ଜିଓ ପ୍ଲାଟଫର୍ମସରେ ଗୁଗୁଲ୍ ନିବେଶ କରିବ ୩୩,୭୩୭ କୋଟି, ସବୁ ଭାରତୀୟ ଧରିବେ ସ୍ମାର୍ଟଫୋନ୍

Advertisment
ଜିଓ ପ୍ଲାଟଫର୍ମସରେ ଗୁଗୁଲ୍ ନିବେଶ କରିବ ୩୩,୭୩୭ କୋଟି, ସବୁ ଭାରତୀୟ ଧରିବେ ସ୍ମାର୍ଟଫୋନ୍

ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌), ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ଓ ଗୁଗୁଲ୍ ଏଲ୍‌ଏଲ୍‌ସି (ଗୁଗୁଲ୍‌) ପକ୍ଷରୁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଆଜି ଘୋଷଣା କରାଯାଇଛି । ଏହି ଘୋଷଣା ଅନୁଯାୟୀ ଜିଓ ପ୍ଲାଟଫର୍ମସ୍‌ରେ ଗୁଗୁଲ୍ ପକ୍ଷରୁ ୩୩,୭୩୭ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ । ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୩୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଗୁଗୁଲ୍ ପକ୍ଷରୁ ଏହି ପୁଞ୍ଜିନିବେଶ କରାଯାଇଛି । ଗୁଗୁଲ୍‌ର ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୭.୭୩% ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ । ଏହା ସହିତ, ଜିଓ ପ୍ଲାଟଫର୍ମସ୍‌ରେ ଆର୍ଥିକ ଓ ଗୁରୁତ୍ୱପୂର୍ଣ୍ଣ ନିବେଶକମାନଙ୍କ ମୋଟ ପୁଞ୍ଜିନିବେଶ ପରିମାଣ ୧,୫୨,୦୫୬ କୋଟି ଟଙ୍କାରେ ପହଂଚିଛି ।

publive-image NDTV.com

ଭାରତର କୋଣ ଅନୁକୋଣରେ ଡିିଟିଟାଲ୍‌କରଣ (ଡିଜିଟାଇଜେସନ)ର ଲାଭ ପହଞ୍ଚାଇବା ଲାଗି ଜିଓ ଓ ଗୁଗୁଲ୍ ପକ୍ଷରୁ କରାଯାଉଥିବା ବର୍ତ୍ତମାନର ଉଦ୍ୟମ ଉପରେ ଆଧାର କରି ଏହି ନିବେଶ ବର୍ତମାନ ଦେଶରେ ଥିବା ୫୦୦ ନିୟୁତରୁ ଅଧିକ ଇଟଂରନେଟ୍ ବ୍ୟବହାରକାରୀଙ୍କ ଠାରୁ ଆହୁରି ଆଗକୁ ବୃଦ୍ଧି ପାଇବ । ଆଣ୍ଡ୍ରଏଡ୍ ଅପରେଟିଙ୍ଗ୍ ସିଷ୍ଟମ୍ ଓ ପ୍ଲେ ଷ୍ଟୋର୍ ଅପ୍‌ଟିମାଇଜେସନ୍ (ଅନୁକୂଳ) କରିବା ସହିତ ମିଳିତ ଭାବେ ଏଂଟ୍ରି ଲେବଲ୍ ବା ପ୍ରବେଶ ସ୍ତରର ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ବିକଶିତ କରିବା ଲାଗି ଜିଓ ପ୍ଲାଟଫର୍ମସ୍ ଓ ଗୁଗୁଲ୍ ମଧ୍ୟରେ ଏକ ବାଣିଜ୍ୟିକ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି । ଭାରତର ନିୟୁତାଧିକ ମୋବାଇଲ୍ ବ୍ୟବହାରକାରୀ କିଭଳି ସ୍ମାର୍ଟଫୋନ୍‌ର ମାଲିକ ହୋଇପାରିବେ ତୃଣମୂଳ ସ୍ତରରୁ ତାହାକୁ ନେବା ଲାଗି ଉଭୟ ସଂସ୍ଥା ଉତ୍ସାହିତ ରହିଛନ୍ତି । ଏହି ଉଦ୍ୟମ ନୂତନ ସୁଯୋଗ ସୃଷ୍ଟି କରିବ, ଯାହା ସକ୍ରିୟ ଆପ୍ଲିକେସନର ପରିବେଶ ବା ଇକୋସିଷ୍ଟମ୍‌କୁ ସଶକ୍ତ କରିବା ସହ ନୂଆ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲାଗି ଅଭିନବତା ଓ ନୂତନତ୍ୱ ଉପରେ ଗୁରୁତ୍ୱ ପଅଦାନ କରିବ ।

publive-image firstpost.com

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍  ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବନୀ କହିଛନ୍ତି ଯେ, “ସହାୟକ ହେଉଥିବା ସୂଚନା ହାସଲ କରିବା ପାଇଁ ନିୟୁତାଧିକ ଭାରତୀୟ ଗ୍ରାହକଙ୍କୁ ଗୁଗୁଲ ସଶକ୍ତ କରିଛି ଏବଂ ସେହିପରି ପରିବର୍ତନ ଓ ନୂତନତ୍ୱ ଆଣିବା କ୍ଷେତ୍ରରେ ଜିଓ ହେଉଛି ଏକ ଶକ୍ତି । ଗୁଗୁଲ୍‌କୁ ଆମେ ସ୍ୱାଗତ କରୁଛୁ ଏବଂ ଏହି ସହଭାଗିତା ଭାରତକୁ କ’ଣ ସବୁ ପ୍ରଦାନ କରିପାରବ ସେନେଇ ବେଶ୍ ଉତ୍ସାହିତ ରହିଛୁ । ଏକ ନୂତନ ଡିଜିଟାଲ୍ ଭାରତ ଗଠନର ପରିବର୍ତନଶୀଳ ଯାତ୍ରାରେ ଆମେ ମିଳିତ ଭାବେ ଏକ ସହାୟତା ପ୍ରଦାନକାରୀର ଭୂମିକା ନିର୍ବାହ କରିବାକୁ ଆଶା ରଖିଛୁ ।”

ଗୁଗୁଲ୍ ଓ ଆଲ୍‌ଫାବେଟ୍ ସିଇଓ ସୁନ୍ଦର ପିଚାଇ କହିଛନ୍ତି , “ଭାରତର ଡିଜିଟାଲ୍ ପରିବର୍ତନ ଏବଂ ପୁନର୍ବିନ୍ୟାସ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ବିଶେଷ କରି ଜିଓ ପ୍ଲାଟଫର୍ମ ଅଧିକ ଶ୍ରେୟ ହାସଲ କରିବାକୁ ହକଦାର । ଜିଓରେ ୩୩,୭୩୭ କୋଟି ଟଙ୍କା ନିବେଶ କରୁଥିବାରୁ ଗୁଗୁଲ୍ ଗର୍ବିତ । ମୁଁ ବହୁତ ଉତ୍ସାହିତ ଯେ ଆମର ମିଳିତ ସହଭାଗିିତା ବର୍ତମାନ ସୁଦ୍ଧା ସ୍ମାର୍ଟଫୋନ୍‌ର ମାଲିକ ହୋଇପାରି ନଥିବା ଶତାଧିକ ନିୟୁତ ଭାରତୀୟଙ୍କ ପାଖରେ ତାହା ପହଞ୍ଚାଇବା ଉପରେ ଧ୍ୟାନ ଦେବ ଏବଂ ଏହି ସମୟରେ ସମସ୍ତଙ୍କ ପାଇଁ ମୋବାଇଲ୍ ବ୍ୟବହାର ଅନୁଭୂତିକୁ ଅଧିକ ସମୃଦ୍ଧ କରିବ ।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe