ସୁନା କିଣିବାର ସୁବର୍ଣ୍ଣ ସୁଯୋଗ: ହ୍ରାସ ପାଇଲା ଦର

Advertisment
ସୁନା କିଣିବାର ସୁବର୍ଣ୍ଣ ସୁଯୋଗ: ହ୍ରାସ ପାଇଲା ଦର

ନୂଆଦିଲ୍ଲୀ: ଅକ୍ଷୟ ତୃତୀୟା ଦିନରେ ସୁନା କିଣାକୁ ବହୁତ ଶୁଭ ବୋଲି ଧରାଯାଏ। ତେବେତ ଲକଡାଉନ ହେତୁ ଦୋକାନ, ବଜାର ଓ ମଲ ଆଦି ବନ୍ଦ ରହିଛି। ଏଭଳି ପରିସ୍ଥିତିରେ କିଛି ଦୋକାନୀ ଅନଲାଇନ ସୁବିଧା ବି ଦେଇଛନ୍ତି। ତେବେ  ଅକ୍ଷୟ ତୃତୀୟା ଅବସର‌ରେ ସୁନା କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି। ସୁନା ଦର ହ୍ରାସ ପାଇଛି। ସୁନା ଦର ୭୦ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ସୁନାର ମୂଲ୍ୟ ୪୭, ୩୩୭କୁ ଖସି ଆସିଛି।

ସେହିପରି ୨୪କ୍ୟାରେଟ ୧୦ଗ୍ରାମ ସୁନା ମୂଲ୍ୟ ୪୭,୭୬୦ ରହିଥିବା ବେଳେ ୨୨କ୍ୟାରେଟ ସୁନା ମୂଲ୍ୟ ୪୬,୧୪୦, ୧୮ କ୍ୟାରେଟ ସୁନା ମୂଲ୍ୟ ୩୮,୨୧୦ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ୩୧,୭୬୦ ରହିଛି।
ଏଥିସହିତ ରୁପା ମୂଲ୍ୟ ବୃଦ୍ଧି ପାଇଛି। ରୁପା କିଲୋ ପିଛା ୯୭ଟଙ୍କା/୦.୧୪ ପ୍ରତିଶତ ବୃଦ୍ଧି ପାଇ ଦାମ କେଜି ପ୍ରତି ୭୦,୫୭୦ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ରୁପାର ମୂଲ୍ୟ ୭୧,୪୭୩ ଟଙ୍କା ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe