇ ୭୯,୫୬୦ ଟଙ୍କା ହୋଇଥିବା ବେଳେ ୧୦ ଗ୍ରାମ ସୁନାର ମୂଲ୍ୟ ୯୮,୬୫୦ ଟଙ୍କାରୁ ୮୦୦ ଟଙ୍କା ବୃଦ୍ଧି ପାଇ ୯୯,୪୫୦ ଟଙ୍କାରେ ପହଞ୍ଚି ଯାଇଛି।
Follow Us