ସୁନା ବିକି ବିଟ୍‌କଏନ୍ କିଣିବ ଆମେରିକା: ଟ୍ରମ୍ପ୍‌ଙ୍କ ଘନିଷ୍ଠ ସିନେଟରଙ୍କ ପ୍ରସ୍ତାବ

Advertisment

ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବିଶ୍ବର ଚର୍ଚ୍ଚିତ କ୍ରିପ୍ଟୋକରେନ୍ସି ବିଟ୍‌କଏନ୍‌କୁ ସମର୍ଥନ କରୁଥିବାରୁ ଆଗାମୀ ଦିନରେ ଏହାର ଲୋକପ୍ରିୟତା ବଢ଼ିବା ଆଶା କରାଯାଉଛି।

ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବିଶ୍ବର ଚର୍ଚ୍ଚିତ କ୍ରିପ୍ଟୋକରେନ୍ସି ବିଟ୍‌କଏନ୍‌କୁ ସମର୍ଥନ କରୁଥିବାରୁ ଆଗାମୀ ଦିନରେ ଏହାର ଲୋକପ୍ରିୟତା ବଢ଼ିବା ଆଶା କରାଯାଉଛି।

bitcoin

News18

ନୂଆଦିଲ୍ଲୀ: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବିଶ୍ବର ଚର୍ଚ୍ଚିତ କ୍ରିପ୍ଟୋକରେନ୍ସି ବିଟ୍‌କଏନ୍‌କୁ ସମର୍ଥନ କରୁଥିବାରୁ ଆଗାମୀ ଦିନରେ ଏହାର ଲୋକପ୍ରିୟତା ବଢ଼ିବା ଆଶା କରାଯାଉଛି। ତେବେ କେବଳ ଟ୍ରମ୍ପ୍‌ ନୁହେଁ, ତାଙ୍କର ଜଣେ ଘନିଷ୍ଠ ସିନେଟର ସିନ୍ଥିଆ ଲୁମିସ୍‌ ବିଟ୍‌କଏନ୍‌କୁ ନେଇ ଏକ ବଡ଼ ପ୍ରସ୍ତାବ ଦେଇଛନ୍ତି। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍‌ ରିଜର୍ଭ ପାଖରେ ଥିବା ସୁନାରୁ କିଛି ବିକ୍ରି କରି ବିଟ୍‌କଏନ୍‌ କିଣିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ଆସନ୍ତା ବର୍ଷ କଂଗ୍ରେସର ଅଧିବେଶନରେ ସେ ଏନେଇ ଏକ ବିଲ୍ ଆଣିବା ଉପରେ ବିଚାର କରୁଛନ୍ତି। ଏକ ନିୟୁତ ବିଟ୍‌କଏନ୍ ଆଣିବା ଲାଗି ସେ ବିଲ୍‌ରେ ପ୍ରସ୍ତାବ ଦେବେ। ତାହା କିଣିବା ଲାଗି ୯୦୦୦ କୋଟି ଡଲାର ଦରକାର। ଲୁମିସ୍ କହିଛନ୍ତି ଯେ ଫେଡେରାଲ୍‌ ରିଜର୍ଭ ପାଖରେ ଥିବା ସୁନା ବିକ୍ରି କରି ଯଦି ବିଟ୍‌କଏନ୍ କିଣାଯିବ ତେବେ ତାହା ଦେଶର ବିତ୍ତୀୟ ନିଅଣ୍ଟକୁ ପ୍ରଭାବିତ କରିବ ନାହିଁ। ଯଦି ଏହା ଘଟିବ ତେବେ ବିଶ୍ବର ପ୍ରଥମ ପ୍ରମୁଖ ଦେଶ ଭାବେ ଆମେରିକା ପାଖରେ ବିଟ୍‌କଏନ୍ ଭଣ୍ଡାର ରହିବ। ଏବେ ଆମେରିକା ସରକାରଙ୍କ ପାଖରେ ଜବତ ହୋଇଥିବା ପ୍ରାୟ ୨ ଲକ୍ଷ ବିଟ୍‌କଏନ୍ ରହିଛି। ଲୁମିସ୍‌ଙ୍କ ମତରେ ଭଣ୍ଡାରରେ ବିଟ୍‌କଏନ୍‌ଗୁଡ଼ିକ ଅତିକମ୍‌ରେ ୨୦ ବର୍ଷ ପର୍ଯ୍ୟନ୍ତ ରଖାଯିବ। ସେହି ସମୟ ଭିତରେ ତାହାର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇବ ଯାହା ଦେଶର ଋଣ ବୋଝ ହାଲୁକା କରିବାରେ ସହାୟକ ହୋଇପାରିବ।

ହ୍ବାଇଟ୍‌ ହାଉସ୍‌ରେ ଯଦିଓ ବିଟ୍‌କଏନ୍ ଉପରେ ବିଶ୍ବାସ କରୁଥିବା ‌ଲୋକଙ୍କ ସଂଖ୍ୟା ବଢ଼ିଛି, କିନ୍ତୁ ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ବିନା ଲୁମିସ୍‌ଙ୍କ ବିଲ୍‌ ପାରିତ ହେବା କଷ୍ଟକର । ଏକ ଆକଳନରୁ ଜଣାପଡ଼ିଛି ଯେ ଟ୍ରମ୍ପ୍ ବିଟ୍‌କଏନ୍ ଭଣ୍ଡାର ଗଠନ କରିବାର ମାତ୍ର ୩୧ ପ୍ରତିଶତ ସମ୍ଭାବନା ରହିଛି। ବିଶେଷଜ୍ଞମା‌ନଙ୍କ ମତରେ ଏକ ସମ୍ପତ୍ତି ଭାବେ ବିଟ୍‌କଏନ୍‌ର ମହତ୍ତ୍ବ କ’ଣ ତାହା ବୁଝାଇବା କଷ୍ଟକର ହେବ। ତେବେ କୌଣସି ପ୍ରକା‌ରରେ ଯଦି ଆମେରିକା ବିଟ୍‌କଏନ୍ ଭଣ୍ଡାର ଗଠନ କରିବ ତେବେ ତାହାର ମୂଲ୍ୟ ୫,୦୦,୦୦୦ ଡଲାର ଭଳି ଉଚ୍ଚ ସ୍ତରକୁ ବୃଦ୍ଧି ପାଇବ ଯାହା ବର୍ତ୍ତମାନ ୯୩ ହଜାର ଡଲାର ପାଖାପାଖି ରହିଛି। ଯଦି ଆମେରିକା ଏଭଳି ଭଣ୍ଡାର ଗଠନ କରିବ ତେବେ ଅନ୍ୟ ଦେଶଗୁଡ଼ିକ ମଧ୍ୟ ତାହାର ପଦାଙ୍କ ଅନୁସରଣ କରିବେ।

ଆମେରିକା ହେଉଛି ବିଶ୍ବର ଅନ୍ୟତମ ପ୍ରମୁଖ ଦେଶ ଯାହା ବିଟ୍‌କଏନ୍‌କୁ ନେଇ ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡ୍ ଆରମ୍ଭ କରିଛି। ସେଥିରେ ଆମେରିକୀୟମାନେ ବିପୁଳ ନିବେଶ କରୁଛନ୍ତି। ଆମେରିକାକୁ ଦେଖି ଅନ୍ୟ ଦେଶଗୁଡ଼ିକ ମଧ୍ୟ ବିଟ୍‌କଏନ୍ କାରବାରକୁ ଅନୁମତି ଦେବା ଉପରେ ବିଚାର କରୁଛନ୍ତି। କିନ୍ତୁ ଭାରତରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କ୍ରିଫ୍ଟୋକରେନ୍ସିକୁ କଡ଼ା ବିରୋଧ କରୁଛନ୍ତି। ତାହାର କୌଣସି ଅନ୍ତର୍ନିହିତ ମୂଲ୍ୟ ନଥିବା ସେ କହୁଥିବା ବେଳେ କ୍ରିପ୍ଟୋକୁ ଅନୁମତି ଦେଲେ ତାହା ଦେଶର ମୁଦ୍ରା ପ୍ରତି ବିପଦ ସୃଷ୍ଟି କରିବା ଆଶଙ୍କା ରହିଛି ବୋଲି କହୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe