PYMNTS.com
ନୂଆଦିଲ୍ଲୀ: ନୂଆ ଫିଚର ଆଣିଲା ଗୁଗୁଲ୍ ପେ | ବର୍ତ୍ତମାନ ଆମେରିକାରେ ଥିବା ଉପଭୋକ୍ତାମାନେ ଭାରତ ଏବଂ ସିଙ୍ଗାପୁରର ଥିବା ସେମାନଙ୍କ ବନ୍ଧୁ ଏବଂ ପରିବାରବର୍ଗଙ୍କୁ ଟଙ୍କା ପଠାଇପାରିବେ | ଏହି ଖବର ପ୍ରଥମେ ଟେକ୍ କ୍ରଞ୍ଚ ଦ୍ୱାରା ରିପୋର୍ଟ କରାଯାଇଥିବା ବେଳେ ଗୁଗୁଲ ମଧ୍ୟ ଏକ ବ୍ଲଗ୍ ପୋଷ୍ଟ ମାଧ୍ୟମରେ ଏହାକୁ ନିଶ୍ଚିତ କରିଛି । ନୂଆ ଫିଚରକୁ ସମର୍ଥନ କରିବାକୁ ଗୁଗୁଲ୍ ୱେଷ୍ଟର୍ଣ୍ଣ ୟୁନିଅନ୍ ଏବଂ ୱାଇଜ୍ ସହିତ ସହଭାଗିତା କରିଛି |
ବ୍ଲଗ ପୋଷ୍ଟରେ ଗୁଗୁଲ୍ ପେ କହିଛି ଯେ, ଆମେରିକାର ଉପଭୋକ୍ତାମାନେ ୱେଷ୍ଟର୍ ୟୁନିଅନ୍ ମାଧ୍ୟମରେ ୨୦୦ରୁ ଅଧିକ ଦେଶ ତଥା ଅଞ୍ଚଳର ଲୋକଙ୍କୁ ଏବଂ ୱାଇଜ୍ ମାଧ୍ୟମରେ ୮୦ଟି ଦେଶକୁ ଟଙ୍କା ପଠାଇବାକୁ ସକ୍ଷମ ହେବେ।
 TheNational
 TheNationalଆନ୍ତର୍ଜାତୀୟ ସ୍ତରରେ ଟଙ୍କା ପଠାଇବାକୁ ହେଲେ ଉପଭୋକ୍ତାମାନଙ୍କୁ ପ୍ରଥମେ ଗୁଗୁଲ୍ ପେ ଆପ ଖୋଲି ଯାହାକୁ ଟଙ୍କା ପଠାଇବାର ଥିବ ତାକୁ ସର୍ଚ୍ଚ କରିବେ | ଏହା ପରେ ଟଙ୍କା ପଠାଇବାକୁ ଥିବା ବ୍ୟକ୍ତିଙ୍କ ନାଁ ଉପରେ କ୍ଲିକ କରି ପେ' ବିକଳ୍ପ ବାଛିବାକୁ ପଡିବ | ପରେ ୱେଷ୍ଟର୍ଣ୍ଣ ୟୁନିଅନ୍ କିମ୍ବା ୱାଇଜ୍ ବାଛିବା ପାଇଁ ଗୁଗୁଲ୍ ପେ ଏକ ବିକଳ୍ପ ଦେଖାଇବ | ଏହା ପରେ ଯେଉଁ ଦେଶକୁ ଟଙ୍କା ପଠାଇବାର ଅଛି ସେହି ଅନୁସାରେ ବିକଳ୍ପ ବାଛି ଉପଭୋକ୍ତାମାନଙ୍କୁ ଦେୟ ସମାପ୍ତ କରିବାକୁ ହେବ |
ତେବେ ସବୁଠାରୁ ବଡ କଥା ହେଲା ଆମେରିକାର ଜଣେ ଉପଭୋକ୍ତା ବର୍ତ୍ତମାନ ସମୟରେ ଭାରତର କୌଣସି ବ୍ୟବସାୟକୁ ଦେୟ ଦେବା ପାଇଁ ଗୁଗୁଲ୍ ପେ ଉପରେ ନିର୍ଭର କରିପାରିବେ ନାହିଁ। ଏହି ଫିଚର କେବଳ ବ୍ୟକ୍ତିଗତ ଉପଭୋକ୍ତାଙ୍କୁ ଟଙ୍କା ସ୍ଥାନାନ୍ତର କରିବାକୁ ଅନୁମତି ଦେବ |
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2021/05/t-70.jpg)