୭୮ ହଜାରମୁହାଁ ସୁନା

Advertisment

ଦେଶରେ ଗତ କିଛିଦିନ ହେଲା ସୁନା ଓ ରୁପା ଦର ବଢ଼ିବାରେ ଲାଗିଛି। ଆଜି ସୁନା ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦର ଭୁବନେଶ୍ବରରେ ୭୭,୮୯୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନା ଦର ୭୧,୪୦୦ ଟଙ୍କାରେ ପହଞ୍ଚିଛି।

ଦେଶରେ ଗତ କିଛିଦିନ ହେଲା ସୁନା ଓ ରୁପା ଦର ବଢ଼ିବାରେ ଲାଗିଛି। ଆଜି ସୁନା ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦର ଭୁବନେଶ୍ବରରେ ୭୭,୮୯୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନା ଦର ୭୧,୪୦୦ ଟଙ୍କାରେ ପହଞ୍ଚିଛି।

gold

ଭୁବନେଶ୍ବର: ଦେଶରେ ଗତ କିଛିଦିନ ହେଲା ସୁନା ଓ ରୁପା ଦର ବଢ଼ିବାରେ ଲାଗିଛି। ଆଜି ସୁନା ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦର ଭୁବନେଶ୍ବରରେ ୭୭,୮୯୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନା ଦର ୭୧,୪୦୦ ଟଙ୍କାରେ ପହଞ୍ଚିଛି। ଗତକାଲି ତୁଳନାରେ ଆଜି ସୁନା ଦର ୪୫୦ ଟଙ୍କା ବୃଦ୍ଧି ଘଟିଛି। ସେହିଭଳି ରୁପା ଦର ମଧ୍ୟ ବଜାରରେ ଗତ କିଛିଦିନ ହେଲା ଉଚ୍ଚସ୍ତରରେ ରହିଛି। ୧ କି‌ଗ୍ରା ରୁପା ଦର ୧ ଲକ୍ଷ ୩ ହଜାର ଟଙ୍କାରେ ପହଞ୍ଚିଯାଇଛି। ଚଳିତମାସ ଆରମ୍ଭରେ ଏହାର ଦର ୧ ଲକ୍ଷ ୧ ହଜାର ଟଙ୍କା ରହିଥିଲା। ଆଗକୁ ଦୀପାବଳି ଓ ଧନତେରସ୍‌ ରହିଛି। ଏହା ପୂର୍ବରୁ ସୁନା ଓ ରୁପା ଦାମ୍‌ ବୃଦ୍ଧି କିଛି ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ କିଛି ବ୍ୟବସାୟୀଙ୍କ କହିବାନୁଯାୟୀ ଦରବୃଦ୍ଧିର ପ୍ରଭାବ ଗ୍ରାହକଙ୍କ ଉପରେ ସେତେଟା ପଡ଼ୁଥିବା ଭଳି ମନେ ହେଉନାହିଁ। କାରଣ ସୁନା ଓ ରୁପା ଦର ବଢ଼ିଲେ ମଧ୍ୟ ବିକ୍ରି ବି ବୃଦ୍ଧି ପାଉଛି।

ଲୋକମାନେ ସେମାନଙ୍କ ବିବାହ ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ ପାଇଁ ସୁନା ଓ ରୁପା ଭଳି ମୂଲ୍ୟବାନ ଧାତୁରେ ପ୍ରସ୍ତୁତ ଗହଣା କ୍ରୟ କରୁଛନ୍ତି। ଏଥିସହିତ କିଛି ଲୋକ ସୁନା ଓ ରୁପାରେ ନିବେଶକୁ ପସନ୍ଦ କରୁଛନ୍ତି। ଅତୀତର ଦର ନଜର ପକାଇଲେ ଜଣାଯାଏ ଯେ ଚଳିତବର୍ଷ ଆରମ୍ଭରେ ଭୁବନେଶ୍ବରରେ ୧୦ ଗ୍ରାମ୍‌ ପିଛା ୨୪ କ୍ୟାରେଟ୍‌ ସୁନା ଦର ୬୩,୮୭୦ ଟଙ୍କା ଏବଂ ୨୨ କ୍ୟାରେଟ ସୁନା ଦର ୫୮,୫୫୦ ଟଙ୍କା ରହିଥିଲା। ତେଣୁ ସେବେଠାରୁ ବର୍ତ୍ତମାନ ମଧ୍ୟରେ ସୁନା ଦାମ୍‌ ପାଖାପାଖି ୨୨ ପ୍ରତିଶତ ବୃଦ୍ଧି ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe