ଏଆଇ ଉନ୍ନତ ହେଲେ ଗୁଗୁଲ୍‌, ଆମାଜନ୍ ବନ୍ଦ ହୋଇଯିବ: ବିଲ୍‌ ଗେଟ୍‌ସ

Advertisment
ଏଆଇ ଉନ୍ନତ ହେଲେ ଗୁଗୁଲ୍‌, ଆମାଜନ୍ ବନ୍ଦ ହୋଇଯିବ: ବିଲ୍‌ ଗେଟ୍‌ସ

CNBC.com

ନୂଆଦିଲ୍ଲୀ: ଗୁଗୁଲ୍‌ ସର୍ଚ୍ଚ ଅଦରକାରୀ ହୋଇଯିବ। ବର୍ତ୍ତମାନ ସମୟରେ ଏବିଷୟରେ କେହି ଚିନ୍ତା ବି କରୁନାହାନ୍ତି। କିନ୍ତୁ ଦିନ ଆସିବ ଏହି ସର୍ଚ୍ଚ ବନ୍ଦ ହୋଇଯିବ ବୋଲି ବିଶ୍ବର ଅନ୍ୟତମ ବଡ଼ ଧନୀ ତଥା ମାଇକ୍ରୋସଫ୍ଟର ମୁଖ୍ୟ ବିଲ୍‌ ଗେଟ୍‌ସ କହିଛନ୍ତି। ତାଙ୍କ ମତରେ ଯେଉଁଭଳି ଦ୍ରୁତ ଗତିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ବିକାଶ ହେଉଛି ତାହା ଜାରି ରହିଲେ ଗୁଗୁଲ୍ ସର୍ଚ୍ଚ ଓ ଆମାଜନ ବନ୍ଦ ହୋଇଯିବ।

ବିଲ୍‌ ଗେଟ୍‌ସ କହିଛନ୍ତି ଯେ ଯଦି ନୂଆ ଏଆଇ ଟୁଲ୍‌ ମଣିଷ କିଭଳି ଭାବୁଛି, ଲୋକମାନଙ୍କ ଆବଶ୍ୟକତା ଓ ଅନୁଭବକୁ ଭଲ ଭାବେ ପଢ଼ିପାରିବ ତେବେ ତାହା ମଣିଷର ସ୍ଥାନ ନେଇପାରିବ। ଆଗାମୀ ଦିନରେ ଅତ୍ୟାଧୁନିକ ଏଆଇ ବ୍ୟବସ୍ଥା ଆସିବା ପରେ ଲୋକମାନଙ୍କୁ ଆଉ ବିଭିନ୍ନ ୱେବସାଇଟ୍ ପରିଦର୍ଶନ କରିବାକୁ ପଡ଼ିବନି। ସେହି ସମୟରେ ଗୁଗୁଲ୍ ସର୍ଚ୍ଚ ଓ ଆମାଜନ ଭଳି ୱେବସାଇଟ୍‌ ଅଦରକାରୀ ହୋଇପଡ଼ିବ ବୋଲି ସେ କହିଛନ୍ତି। ସେ ଚିନ୍ତା ପ୍ରକଟ କରି କହିଛନ୍ତି ଯେ ଖୁବ୍‌ଶୀଘ୍ର ମଣିଷଙ୍କ କାମ ରୋବଟ୍ କରିବେ। ଏହା ଅଳ୍ପ କୁଶଳୀ ଶ୍ରମିକମାନଙ୍କ ଲାଗି ବିପଦ ସୃଷ୍ଟି କରିବ। ରୋବଟ୍‌ ଜରିଆରେ କାରଖାନାରେ କାମ ଶସ୍ତାରେ ଓ ସୁବିଧାରେ ହୋଇପାରିବ। ତେଣୁ ସେମାନେ ଆଉ ମଣିଷଙ୍କୁ ଖୋଜିବେ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe