ନୂଆଦିଲ୍ଲୀ: ‘ଫାଷ୍ଟ୍ଟ୍ୟାଗ୍’ ବ୍ୟବହାର କରି ଜାତୀୟ ରାଜପଥରେ ଆଦାୟ ହେଉଥିବା ଟୋଲ୍ ଦେୟର ଶେଷ ତାରିଖ ୨୦୨୧ ଫେବ୍ରୁଆରି ୧୫ ତାରିଖ ପର୍ଯ୍ୟନ୍ତ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ବୃଦ୍ଧି କରିଛି। ପୂର୍ବରୁ ଏହାର ଶେଷ ତାରିଖ ଥିଲା ୨୦୨୧ ଜାନୁଆରି ୧ ତାରିଖ।
ଟୋଲ୍ ପ୍ଲାଜାରେ ଦେୟ ପୈଠ କରିବା ନିମନ୍ତେ ପ୍ରତ୍ୟେକ ଚାରିଚକିଆ ଓ ବ୍ୟାବସାୟିକ ଯାନବାହନ ନିମନ୍ତେ ‘ଫାଷ୍ଟ୍ଟ୍ୟାଗ୍’ ଲଗାଇବା ନିମନ୍ତେ ‘ଏନ୍ଏଚ୍ଏଆଇ’ ଜାନୁଆରି ପହିଲାକୁ ଶେଷ ତାରିଖ ବୋଲି ପୂର୍ବରୁ ଘୋଷଣା କରିଥିଲା।
Image Courtesy of NDTVଏହି ନିୟମ ଅନୁସାରେ, ସବୁ ଟୋଲ୍ ପ୍ଲାଜାର ମାତ୍ର ଗୋଟିଏ ଲେନ୍କୁ ଛାଡ଼ି ଅନ୍ୟ ସବୁଗୁଡ଼ିକୁ ‘ଫାଷ୍ଟ୍ଟ୍ୟାଗ୍’ ଲେନ୍ କରାଯିବ। ଟୋଲ୍ ଦେୟ ବାବଦକୁ ନଗଦ ଟଙ୍କା ଦେଉଥିବା ଯାନବାହନ ମାଲିକଙ୍କୁ ଟୋଲ୍ ଦେୟର ଦୁଇଗୁଣ ଅର୍ଥ ପୈଠ କରିବାକୁ ପଡ଼ିବ। ଏହା ଅଣ-ଫାଷ୍ଟ୍ଟ୍ୟଗ୍ ଲେନ୍ ମଧ୍ୟ ଦେଇ ଯିବାକୁ ଥିବା ଯାନବାହନ ପ୍ରତି ଲାଗୁ ହେବ।
ସମ୍ପ୍ରତି ‘ଫାଷ୍ଟ୍ଟ୍ୟାଗ୍’ ଜରିଆରେ ପ୍ରାୟ ୭୫%ରୁ ୮୦% ଟୋଲ୍ ଦେୟ ଆଦାୟ ହେଉଥିବା କଥା ଏକ ବିବୃତିରେ ‘ଏନ୍ଏଚ୍ଏଆଇ’ କହିଛି। କିନ୍ତୁ, ଫେବ୍ରୁଆରି ୧୫ ତାରିଖ ଠାରୁ ତାହାକୁ ୧୦୦% ନଗଦ ଅର୍ଥରହିତ କରାଯିବ।
Follow Us