ଏଣିକି ସୁନ୍ଦର ଫଟୋ ପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ, ଫଟୋ ଉଠାଇବା ଦାୟିତ୍ୱ କ୍ୟାମେରାର

Advertisment
ଏଣିକି ସୁନ୍ଦର ଫଟୋ ପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ, ଫଟୋ ଉଠାଇବା ଦାୟିତ୍ୱ କ୍ୟାମେରାର

ନୂଆଦିଲ୍ଲୀ: ଗୁଗୁଲ ‘କ୍ଲିପ୍‌’ ନାମକ ଏକ କ୍ୟାମେରା ଲଞ୍ଚ କରିଥିଲା। ଯାହାକି ଏବେ ଗୁଗୁଲ ଷ୍ଟୋରରେ ଉପଲବ୍ଧ ହେଉଛି। ଏହି କ୍ୟାମେରାର ସ୍ୱତନ୍ତ୍ରତା ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉପଯୋଗର ଫଟୋ କେତେବେଳେ ଉଠାଇବ ତାହା ସ୍ୱଂ ନିର୍ଣ୍ଣୟ କରିଥାଏ।

publive-image

ଏହି କ୍ୟାମେରାର ମୂଲ୍ୟ ପାଖାପାଖି ୧୬,୦୦୦ଟଙ୍କା ରଖାଯାଇଛି। ଏହି କ୍ୟାମେରାର ଡେଲିଭରି ତୁରନ୍ତ କରାଯିବ ନାହିଁ ବୋଲି ସୂଚନା ମିଳିଛି। ୯ଟୁ ୫ ଗୁଗୁଲ ରିପୋର୍ଟ ମୁତାବକ, ସବୁଠାରୁ ଫାଷ୍ଟ ଡେଲିଭରି ଅପସନ୍‌ ଚୟନ କରିବା ପରେ ବି ଏହା ଆପଣଙ୍କୁ ଫେବ୍ରୁଆରି ୨୪ ତାରଖରେ ଯାଇ ମିଳିବ। ବର୍ତ୍ତମାନ ଏହା ଭାରତରେ ଉପଲବ୍ଧ ନାହିଁ। ଖୁବ୍‌ ଶୀଘ୍ର ଭାରତରେ ବି ବିକ୍ରି କରିବା ପାଇଁ ଯୋଜନା କରାଯାଉଛି।

ଏହି କ୍ଲିପ୍‌ ଅନ୍‌ କ୍ୟାମେରା ଅବସ୍ଥାରେ ସ୍ୱଂ ନିଜର ରିଜୋଲ୍ୟୁସନ୍‌ ସେଟ କରି ନେଇଥାଏ। ଏଥିରେ ୧୩୦ଡିଗ୍ରୀ ଆଙ୍ଗେଲର ଲେନ୍ସ ଖଞ୍ଜା ଯାଇଛି। ଏଥିରେ ଗୋଟିଏ ଫ୍ରେମ୍‌ରେ ଗୋଟିଏ ଦୃଶ୍ୟର ଅନେକ ଅଂଶ କଭର କରିବା ପାଇଁ ସୁବିଧା ହୋଇଥାଏ।

publive-image

ଏହି କ୍ୟାମେରାର ମୁମେଣ୍ଟରେ ଆଇକ୍ୟୁ ଦିଆଯାଇଛି। ଯାହାକି ଏକ ଅନ୍‌ବୋର୍ଡ ଓ ଅଫଲାଇନ୍‌ ମେସିନ୍‌ ଲର୍ଣ୍ଣଙ୍ଗ ମଡେଲ । ଏଥିସହିତ କ୍ୟାମେରାରେ ଭିଜୁଆଲ ପ୍ରୋସେସିଙ୍ଗ ୟୁନିଟ ବି ଦିଆଯାଇଛି। କ୍ୟାମେରା ସଠିକ୍‌ ଏକ୍ସପ୍ରେସନ୍‌, ଲାଇଟ ଓ ଫ୍ରେମିଙ୍ଗ ଭଳି ଜିନିଷକୁ ଚିହ୍ନଟ କରିବା ପରେ ଫଟୋ ସ୍ୱଂ ଉଠାଇ ଥାଏ।

ଏହି ଡିଭାଇସ୍‌କୁ ଗତବର୍ଷ ଅକ୍ଟୋବରରେ କମ୍ପାନି ଫ୍ଲେଗସିପ୍‌ ପିକ୍ସଲ ୨କୁ ଏକ କାର୍ଯ୍ୟକ୍ରମରେ ଲଞ୍ଚ କରାଯାଇଥିଲା। ଏହାକୁ ଗତ ସପ୍ତାହରେ ୟୁଏସ୍‌ ଫେଡେରଲ କମ୍ପ୍ୟୁନିକେସନ୍‌ କମିସନ୍‌ (ଏଫ୍‌ସିସି)ଦ୍ୱାରା ପାରିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe