Gold and silver price drop: ପ୍ରତିଦିନ ଖସୁଛି ସୁନା, ରୁପା: ଲାଭ ଉଠାଇବାକୁ ବିକୁଛନ୍ତି ନିବେଶକ

Advertisment

ଧନତେରସ୍‌ ଓ ଦୀପାବଳି ସମୟରେ ଆକାଶଛୁଆଁ ସ୍ତରରେ ପହଞ୍ଚିଥିବା ସୁନା ଓ ରୁପାର ଦାମ୍ ଗତ କିଛି ଦିନ ହେଲାଣି ଲଗାତାର ଭାବେ ତଳକୁ ଖସୁଛି। ସବୁଦିନ ଦରରେ ହ୍ରାସ ଘଟୁଛି। ଶୁକ୍ରବାର ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ଦାମ୍ ୬୫୦ ଟଙ୍କା ହ୍ରାସ ପାଇ ୧,୧୪,୦୦୦ ଟଙ୍କା ହୋଇଛି।

ଧନତେରସ୍‌ ଓ ଦୀପାବଳି ସମୟରେ ଆକାଶଛୁଆଁ ସ୍ତରରେ ପହଞ୍ଚିଥିବା ସୁନା ଓ ରୁପାର ଦାମ୍ ଗତ କିଛି ଦିନ ହେଲାଣି ଲଗାତାର ଭାବେ ତଳକୁ ଖସୁଛି। ସବୁଦିନ ଦରରେ ହ୍ରାସ ଘଟୁଛି। ଶୁକ୍ରବାର ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ଦାମ୍ ୬୫୦ ଟଙ୍କା ହ୍ରାସ ପାଇ ୧,୧୪,୦୦୦ ଟଙ୍କା ହୋଇଛି।

gold silver

ଭୁବନେଶ୍ବର: ଧନତେରସ୍‌ ଓ ଦୀପାବଳି ସମୟରେ ଆକାଶଛୁଆଁ ସ୍ତରରେ ପହଞ୍ଚିଥିବା ସୁନା ଓ ରୁପାର ଦାମ୍ ଗତ କିଛି ଦିନ ହେଲାଣି ଲଗାତାର ଭାବେ ତଳକୁ ଖସୁଛି। ସବୁଦିନ ଦରରେ ହ୍ରାସ ଘଟୁଛି। ଶୁକ୍ରବାର ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ଦାମ୍ ୬୫୦ ଟଙ୍କା ହ୍ରାସ ପାଇ ୧,୧୪,୦୦୦ ଟଙ୍କା ହୋଇଛି। ସେହି ସମୟରେ ୨୪ କ୍ୟାରେଟ୍‌ ସୁନା ଦାମ୍ ୭୧୦ ଟଙ୍କା ହ୍ରାସ ପାଇ ୧,୨୪,୩୭୦ ଟଙ୍କାକୁ ଖସିଆସିଛି। ରୁପା କେଜି ମଧ୍ୟ ଆଜି ୪୦୦୦ ଟଙ୍କା କମ୍ ହୋଇ ୧,୭୦,୦୦୦ ଟଙ୍କା ହୋଇଛି। ଚଳିତ ମାସ ୧୮ ତାରିଖରୁ ସୁନା ମୂଲ୍ୟରେ ନିୟମିତ ହ୍ରାସ ଘଟୁଛି। ଅକ୍ଟୋବର ୧୭ରେ ୨୨ କ୍ୟାରେଟ୍‌ ସୁନା ଦାମ୍ ୧,୨୧,୧୭୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧,୩୨,୭୭୦ ଟଙ୍କା ଭଳି ରେକର୍ଡ ସ୍ତରରେ ପହଞ୍ଚିଥିଲା। ତା’ ପରେ କିନ୍ତୁ ୨୨ କ୍ୟାରେଟ୍ ସୁନା ମୂଲ୍ୟରେ ୭୭୦୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନା ଦାମ୍‌ରେ ୮୪୦୦ ଟଙ୍କାର ହ୍ରାସ ଘଟିଛି। ସେହିପରି, ରୁପା କେଜି ଯାହାର ମୂଲ୍ୟ ଚଳିତ ମାସ ୧୫ ତାରିଖରେ ରେକର୍ଡ ୨,୦୭,୦୦୦ ଟଙ୍କାକୁ ବଢ଼ିଥିଲା ତାହା ମଧ୍ୟ ୧,୭୦,୦୦୦ ଟଙ୍କାକୁ ହ୍ରାସ ପାଇଛି। ରୁପା ଦର ବି ସବୁଦିନ କମୁଛି। ଇତି ମଧ୍ୟରେ ‌ରୁପା ଦାମ୍‌ରେ ୩୭ ହଜାର ଟଙ୍କାର ହ୍ରାସ ଘଟିଛି। 

ବଜାର ବିଶେଷଜ୍ଞମାନଙ୍କ ମତରେ ଦର ବଢ଼ିବା ସମୟରେ ସୁନା ଓ ରୁପା କିଣିଥିବା ନିବେଶକମାନେ ବିକ୍ରି ଆରମ୍ଭ କରିଥିବାରୁ ଦାମ୍‌ ଖସୁଛି। ସେମାନେ ଲାଭ ପାଇବା ଲାଗି ଉଭୟ ଧାତବ ପଦାର୍ଥକୁ ବିକ୍ରି କରୁଛନ୍ତି। ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦରରେ ୧୦ ପ୍ରତିଶତର ହ୍ରାସ ହୋଇଛି। ଭୂରାଜନୈତିକ ସଙ୍କଟରେ ସୁଧାର, ଆମେରିକୀୟ ଡଲାର ଶକ୍ତିଶାଳୀ ହେବା, ବିଭିନ୍ନ ଦେଶ ସହ ବାଣିଜ୍ୟ ରାଜିନାମା କରିବାକୁ ଆମେରିକା ଉଦ୍ୟମ କରୁଥିବା ଭଳି ଘଟଣା ପ୍ରଭାବରେ ସୁନା ଓ ରୁପା ଦର ହ୍ରାସ ପାଉଛି। ତେବେ ଏହି ହ୍ରାସ ଧାରା ଶେଷ ହେବା ପରେ ପୁଣି ଉଭୟ ସୁନା ଓ ରୁପା ଦର ବଢ଼ିବ ବୋଲି କିଛି ବିଶେଷଜ୍ଞ ଆକଳନ କରିଛନ୍ତି। ସୁନା ଦାମ୍‌ ୧୦ ଗ୍ରାମ ପିଛା ୨ ଲକ୍ଷ ଟଙ୍କା ଅତିକ୍ରମ କରିବ ଏବଂ ରୁପା କେଜି ୧,୪୫,୦୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିବ ବୋଲି ସେମାନେ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe