ଏୟାରଟେଲ୍‌ରେ ୧୦୦ କୋଟି ଡଲାର ନିବେଶ କରିବ ଗୁଗଲ୍‌

Advertisment
ଏୟାରଟେଲ୍‌ରେ ୧୦୦ କୋଟି ଡଲାର ନିବେଶ କରିବ ଗୁଗଲ୍‌

Zee News

ନୂଆଦିଲ୍ଲୀ : ଭାରତୀ ଏୟାରଟେଲରେ ଗୁଗଲ୍‌ ୧୦୦ କୋଟି ଡଲାର ପର୍ଯ୍ୟନ୍ତ ନିବେଶ କରିବ। ଏୟାରଟେଲ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ଏୟାରଟେଲର ୧.୨୮ ପ୍ରତିଶତ ମାଲିକାନା ହାସଲ ପାଇଁ କମ୍ପାନି ୭୦୦ ନିୟୁତ ଡଲାର ଏବଂ ବାଣିଜ୍ୟିକ ରାଜିନାମା ଅଧିନରେ ୩୦୦ ନିୟୁତ ଡଲାର ନିବେଶ କରିବ। ଗୁଗଲ୍‌ ଫର୍‌ ଇଣ୍ଡିିଆ ଡିଜିଟାଇଜେସନ ଫଣ୍ଡ୍‌ ଅଧିନରେ କମ୍ପାନି ଏହି ନିବେଶ କରିବ।।ଭାରତରେ କ୍ଲାଉଡ ଇକୋସିଷ୍ଟମ ବିକାଶ ଓ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ଅର୍ଥ ବିନିଯୋଗ ହେବ। ତେବେ ନିୟାମକ ସଂସ୍ଥାଗୁଡ଼ିକର ମଞ୍ଜୁରି ଉପରେ ଏହି ରାଜିନାମା ନିର୍ଭର କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe