‘ରେଡି ଟୁ ଇଟ ଫୁଡ’ ଖାଦ୍ୟ ବିକ୍ରି କରୁଥିବା ଦୋକାନୀ ହୋଇଯାଆନ୍ତୁ ସାବଧାନ!

‘ରେଡି ଟୁ ଇଟ ଫୁଡ’ ଖାଦ୍ୟ ବିକ୍ରି କରୁଥିବା ଦୋକାନୀ ହୋଇଯାଆନ୍ତୁ ସାବଧାନ!

ନୂଆଦିଲ୍ଲୀ: ଭାରତରେ ରେଡି ଟୁ ଇଟ ଫୁଡ଼ର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ଖାଦ୍ୟକୁ ପିଲା ଠାରୁ ବୃଦ୍ଧ ସମସ୍ତେ ଖାଇବାକୁ ପସନ୍ଦ କରୁଛନ୍ତି। ତେବେ ସବୁଠାରୁ ସମସ୍ୟାର କଥା ହେଉଛି ବାହାରେ ତିଆରି ହେଉଥିବା ସେଣ୍ଡଉଇଚ, ବର୍ଗର, କ୍ରିମରୋଲ ଆଦି କେବେ ତିଆରି ହୋଇଛି ? କେବେ ଖରାପ ହେବ ? ସେ ବିଷୟରେ କିଛି ବିବରଣୀ ସେଥିରେ ନଥାଏ।

ଏହାକୁ ନେଇ ଦୋକାନୀମାନେ କହିଥାଆନ୍ତି କି ସେମାନଙ୍କ ଦୋକାନ‌ରେ ମିଳୁଥିବା ଖାଦ୍ୟ ବାସି ହୋଇ ନଥାଏ। ସତେଜ ଖାଦ୍ୟ ସେମାନେ ଗ୍ରାହକଙ୍କୁ ଦେଇ ଥାଆନ୍ତି। ଆମେ ବି ସେମାନଙ୍କ କଥାରେ ବିଶ୍ବାସ କରି ଉକ୍ତ ଖାଦ୍ୟକୁ ଘରକୁ କିଣି ନେଇ ଆସିଥାଉ।

ତେବେ ଏମିତି ଘଟଣାକୁ ନେଇ ଏକ ଖବର ଆସିଛି କି, ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନ୍ତର୍ଗତ କାମ କରୁଥିବା ଭାରତ ସରକାରଙ୍କ ଫୁଡ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥୋରିଟି ଅଫ ଇଣ୍ଡିଆ (ଏଫଏସଏସଏଆଇ) ଏକ ଗାଇଡଲାଇନ ଜାରି କରିବାକୁ ଯାଉଛି।

ଏହି ଗାଇଡଲାଇନ ଅନୁଯାୟୀ ବଜାରରେ ମିଳୁଥିବା ରେଡି ଟୁ ଇଟ ଫୁଡ଼ରେ କେବେ ତିଆରି ହୋଇଛି ? ଏହା କେବେ ଖରାପ ହେବ? ସେ ବିଷୟରେ ସୂଚନା ଦେବାକୁ ହେବ। ଆଉ ତିଆରି ହୋଇଥିବା ଉପକରଣକୁ ବି ଏଥିରେ ଉଲ୍ଲେଖ କରାଯିବ ବୋଲି କୁହାଯାଉଛି।

ଏଫଏସଏସଏଆଇକୁ ଅନେକ ଥର ଅଭିଯୋଗ ଆସିଛି କି, ଦୋକାନୀମାନେ ଯାହାକୁ ସତେଜ ଖାଇବା କହି ବିକ୍ରି କରିଥାଆନ୍ତି ଗ୍ରାହକ ତାହାକୁ ଖାଇବା ପରେ ବାସି ବାହାରିଥାଏ। ଏଫଏସଏସଏଆଇ ବି ଅନେକ ସମୟରେ ରେଡି ଟୁ ଇଟ ଫୁଡ଼ ଭଳି ଖାଦ୍ୟ ବିକ୍ରି କରୁଥିବା ଦୋକାନ ଉପରେ ଚଢ଼ାଉ କରି ବାସି ଖାଦ୍ୟ ବି ଜବତ କରିଛି।

ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି କି, ଖରାପ ଖାଦ୍ୟ ଖାଇ ଲୋକଙ୍କ ମୃତ୍ୟୁ ହେଉଥିବା ତାଲିକାରେ ବିଶ୍ବରେ ଭାରତ ଦ୍ବିତୀୟ ନମ୍ବରରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe