ବଜେଟ୍‌ ପରେ ସୁନା ଲକ୍ଷେ ଟପିବ: ହଂସ

Advertisment

ଯଦି କେନ୍ଦ୍ର ସରକାର ଆଗାମୀ ୨୦୨୫-୨୬ ବଜେଟ୍‌ରେ ସୀମା ଶୁଳ୍କ ବୃଦ୍ଧି କରନ୍ତି, ତେବେ ଘରୋଇ ଚାହିଦା ଏବଂ ବିଶ୍ୱ ବଜାରରେ ସୁନାର ବର୍ଦ୍ଧିତ ମୂଲ୍ୟ ଦ୍ୱାରା ପ୍ରଭାବିତ ହୋଇ ଦେଶରେ ସୁନା ମୂଲ୍ୟ ଆକାଶଛୁଆଁ ହୋଇପାରେ ବୋଲି ଲାଲ୍‌ଚନ୍ଦ୍ ଜୁଏଲର୍ସର...

ଯଦି କେନ୍ଦ୍ର ସରକାର ଆଗାମୀ ୨୦୨୫-୨୬ ବଜେଟ୍‌ରେ ସୀମା ଶୁଳ୍କ ବୃଦ୍ଧି କରନ୍ତି, ତେବେ ଘରୋଇ ଚାହିଦା ଏବଂ ବିଶ୍ୱ ବଜାରରେ ସୁନାର ବର୍ଦ୍ଧିତ ମୂଲ୍ୟ ଦ୍ୱାରା ପ୍ରଭାବିତ ହୋଇ ଦେଶରେ ସୁନା ମୂଲ୍ୟ ଆକାଶଛୁଆଁ ହୋଇପାରେ ବୋଲି ଲାଲ୍‌ଚନ୍ଦ୍ ଜୁଏଲର୍ସର...

ssfsfcxc

ଭୁବନେଶ୍ବର: ଯଦି କେନ୍ଦ୍ର ସରକାର ଆଗାମୀ ୨୦୨୫-୨୬ ବଜେଟ୍‌ରେ ସୀମା ଶୁଳ୍କ ବୃଦ୍ଧି କରନ୍ତି, ତେବେ ଘରୋଇ ଚାହିଦା ଏବଂ ବିଶ୍ୱ ବଜାରରେ ସୁନାର ବର୍ଦ୍ଧିତ ମୂଲ୍ୟ ଦ୍ୱାରା ପ୍ରଭାବିତ ହୋଇ ଦେଶରେ ସୁନା ମୂଲ୍ୟ ଆକାଶଛୁଆଁ ହୋଇପାରେ ବୋଲି ଲାଲ୍‌ଚନ୍ଦ୍ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି। ଶିଳ୍ପ ବିଶେଷଜ୍ଞଙ୍କ ମତରେ ଡଲାରରେ ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଏବଂ ସରକାରଙ୍କ ସୀମା ଶୁଳ୍କ ଉପରେ ଘରୋଇ ବଜାରର ସୁନା ମୂଲ୍ୟ ନିର୍ଭର କରିଥାଏ । ଗତ ୨୦୨୪ ବଜେଟ୍‌ରେ ସରକାର ସୁନା କ୍ରୟକୁ ପ୍ରୋତ୍ସାହିତ କରିବା ତଥା ବେଆଇନ ସୁନା ଆମଦାନିକୁ ରୋକିବା ପାଇଁ ଆମଦାନି ଶୁଳ୍କ ୧୫ ପ୍ରତିଶତରୁ ୬ ପ୍ରତିଶତକୁ ହ୍ରାସ କରିଥିଲେ।

ଏବେ ଯଦି ସରକାର ଆମଦାନି ଶୁଳ୍କକୁ ସଂଶୋଧନ କରି ପୁଣି ଥରେ ୧୪ ପ୍ରତିଶତ କିମ୍ବା ୧୫ ପ୍ରତିଶତ କରନ୍ତି ତେବେ ସୁନାର ଦରରେ ଅହେତୁକ ବୃଦ୍ଧି ଘଟିବ। ଏ ସଂପର୍କରେ “ୱାର୍ଲ୍ଡ ଗୋଲ୍ଡ କାଉନ୍‌ସିଲ୍‌” ମଧ୍ୟ ଚେତାବନୀ ଜାରି କରିଛନ୍ତି । ଏପରି ସ୍ଥିତିରେ ବଜେଟ୍ ପରେ ସୁନାର ଦର ୧୦ ଗ୍ରାମ୍ ପ୍ରତି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ସୀମା ଶୁଳ୍କ ଅରିବର୍ତ୍ତିତ ରହିଲେ ମଧ୍ୟ ସୁନାମୂଲ୍ୟ ଯେଉଁଭଳି ଭାବେ ବଢ଼ୁଛି ଆଗାମୀ ୬ ମାସରୁ ବର୍ଷେ ଭିତରେ ୬ ଅଙ୍କ ସ୍ପର୍ଶ କରିବାର ଯଥେଷ୍ଟ ସମ୍ଭାବନା ଅଛି । ଯାହା ଫଳରେ ନିବେଶକମାନେ ସୁନାକୁ ଏକ ନିରାପଦ ନିବେଶର ମାଧ୍ୟମ ଭାବେ ବିବେଚନା କରି ଅଧିକରୁ ଅଧିକ ନିବେଶ କରିଚାଲିଛନ୍ତି । ସୁନାର ଇତିହାସକୁ ଦେଖିଲେ ଜଣାପଡ଼େ ଯେ ଏହା ଅନ୍ୟ ନିବେଶ ମଧ୍ୟମଗୁଡ଼ିକ ତୁଳନାରେ ସବୁଠୁ ଅଧିକ ଲାଭ ପ୍ରଦାନ କରିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe