ପ୍ରକାଶ ପାଇଲା ଇୟର ଇନ ସର୍ଚ୍ଚ ୨୦୨୪ର ତାଲିକା

ଗୁଗୁଲ୍ ଦ୍ୱାରା ରିଲିଜ୍ ହୋଇଥିବା ସର୍ଚ୍ଚ ୨୦୨୪ ଅନୁଯାୟୀ ସର୍ବାଧିକ ଖୋଜା ଯାଇଥିବା ଚଳଚ୍ଚିତ୍ର ହେଉଛି ଏହି ବର୍ଷର ବ୍ଲକବଷ୍ଟର ହରର-କମେଡି 'ସ୍ତ୍ରୀ ୨' । ଦ୍ବିତୀୟରେ ରହିଛି 'କଲ୍କି ୨୮୯୮ ଏଡି'।

rt


ନୂଆଦିଲ୍ଲୀ:ଗୁଗୁଲ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଇୟର ଇନ ସର୍ଚ୍ଚ ୨୦୨୪ର ତାଲିକା ପ୍ରକାଶ କରିଛି। ବିଶ୍ବର ସର୍ବବୃହତ ସର୍ଚ୍ଚ ଇଞ୍ଜିନ୍ ଭାରତରେ ସର୍ବାଧିକ ଖୋଜା ଯାଇଥିବା ଜିନିଷକୁ ବିଭିନ୍ନ ବର୍ଗରେ ବିଭକ୍ତ କରିଛି। 

ଗୁଗୁଲ ଚଳିତ ବର୍ଷ ସର୍ବାଧିକ ଖୋଜା ଯାଇଥିବା ଚଳଚ୍ଚିତ୍ରର ତାଲିକା ମଧ୍ୟ ପ୍ରକାଶ କରିଛି। ଗୁଗୁଲ୍ ଦ୍ୱାରା ରିଲିଜ୍ ହୋଇଥିବା ସର୍ଚ୍ଚ ୨୦୨୪ ଅନୁଯାୟୀ ସର୍ବାଧିକ ଖୋଜା ଯାଇଥିବା ଚଳଚ୍ଚିତ୍ର ହେଉଛି ଏହି ବର୍ଷର ବ୍ଲକବଷ୍ଟର ହରର-କମେଡି 'ସ୍ତ୍ରୀ ୨' ।

ସ୍ତ୍ରୀ-୨ ବକ୍ସ ଅଫିସରେ ୬୦୦ କୋଟିର ବ୍ୟବସାୟ କରିଥିଲା।  ଅଭିନେତ୍ରୀ ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ବ୍ୟତୀତ ‘ସ୍ତ୍ରୀ-୨’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ପଙ୍କଜ ତ୍ରିପାଠୀ, ଅଭିଷେକ ବାନାର୍ଜୀ ଏବଂ ଅପାରଶକ୍ତି ଖୁରାନା ପ୍ରମୁଖ ଅଭିନୟ କରିଥିଲେ।

ଗୁଗୁଲ ଦ୍ୱାରା ପ୍ରକାଶିତ ସର୍ଚ୍ଚ ୨୦୨୪ର ତାଲିକାରେ ରାଜକୁମାର ରାୱ, ଶ୍ରଦ୍ଧା କପୁରଙ୍କ ଅଭିନୀତ ‘ସ୍ତ୍ରୀ-୨’ ପ୍ରଥମସ୍ଥାନରେ ଥିବା ବେଳେ ଦ୍ବିତୀୟ ସ୍ଥାନରେ ପ୍ରଭାସ, ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ ଏବଂ କମଲ ହାସନଙ୍କ ଅଭିନୀତ 'କଲ୍କି ୨୮୯୮ ଏଡି' ରହିଛି। ଯାହା ଚଳିତ ବର୍ଷ ଜୁନ୍ ମାସରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। 

ଏହି ଚଳଚ୍ଚିତ୍ର ବ୍ୟତୀତ ଗୁଗୁଲରେ ଅନେକ ଲୋକପ୍ରିୟ ୱେବ୍ ସିରିଜ୍ ଏବଂ ଟିଭି ସୋ’କୁ ନେଇ ଲୋକମାନଙ୍କ ମଧ୍ୟରେ କୌତୁହଳ ଦେଖିବାକୁ ମିଳିଥିଲା।  ଚଳିତ ବର୍ଷ ଗୁଗୁଲରେ ସର୍ବାଧିକ ଖୋଜା ଯାଇଥିବା ସିରିଜରେ ସଞ୍ଜୟ ଲୀଲା ଭନସାଲୀଙ୍କ 'ହୀରାମଣ୍ଡି: ଦ ଡାଇମଣ୍ଡ ବଜାର', ପଙ୍କଜ ତ୍ରିପାଠୀ, ଅଲି ଫଜଲ ଷ୍ଟାରର 'ମିର୍ଜାପୁର' ଓ ବିଗବସ’ ୧୭ ଓ ‘ପଞ୍ଚାୟତ’ ସାମିଲ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe