ଯେମିତି ରୋଜଗାର ସେମିତି ଦାନ: ଦାନବୀରଙ୍କ ତାଲିକାରେ ସ୍ଥାନ ପାଇଲେ ଗୌତମ ଆଦାନୀ

Advertisment
ଯେମିତି ରୋଜଗାର ସେମିତି ଦାନ: ଦାନବୀରଙ୍କ ତାଲିକାରେ ସ୍ଥାନ ପାଇଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଗୌତମ ଆଦାନୀ, ଏଚ୍.ସି.ଏଲ୍ ଟେକ୍ନୋଲୋଜିର ଶିବ ନାଦର ଏବଂ ହାପିଷ୍ଟ ମାଇଣ୍ଡ ଟେକ୍ନୋଲୋଜି ମୁଖ୍ୟ ଅଶୋକ ସୁଟା ହେଉଛନ୍ତି ଏମିତି ତିନିଜଣ ଭାରତୀୟ ଯିଏକି ଫୋର୍ବସ୍ ଏସିଆର ଟପ୍ ଦାନବୀର ତାଲିକାରେ ସ୍ଥାନ ପାଇଛନ୍ତି। ଫୋର୍ବସର ଏହି ୧୬ତମ ସଂସ୍କରଣରେ ଗୌତମ ଆଦାନୀଙ୍କୁ ଭାରତର ସବୁଠୁ ବଡ ଦାନବୀର ଭାବେ ସ୍ଥାନ ଦିଆଯାଇଛି | ଚଳିତ ବର୍ଷ ଜୁନରେ ଯେତେବେଳେ ତାଙ୍କୁ ୬୦ ବର୍ଷ ହୋଇଥିଲା, ସେତେବେଳେ ସେ ୬୦,୦୦୦ କୋଟି ଟଙ୍କା ଦାନ କରିଥିଲେ। ଏହି ପରିମାଣ ଆଦାନୀ ଫାଉଣ୍ଡେସନ୍ ମାଧ୍ୟମରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଦକ୍ଷତା ବିକାଶ ପାଇଁ ଖର୍ଚ୍ଚ ହେବ | ୧୯୯୬ରେ ଆଦାନୀ ଫାଉଣ୍ଡେସନ୍ ପ୍ରତିଷ୍ଠା କରାଯାଇଥିଲା | ଏହାର ଅଧ୍ୟକ୍ଷ ହେଉଛନ୍ତି ଗୌତମ ଆଦାନୀଙ୍କ ପତ୍ନୀ ପ୍ରୀତି ଆଦାନୀ।

ଆଦାନୀ ଫାଉଣ୍ଡେସନ୍ ଭାରତରେ ପ୍ରତିବର୍ଷ ୩୭ ଲକ୍ଷ ଲୋକଙ୍କୁ ସାହାଯ୍ୟ କରେ | ଶିବ ନାଦରଙ୍କ ନାମ ମଧ୍ୟ ଫୋର୍ବସର ଦାନବୀର ତାଲିକାରେ ସ୍ଥାନ ପାଇଛି, ଯିଏ ଗତ ଦଶନ୍ଧି ମଧ୍ୟରେ ଶିବ ନାଦର ଫାଉଣ୍ଡେସନ ମାଧ୍ୟମରେ ପ୍ରାୟ ଏକ ବିଲିୟନ ଡଲାର ଖର୍ଚ୍ଚ କରିଛନ୍ତି। ଏହି ବର୍ଷ ସେ ଫାଉଣ୍ଡେସନକୁ ୧୧୬୦ କୋଟି ଟଙ୍କା ଦେଇଛନ୍ତି। ସେ ୧୯୯୪ରେ ଏହି ଫାଉଣ୍ଡେସନକୁ ଆରମ୍ଭ କରିଥିଲେ। ଶିବ ନାଦର ଏଚସିଏଲ ଟେକ୍ନୋଲୋଜିର ସହ-ପ୍ରତିଷ୍ଠାତା ଥିଲେ। ୨୦୨୧ ମସିହାରେ, ସେ କାର୍ଯ୍ୟନିର୍ବାହୀ ଭୂମିକାରୁ ନିଜକୁ ଦୂରେଇ ରଖିଥିଲେ | ସେ ଫାଉଣ୍ଡେସନ ମାଧ୍ୟମରେ ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟ ନିର୍ମାଣ କରିଛନ୍ତି। ଏହି ଫାଉଣ୍ଡେସନର ଟ୍ରଷ୍ଟି ଭାବରେ ତାଙ୍କ ପତ୍ନୀ କିରଣ ନାଦର, ଝିଅ ରୋଶନୀ ନାଦର ମଲହୋତ୍ରା ଏବଂ ଜ୍ୱାଇଁ ଶିଖର ମାଲହୋତ୍ରା ମଧ୍ୟ ଅଛନ୍ତି। ହାପିଷ୍ଟ ମାଇଣ୍ଡ ଟେକ୍ନୋଲୋଜିର ୮୦ ବର୍ଷୀୟ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅଶୋକ ସୋଟା ମଧ୍ୟ ଫୋର୍ବସ୍ ତାଲିକାରେ ସ୍ଥାନ ପାଇଛନ୍ତି | ସେ ୨୦୨୧ ମସିହାରେ ପ୍ରତିଷ୍ଠା କରିଥିବା ମେଡିକାଲ ରିସର୍ଚ୍ଚ ଟ୍ରଷ୍ଟକୁ ୬୦୦ କୋଟି ଡଲାର ଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe