ଜବଲପୁରରେ ଧାରଣାଚ୍ୟୁତ ହେଲା ‘ଏଲ୍‌ପିଜି’ ନେଇ ଯାଉଥିବା ମାଲ୍‌ଗାଡ଼ି

ଜବଲପୁରରେ ଧାରଣାଚ୍ୟୁତ ହେଲା ‘ଏଲ୍‌ପିଜି’ ନେଇ ଯାଉଥିବା ମାଲ୍‌ଗାଡ଼ି

ଜବଲପୁର: ମଙ୍ଗଳବାର ରାତିରେ ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲା ଅନ୍ତର୍ଗତ ଶାହାପୁର ଭିତ୍‌ନୋଇରେ ଗୋଟାଏ ମାଲ୍‌ବାହୀ ଟ୍ରେନ୍‌ରୁ ୨ଟି ‘ଏଲ୍‌ପିଜି’ ୱାଗନ୍‌ (ଟ୍ୟାଙ୍କ୍‌) ଲାଇନ୍‌ଚ୍ୟୁତ ‌‌ହୋଇଥିବା କଥା ଆଜି ରେଳବାଇ ଅଧିକାରୀମାନେ କହିଛନ୍ତି।

ପଶ୍ଚିମ କେନ୍ଦ୍ରୀୟ ରେଳବାଇର ‘ସିପିଆର୍‌ଓ’ଙ୍କ କହିବା ଅନୁସାରେ, ମାଲ୍‌ ଖଲାସ ପାଇଁ ଗାଡ଼ିଟି ରଖାଯାଇଥିବା ବ‌େଳେ ‘ଏଲ୍‌ପିଜି’ ୱାଗନ୍‌ ଦୁଇଟି ଧାରଣାରୁ ବାହାରି ଯାଇଥିଲା। ଗୋଟାଏ ଘରୋଇ କମ୍ପାନି ନିମନ୍ତେ ଏହି ୱାଗନ୍‌ ଦୁଇଟିରେ ‘ଏଲ୍‌ପିଜି’ ଯାଉଥିଲା।

publive-image Image Grabbed From Video

ସେ କହିଛନ୍ତି, ଗତ ରାତିରେ ଖଲାସ ପାଇଁ ରଖାଯାଇଥିବା ୨ଟି ‘ଏଲ୍‌ପିଜି’ ୱାଗନ୍‌ ଧାରଣାଚ୍ୟୁତ ହୋଇଛି। କିନ୍ତୁ, ଏଥିଯୋଗୁଁ ଟ୍ରେନ୍‌ ଚଳାଚଳ ପାଇଁ ଥିବା କୌଣସି ମୁଖ୍ୟ ଲାଇନ୍‌ ପ୍ରଭାବିତ ହୋଇନାହିଁ, ସ୍ବାଭାବିକ ରହିଛି। ଆଜି ସୂର୍ଯ୍ୟୋଦୟ ପରେ ‘ସାଇଡିଙ୍ଗ୍‌ ଅଥରିଟି’ମାନଙ୍କ ଉପସ୍ଥିତିରେ ସେଠାରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଶାହାପୁର ଅନ୍ତର୍ଗତ ଭିତୋନି ଷ୍ଟେସନ୍‌ ନିକଟରେ ଥିବା ଭାରତ ପେଟ୍ରୋଲିୟମ୍‌ ଡିପୋ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏ ସଂକ୍ରନ୍ତାରେ ସୂଚନା ପାଇବାକ୍ଷଣି ରେଳବାଇ ଅଧିକାରୀମାନେ ‘ଆକ୍ସିଡେଣ୍ଟ୍‌ ରିଲିଫ୍‌ ଭେଇକ୍ଲ୍‌’ ସହିତ ବିଳମ୍ବିତ ରାତ୍ରରେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe