ଗୁଗୁଲ୍ ଆଣିଲା ନୂଆ ଲେନ୍ସ, ଫୋନ୍

Advertisment
ତଦନ୍ତ ରିପୋର୍ଟ ଲିକ୍‌: ସିସିଆଇକୁ କୋର୍ଟକୁ ଟାଣିଲା ଗୁଗୁଲ୍

The Google search app is seen on an Android portable device on February 5, 2018. (Photo by Jaap Arriens/NurPhoto)

ମାଉଣ୍ଟେନ ଭିଉ (କାଲିଫର୍ଣ୍ଣିଆ): ଗୁଗୁଲ୍‌ ପକ୍ଷରୁ ସୁଲଭ ମୂଲ୍ୟର ଦୁଇଟି ଫୋନ୍‌ ଗୁଗୁଲ୍‌ ପିକ୍ସେଲ ୩ଏ ଓ ୩ଏ ଏକ୍ସଏଲ୍‌କୁ ଉନ୍ମୋଚନ କରାଯାଇଛି। ଭାରତରେ ଏହି ଦୁଇ ଫୋନ୍‌ର ଦର ଯଥାକ୍ରମେ ୪୪,୯୯୯ ଟଙ୍କା ଓ ୩୯,୯୯୯ ଟଙ୍କା ରହିବ। କଂପାନିର ସିଇଓ ସୁନ୍ଦର ପିଚ୍ଚାଇଙ୍କ ଉପସ୍ଥିତିରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଗୁଗୁଲ୍‌ ଆଇ/ଓ ୨୦୧୯’ରେ ଏହି ଦୁଇ ଫୋନ୍‌କୁ ଉନ୍ମୋଚନ କରାଯାଇଛି। ଆଜି ଗୁଗୁଲ୍ ଏହାର ଅନ୍ୟାନ୍ୟ ପ୍ରଯୁକ୍ତିଗୁଡ଼ିକୁ ମଧ୍ୟ ଉନ୍ମୋଚନ କରିଛି। ଗୁଗୁଲ୍ ଆସିଷ୍ଟାଣ୍ଟ୍‌ରେ କଂପାନି ଅନେକ ଉନ୍ନତି ଆଣିଛି। ଫୋଲ୍ଡ ବା ବଙ୍କା ହୋଇପାରୁଥିବା ଫୋନ୍‌ ପାଇଁ ଗୁଗୁଲ୍‌ ଆଣିଛି ଆଣ୍ଡ୍ରଏଡ୍‌ କ୍ୟୁ। ଏହା ୫ଜି ନେଟ୍‌ୱର୍କରେ କାମ କରିବ। ଏଥିରେ ଡାର୍କ ମୋଡ୍ ରହିଛି। କଂପାନି ଗୁଗୁଲ୍‌ ଲେନ୍ସ ବିଷୟରେ ଘୋଷଣା କରିଛି। ଯେଉଁମାନେ ପଢ଼ିପାରନ୍ତି ନାହିଁ କିମ୍ବା ଯେଉଁମାନେ ଦେଖିପାରନ୍ତି ନାହିଁ ସେମାନେ ଏହି ପ୍ରଯୁକ୍ତିକୁ ବ୍ୟବହାର କରି ବିଭିନ୍ନ ଅକ୍ଷୟକୁ ଶୁଣିପାରିବେ। ଏହି ପ୍ରଯୁକ୍ତି ସେମାନଙ୍କୁ ବିଭିନ୍ନ ଲେଖା ପଢ଼ି ଶୁଣାଇବ। କଂପାନି ଏହାର ସ୍ମାର୍ଟ ହୋମ୍ ଉପକରଣକୁ ଉନ୍ମୋଚନ କରିଛଇ। ଏହା ନେଷ୍ଟ୍‌ ବ୍ରାଣ୍ଡ୍‌ ନାମରେ ବଜାରରେ ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe