Image Source: Zee News
ମୁମ୍ବାଇ: ଗୁରୁବାର ଦିନ ଦେଶରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୪୯,୩୧୮ ଟଙ୍କାରେ ପହଞ୍ଚିଛି | ଗୁରୁବାର ସୁନା ମୂଲ୍ୟରେ ୧୯୬ ଟଙ୍କା ବୃଦ୍ଧି ଘଟିଛି। ଏହାପୂର୍ବରୁ ବୁଧବାର ଦିନ ସୁନା ୧୦ ଗ୍ରାମ ପିଛା ୪୯,୧୨୨ ଟଙ୍କା ଥିଲା। ଗୁରୁବାର ଦିନ ରୂପା ମଧ୍ୟ ୧୦୯୨ ଟଙ୍କା ବୃଦ୍ଧି ହୋଇ କିଲୋଗ୍ରାମ ପିଛା ୫୧୨୩୨ ଟଙ୍କାରେ ପହଞ୍ଚିଛି।
ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ଅନୁଯାୟୀ ଗୁରୁବାର ଦିନ ୨୩ କ୍ୟାରେଟ୍ ସୁନା ୧୯୫ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୪୯,୧୨୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୧୭୯ ଟଙ୍କା ବୃଦ୍ଧି ହୋଇ ୪୫୧୭୫ ଟଙ୍କା ହୋଇଛି। ବଡ କଥା ଯେ ଏହି ବର୍ଷ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ, ପ୍ରାୟ ଛଅ ମାସ ମଧ୍ୟରେ ସୁନା ମୂଲ୍ୟ ୨୫ ପ୍ରତିଶତ ବୃଦ୍ଧି ପାଇଛି |
ଯେହେତୁ ଲୋକମାନେ ଅଧିକ ସଂଖ୍ୟାରେ ସୁନାରେ ନିବେଶ କରିବାକୁ ଚାଁହୁଛନ୍ତି ସେଥିପାଇଁ ସୁନା ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି | ଜାନୁଆରୀ ୧ ରେ, ୧୦ ଗ୍ରାମ ପ୍ରତି ସୁନା ପ୍ରାୟ ୩୯୦୦୦ ଟଙ୍କା ଥିଲା | ଅର୍ଥାତ୍, ଚଳିତ ବର୍ଷ ଆରମ୍ଭରୁ ଯେଉଁମାନେ ସୁନାରେ ବିନିଯୋଗ କରିଛନ୍ତି ସେମାନେ ଭଲ ରିଟର୍ଣ୍ଣ ହାସଲ କରିଛନ୍ତି |
Follow Us