ଧନତେରସରେ ଶସ୍ତା ‌ହେଲା ସୁନା ଓ ରୁପା: ଜାଣନ୍ତୁ ୨୨ ଓ ୨୪ କ୍ୟାରେଟ୍‌ ସୁନାର ଦର କେତେ?

Advertisment
ଧନତେରସରେ ଶସ୍ତା ‌ହେଲା ସୁନା ଓ ରୁପା: ଜାଣନ୍ତୁ ୨୨ ଓ ୨୪ କ୍ୟାରେଟ୍‌ ସୁନାର ଦର କେତେ?

ନୂଆଦିଲ୍ଲୀ: ଆଜି ସାରା ଦେଶର ଲୋକ ଧନ୍‌ତେରସ ପାଳନ କରୁଛନ୍ତି। ଧନ୍‌ତେରସ ଅବସରରେ ସୁନା କିଣିବାର ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଛି। ଏହି ଅବସରରେ ସୁନା କିଣିବା ଶୁଭ ବୋଲି ବିବେଚନା କରାଯାଏ।

ପ୍ରାଚୀନ କାଳରୁ ବିଶ୍ବାସ କରାଯାଏ ଯେ ଧନତେରସରେ ସୁନା, ରୁପା କିମ୍ବା ଅନ୍ୟ କୌଣସି ମୂଲ୍ୟବାନ ଧାତୁ କିଣିବା ଦେବୀ ଲକ୍ଷ୍ମୀଙ୍କୁ ଘରକୁ ନିମନ୍ତ୍ରଣ କରିବାର ସହ ସମାନ ହୋଇଥାଏ। ଏହି କାରଣରୁ ଲୋକମାନେ ଏହି ଅବସରରେ ସୁନା-ରୁପା କିଣିବାର ସୁଯୋଗ ହାତଛଡ଼ା କରିନଥାନ୍ତି।

ଯଦି ଆପଣ ଧନତେରସରେ ସୁନା ଓ ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆଜି କେତେ ଦରରେ ସୁନା ଓ ରୁପା ଉପଲବ୍ଧ ଅଛି ତାହା ଜାଣିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଶ୍ଚୟ।

ଏଠାରେ ଆମେ ଆପଣଙ୍କୁ ସୁନା ଏବଂ ରୁପାର ଦର ବିଷୟରେ କହିବାକୁ ଯାଉଛୁ। ଏହା ଦ୍ବାରା ଆପଣ ଜାଣିପାରିବେ ଯେ ଆଜି ଆପଣଙ୍କ ସହରରେ କେତେ ମୂଲ୍ୟରେ ସୁନା ଓ ରୁପା ବିକ୍ରି ହେଉଛି।

ଆଜି ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମ୍‌ସିଏକ୍ସ) ରେ ସୁନା ହାରରେ ହ୍ରାସ ଦେଖିବାକୁ ମିଳୁଛି। ଆଜି ଏମ୍‌ସିଏକ୍ସରେ ସୁନା ୧୦ ଗ୍ରାମ ପିଛା ୬୦୮୨୦.୦୦ ଟଙ୍କାର ‌ଖୋଲିଥିଲା। ଏହାପରେ, ସକାଳ ପ୍ରାୟ ୧୧ଟାରେ ସୁନା ଦର ୧୦ ଗ୍ରାମ ପ୍ରତି ୬୦୭୪୨.୦୦ ଟଙ୍କା ହୋଇଯାଇଛି। ଯାହାକି ୧୯୮.୦୦ ପଏଣ୍ଟ ୦.୩୨%) ହ୍ରାସ ପାଇଛି।
ଯଦି ଆମେ ରୁପା ବିଷୟରେ କହିବା, ଆଜି ଏହା ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମ୍‌ସିଏକ୍ସ) ରେ କିଲୋଗ୍ରାମ ପିଛା ୭୧୧୦୬.୦୦ ଟଙ୍କା ରହିଥିଲା। ପରେ ଏହା ହ୍ରାସ ପାଇ ୭୧୧୦୬.୦୦ ଟଙ୍କା ହୋଇଛି। ଦର ୫୬୩ ଟଙ୍କା ହ୍ରାସ ପାଇଛି।

ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୬୦,୯୦୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୫୫,୮୫୦ ଟଙ୍କା ରହିଛି। ମୁମ୍ବାଇରେ ୨୪ ଗ୍ରାମ ସୁନା  ୬୧,୦୯୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନା ଦର ରହିଛଇ ୫୬,୦୦୦ ଟଙ୍କା। ସେହିଭଳି କୋଲକାତାରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୬୧,୦୯୦ ଟଙ୍କା ଏବଂ ୨୨  କ୍ୟାରେଟ୍ ସୁନା  ୫୬,୦୦୦ ଟଙ୍କାରେ ଉପଲବ୍ଧ। ସେମିତି ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍‌କୁ ୫୨,୨୮୫ ହୋଇଥିବା ବେଳେ ୨୨ କ୍ୟାରେଟ୍‌ ମିଳୁଛି ୪୭,୯୨୭ ଟଙ୍କାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe