ଉପଭୋକ୍ତାଙ୍କ ଗୋପନୀୟତାକୁ ଧ୍ୟାନରେ ରଖି ପ୍ଲେ ଷ୍ଟୋରରୁ କଲ୍ ରେକର୍ଡିଂ ଆପ ହଟାଇଲା ଗୁଗୁଲ

Advertisment
ଉପଭୋକ୍ତାଙ୍କ ଗୋପନୀୟତାକୁ ଧ୍ୟାନରେ ରଖି ପ୍ଲେ ଷ୍ଟୋରରୁ କଲ୍ ରେକର୍ଡିଂ ଆପ ହଟାଇଲା ଗୁଗୁଲ

ନୂଆଦିଲ୍ଲୀ: ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟିଲା ଥାର୍ଡ ପାର୍ଟି କଲ୍ ରେକର୍ଡିଂ ଆପ୍ । ଗତ ମାସରେ ଗୁଗୁଲ ତରଫରୁ ଏନେଇ ଘୋଷଣା କରାଯାଇଥିବା ବେଳେ ଆଜି ଗୁଗୁଲ୍ ପ୍ଲେ ଷ୍ଟୋରରେ ଥିବା ଅନ୍ୟ କମ୍ପାନିର କଲ୍ ରେକର୍ଡିଂ ଆପକୁ ବ୍ୟାନ୍ କରାଯାଇଛି । ପ୍ଲେ ଷ୍ଟୋରର ପଲିସି ମୁତାବକ ମେ’ ୧୧ ତାରିଖ ଅର୍ଥାତ ଆଜିଠୁ ଏହା ଲାଗୁ ହୋଇଯାଇଛି । ଆଜିଠୁ ପ୍ଲେ ଷ୍ଟୋରରେ କୌଣସି ପ୍ରକାର କଲ୍ ରେକର୍ଡିଂ ଆପ୍ ଉପଲବ୍ଧ ହେବ ନାହିଁ ବୋଲି ଗୁଗୁଲ ତରଫରୁ ଘୋଷଣା କରାଯାଇଛି । ତେବେ ଯେଉଁ ଫୋନରେ ପୂର୍ବରୁ ରେକର୍ଡିଂ ସୁବିଧା ଅଛି, ସେ ଫୋନରେ ଉପଭୋକ୍ତା ଏହାକୁ ବ୍ୟବହାର କରିପାରିବେ।

ଉପଭୋକ୍ତାମାନଙ୍କ ଗୋପନୀୟତାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଗୁଗୁଲ୍ କହିଛି ଯେ କଲ୍ ରେକର୍ଡିଂ ସହିତ ଆପ୍ ଗୁଡିକ ଆକ୍ସେସିବିଲିଟି ଏପିଆଇର  ବ୍ୟବହାର କରୁଛନ୍ତି। ଏହା ସେମାନଙ୍କୁ ଅନେକ ପ୍ରକାରର ଅନୁମତି ଦେଇଥାଏ। ଅନେକ ଆପ୍ ଡେଭଲପର ଏହାକୁ ଭୁଲ ବାଟରେ ବ୍ୟବହାର କରୁଛନ୍ତି।

ତେବେ ଗୁଗୁଲ ତରଫରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଯଦି ବ୍ୟବହାରକାରୀଙ୍କ ଫୋନରେ କଲ୍ ରେକର୍ଡିଂ ସୁବିଧା ଇନ୍ ବିଲ୍ଡ୍ ଅଛି ତେବେ ବ୍ୟବହାରକାରୀଙ୍କୁ କଲ୍ ରେକର୍ଡ କରିବାରେ କୌଣସି ଅସୁବିଧା ହେବ ନାହିଁ । ଫୋନରେ ଥିବା ଇନ୍ ବିଲ୍ଡ୍ ସୁବିଧା ଜରିଆରେ ‌ସେମାନେ କଲ୍ ରେକର୍ଡ କରିପାରିବେ। ହେଲେ ଆଗକୁ ନୂଆ ଫୋନ କିଣି ଯଦି କେହି କଲ୍ ରେକର୍ଡିଂ ଆପ ଡାଉନଲୋଡ୍ କରିବାକୁ ଚାହିଁବେ ସେମାନେ ଏଭଳି କରିପାରିବେ ନାହିଁ। ଗୁଗୁଲର ଘୋଷଣା ପରେ ଟ୍ରୁ କଲର୍ ମଧ୍ୟ ନିଜ ଆପରୁ ରେକର୍ଡିଂ ଫିଚର ହଟାଇବାକୁ ଘୋଷଣା କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe