ବିବାହ ଋତୁ ନଥିବା ସତ୍ତ୍ୱେ ବଢିଚାଲିଛି ସୁନା ମୂଲ୍ୟ

Advertisment
ବିବାହ ଋତୁ ନଥିବା ସତ୍ତ୍ୱେ ବଢିଚାଲିଛି ସୁନା ମୂଲ୍ୟ

image Credit : The Hindu

ମୁମ୍ବାଇ: ବୁଧବାର ଦିନ ଘରୋଇ ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି। ଏଚଡ଼ିଏଫସି ସିକ୍ୟୁରିଟି ଅନୁଯାୟୀ ଜାତୀୟ ରାଜଧାନୀ ଦିଲ୍ଲୀରେ ବୁଧବାର ଦିନ ୧୦ ଗ୍ରାମ ପ୍ରତି ସୁନା ମୂଲ୍ୟ ୭୧୦ ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ସହିତ ଦିଲ୍ଲୀରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୩୭୯୭ ଟଙ୍କାକୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ୧୦ ଗ୍ରାମ ପ୍ରତି ସୁନାର ମୂଲ୍ୟ ୫୩୦୮୭ ଟଙ୍କା ଥିଲା। ସୁନା ସହିତ ବୁଧବାର ଦିନ ରୂପା ମୂଲ୍ୟରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଇଛି। ବୁଧବାର ଦିନ ରୂପାର ମୂଲ୍ୟ ୩୧୩ ଟଙ୍କା ବୃଦ୍ଧି ପାଇଛି | ରୂପା ମୂଲ୍ୟ କିଲୋଗ୍ରାମ ପିଛା ୬୫୫୪୦ ଟଙ୍କାକୁ ବୃଦ୍ଧି ପାଇଛି। ମଙ୍ଗଳବାର ଦିନ ରୂପା କିଲୋଗ୍ରାମ ପିଛା ୬୫୨୨୭ ଟଙ୍କା ଥିଲା।

ଏଚଡ଼ିଏଫସି ସିକ୍ୟୁରିଟିଜ୍ ସିନିୟର ଆନାଲିଷ୍ଟ ତପନ ପଟେଲ କହିଛନ୍ତି ଯେ ନିବେଶକ ଏବଂ ବ୍ୟବସାୟୀମାନେ ବର୍ତ୍ତମାନ ଆମେରିକା ଫେଡର ସଙ୍କେତକୁ ଅପେକ୍ଷା କରିଛନ୍ତି। ଏହି କାରଣରୁ, ସୁନା ବ୍ୟବସାୟରେ କିଛି ସ୍ଥିରତା ରହିପାରେ। ଅନ୍ତର୍ଜାତୀୟ ସୁନା ଦର କହିବାକୁ ଗଲେ ବ୍ଲୁମବର୍ଗ ଅନୁଯାୟୀ ବୁଧବାର ସନ୍ଧ୍ୟାରେ ସୁନା ମୂଲ୍ୟରେ୬.୫୦ ଡଲାର ବୃଦ୍ଧି ହୋଇ ୧୯୭୦.୪୦ ଡଲାରରେ ପହଂଚିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe