ଗହଣା ପ୍ରେମୀଙ୍କ ପାଇଁ ଖୁସି ଖବର: ଗତ ୪ ଦିନ ମଧ୍ୟରେ ସୁନା ଦରରେ ସର୍ବୋଚ୍ଚ ହ୍ରାସ

Advertisment
ସୁନା ଦାମ୍ ୪୫ ହଜାର ଟଙ୍କା ତଳକୁ ଖସିଲା

ନୂଆଦିଲ୍ଲୀ: ଗହଣା ପ୍ରେମୀଙ୍କ ପାଇଁ ଖୁସି ଖବର। ଭାରତରେ ସୁନା ଓ ରୁପା ଦର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ଆଜି ସ୍ବର୍ଣ୍ଣ ଦର ପୁଣି ୦.୩୨ ପ୍ରତିଶତ କମ୍‌ ‌ହୋଇ ୧୦ ଗ୍ରାମ୍‌ ପିଛା ୪୭,୮୫୭ରେ ପହଞ୍ଚିଛି। ସେହିପରି ରୌପ୍ୟ ଦର କିଲୋ ପିଛା ୬୮ ହଜାର ୨୭୫ରେ ପହଞ୍ଚିଛି। ଗତ ୪ ଦିନ ମଧ୍ୟରେ ସୁନା ଦରରେ ଆଜି ସବୁଠାରୁ ଅଧିକ ହ୍ରାସ ଘଟିଛି।

publive-image Representational Image

ବିଶ୍ବ ବଜାରରେ ସ୍ବର୍ଣ୍ଣ ଦର ୦.୨ ପ୍ରତିଶତ କମ୍‌ ହୋଇ ଡଲାର ପିଛା ୧,୮୩୮.୪୧ ଆଉନ୍ସରେ ପହଞ୍ଚିଛି। ଅନ୍ୟ ମୂଲ୍ୟବାନ ଧାତୁ ମଧ୍ୟରେ ରୌପ୍ୟ ଦର ୦.୪ ପ୍ରତିଶତ ହ୍ରାସ ପାଇ ୨୬.୮୯ ଡଲାର ଓ ପେଲେଡିୟମ୍‌ ଦର‌ ୦.୨ ପ୍ରତିଶତ ହ୍ରାସ ପାଇ ୨,୩୫୧.୨୪ ଡଲାରରେ ପହଞ୍ଚିଛି।

ଉ‌ଲ୍ଲେଖ‌ଯୋଗ୍ୟ, କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ଟିକା ଆସିବାର ଖବର ପରେ ସାରା ବିଶ୍ୱରୁ ନିବେଶକମାନେ ସୁନା ବିକ୍ରି ଆରମ୍ଭ କରିଛନ୍ତି। ଏହି କାରଣରୁ ଘରୋଇ ବଜାରରେ ସୁନା ଦର ମଧ୍ୟ ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe