ଚଳିତ ସପ୍ତାହରେ ମହଙ୍ଗା ହେଲା ସୁନା, ରୁପା

Advertisment

ଚଳିତ ସପ୍ତାହରେ ଦେଶରେ ସୁନା ଓ ରୁପା ମହଙ୍ଗା ହୋଇଛି। ସୁନା ଦାମ ୧୦୫୯ ଟଙ୍କା ବୃଦ୍ଧି ଘଟି ୭୬,୪୩୬ ଟଙ୍କାରେ ଏବଂ ରୁପା ଦାମ୍ ୨୫୯୮ ଟଙ୍କା ବୃଦ୍ଧି ଘଟି ୮୭,୮୩୧ ଟଙ୍କାରେ ପହଞ୍ଚିଛି।

ଚଳିତ ସପ୍ତାହରେ ଦେଶରେ ସୁନା ଓ ରୁପା ମହଙ୍ଗା ହୋଇଛି। ସୁନା ଦାମ ୧୦୫୯ ଟଙ୍କା ବୃଦ୍ଧି ଘଟି ୭୬,୪୩୬ ଟଙ୍କାରେ ଏବଂ ରୁପା ଦାମ୍ ୨୫୯୮ ଟଙ୍କା ବୃଦ୍ଧି ଘଟି ୮୭,୮୩୧ ଟଙ୍କାରେ ପହଞ୍ଚିଛି।

gold1

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଦେଶରେ ସୁନା ଓ ରୁପା ମହଙ୍ଗା ହୋଇଛି। ସୁନା ଦାମ ୧୦୫୯ ଟଙ୍କା ବୃଦ୍ଧି ଘଟି ୭୬,୪୩୬ ଟଙ୍କାରେ ଏବଂ ରୁପା ଦାମ୍ ୨୫୯୮ ଟଙ୍କା ବୃଦ୍ଧି ଘଟି ୮୭,୮୩୧ ଟଙ୍କାରେ ପହଞ୍ଚିଛି। ଇଣ୍ଡିଆନ୍ ବୁଲିଅନ୍ ଜୁଏଲର୍ସ ଆସୋସିଏସନ୍‌(ଆଇବିଜେଏ) ୱେବସାଇଟ୍‌ର ସୂଚନା ଅନୁଯାୟୀ, ଗତ ଶନିବାର ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ ପିଛା ୭୫,୩୭୭ ଟଙ୍କା ରହିଥିଲା। ୨୮ ତାରିଖରେ ଏହା ୭୬,୪୩୬ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ୧୦ ଗ୍ରାମ ପିଛା ୧୦୫୯ ଟଙ୍କା ବୃଦ୍ଧି ଘଟିଛି।

ରୁପା ଦର ଗତ ଶନିବାର କିଲୋଗ୍ରାମ ପିଛା ୮୫,୧୩୩ ଟଙ୍କା ରହିଥିଲା। କିନ୍ତୁ ଚଳିତ ଶନିବାର ଏହା ୮୭,୮୩୧ ଟଙ୍କାରେ ରହିଛି। ଚଳିତ ସପ୍ତାହରେ ରୁପା ଦରରେ ୨୬୯୮ ଟଙ୍କା ବୃଦ୍ଧି ଘଟିଛି। ଆଜିର ମୂଲ୍ୟକୁ ଦେଖିଲେ ଚଳିତବର୍ଷ ଆଜି ସୁଦ୍ଧା ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍‌ ପିଛା  ୧୩ ହଜାର ୮୪ ଟଙ୍କା ମହଙ୍‌ଗା ହୋଇଛି। ରୁପା ମୂଲ୍ୟ ମଧ୍ୟ ସେହିଭଳି ୧୪୪୩୬ ଟଙ୍କା ବୃଦ୍ଧି ଘଟିଲାଣି। ଅନ୍ୟପକ୍ଷରେ ଭୁବନେଶ୍ବରରେ ଆଜି ୨୪ କ୍ୟାରେଟ୍‌ ସୁନା ଦର ୭୭୮୪୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନା ଦର ୭୧୩୫୦ ଟଙ୍କା ରହିଛି। ସେହିଭଳି କିଲୋଗ୍ରାମ ପିଛା ରୁପା ଦାମ ୯୯୯୦୦ ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe