News18.com
ମୁମ୍ବାଇ: ଆପଣ କିଛି ବର୍ଷ ପୂର୍ବର କଥା ଭାବନ୍ତୁ। ଯେତେବେ ଅନ୍ୟ କୌଣସି ମାଧ୍ୟମ ନଥିଲା, ଲୋକମାନେ ଇଣ୍ଟରନେଟ୍ ବ୍ୟବହାର କରି କେବଳ ଇ-ମେଲ୍ ଚଳାଉଥିଲେ। ଆପଣ ବି ହୁଏତ ଜିମେଲ୍, ୟାହୁ କିମ୍ବା ରେଡିଫ୍ମେଲ୍ ପରି କୌଣସି ମେଲ୍ ବ୍ୟବହାର କରିଥବେ। ଜିମେଲ୍ର ଆଇକନିକ୍ ଲାଲ୍ ଏବଂ ଧଳା ଲୋଗୋ ଆମେ ସମସ୍ତେ ଦେଖିଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛି ଯେ ସେହି ଲୋଗୋରେ ଏବେ ପରିବର୍ତ୍ତନ ଘଟିଛି।
ଗୁଗୁଲ୍ ଆଇକନିକ୍ ଜିମେଲ୍ ଏନଭଲପ୍ ଲୋଗୋକୁ ଏକ ଡିଜାଇନ୍ ସହିତ ବଦଳାଇଛି। ପୂର୍ବରୁ ଜିମେଲ୍ ଲୋଗରେ ଧଳା ଓ ନାଲି ରଂଗ ବ୍ୟବହୃତ ହୋଇଥିବା ବେଳେ ପରିବର୍ତ୍ତିତ ଲୋଗୋରେ ନୀଳ, ନାଲି, ହଳଦିଆ ଏବଂ ସବୁଜ ରଂଗ ବ୍ୟବହାର କରାଯାଇଛି। ଗୁଗୁଲ୍ର ପାରମ୍ପରିକ ରଂଗ ଅନୁସାରେ ଏହି ପରିବର୍ତ୍ତନ ଅଣାଯାଇଛି।
ପୂର୍ବରୁ ଏକ ଏନ୍ଭଲପ୍ ଉପରେ ‘ଏମ’ ଲେଖାଥିବା ଲୋଗୋ ରହିଥିଲା। ଏବେ ମଧ୍ୟ ପୂର୍ବ ପରି ‘ଏମ୍’ ଲେଖାଯାଇଛି। ମାତ୍ର ଏନ୍ଭଲପ୍କୁ ହଟାଇ ଦିଆଯାଇଛି। ଗୁଗୁଲ୍ ଏନ୍ଭଲ୍ପର ଗୁରୁତ୍ବ ନଥିବା ଚିନ୍ତା କରି କେବଳ ଏମ୍ ରଖିବା ସହ ନିଜର ପାରମ୍ପରିକ ରଂଗରେ ଜିମେଲ୍ ଡିଜାଇନ୍ କରିଛି। ମାତ୍ର ଜାଣିବାକୁ ମିଳିଛି ଯେ ବ୍ୟବହାରକାରୀମାନେ ଏହି ପରିବର୍ତ୍ତନରେ ଖୁସି ନୁହଁନ୍ତି।
Follow Us