ନୂଆଦିଲ୍ଲୀ: ସରକାରୀ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନିକଟରେ ବିଭିନ୍ନ ସରକାରୀ ବିଭାଗରେ ଚାକିରି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତୀୟ ରେଳବାଇ, ବ୍ୟାଙ୍କିଂ, ଶିକ୍ଷା ବିଭାଗ, ଭାରତୀୟ ସେନା, ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଅଧିନରେ ଥିବା ଅନେକ ବିଭାଗରେ ବାହାରିଥିବା ଚାକିରି ବିଜ୍ଞପ୍ତି ନେଇ ନିମ୍ନରେ ବିସ୍ତତ ସୂଚନା ଦିଆଯାଇଛି।
ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର କିଛି ମହତ୍ତ୍ୱପୂର୍ଣ୍ଣ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁଥିରେ ୫୦ଟି ପଦ ସ୍ପେଶିଆଲିଷ୍ଟ ଅଫିସର୍ସ ପଦବି ସାମିଲ୍ ଅଛି। ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ୨୦୧୯ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଆବେଦନ କରି ପାରିବେ। ଏଥିପାଇଁ ପଞ୍ଜିକରଣ ପ୍ରକ୍ରିୟା ୨୦୧୯ ଡିସେମ୍ବର ୧୬ରୁ ଆରମ୍ଭ ହୋଇଯିବ। ଯେଉଁ ପ୍ରାର୍ଥୀମାନେ ଆଇଟି ସେକ୍ଟର ସହିତ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ।
ଭାରତୀୟ ଡାକ ବିଭାଗରେ ଗ୍ରାମୀଣ ଡାକ ସେବକ (ଜିଡିଏସ୍) ପଦ ପାଇଁ ନିଯୁକ୍ତି ହେବାକୁ ଯାଉଛି। ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ୧୦ମ ଶ୍ରେଣୀ ପାସ୍ କରିଥିବା ନିହାତି ଆବଶ୍ୟକ ରହିଛି। ଏହି ପଦ ପାଇଁ ପଞ୍ଜିକରଣ ଶୁଳ୍କର ଶେଷ ତାରିଖ ୨୦୧୯ ଡିସେମ୍ବର ୧୪ ତାରିଖ ରହିଛି। ୧୮ବର୍ଷରୁ ଅଧିକ ଓ ୪୦ବର୍ଷରୁ କମ୍ ବୟସ ଥିବା ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରି ପାରିବେ।
/sambad/media/post_attachments/wp-content/uploads/2019/12/470964-5000.jpg)
ଏସ୍ଏସ୍ସି ସିଏଚଏସ୍ଏଲ (ଏସ୍ଏସ୍ସି କମ୍ବାଇଣ୍ଡ ହାଏର ସେକେଣ୍ଡାରି ଲେବଲ ଏଗଜାମିନେସନ୍ ୨୦୧୯)ର ପରୀକ୍ଷା ଦେବାକୁ ଥିବା ପ୍ରାର୍ଥୀଙ୍କ ପାଇଁ ଆୟୋଗ ନିଜର େଓ୍ଵବସାଇଟ Ssc.nic.inରେ ଏକ ଜରୁରୀ ନୋଟିଫିକେସନ୍ ଜାରି କରିଛି। ଏସ୍ଏସ୍ସିର ନୋଟିଫିକେସନ୍ରେ କୁହାଯାଇଛି କି, ଯେଉଁ ପ୍ରାର୍ଥୀମାନେ ସିଏଚଏସ୍ଏଲ ପରୀକ୍ଷା ୨୦୧୯ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି। ସେମାନେ ୨୦୨୦ ଜାନୁଆରି ୧୦ ତାରିଖ ପୂର୍ବରୁ ଆବେଦନ କରି ନିଅନ୍ତୁ।
ଭାରତୀୟ ରେଳବାଇ ୧୨୦୦ ଚାକିରି ବାହାର କରିଛି। ଚଳିତ ଥର ସବୁଠାରୁ ସ୍ୱତନ୍ତ୍ର କଥାଟି ହେଉଛି ଏହି ଚାକିରି ପାଇଁ କୌଣସି ପ୍ରବେଶ ପରୀକ୍ଷାର ଆବଶ୍ୟକତା ନାହିଁ। ଅପ୍ରେଣ୍ଟିସ ଆକ୍ଟ ଆଧାରରେ ଇଷ୍ଟ କୋଷ୍ଟ ରେଳବାଇ ପାଖାପାଖି ୧,୨୧୬ ପଦବୀ ବାହାର କରିଛି। ୮ମ ଶ୍ରେଣୀ ପାସ୍ କରିଥିବା ପ୍ରାର୍ଥୀ ବି ଏହି ପଦ ପାଇଁ ଆବେଦନ କରି ପାରିବେ।
ରେଳବାଇ ନିଜ େଓ୍ଵବସାଇଟରେ ସୂଚନା ଦେଇଛି କି, ଫିଟର,ଓ୍ଵଲଡର, ମେକାନିକ, ପେଣ୍ଟର, ସିଟ ମେଟଲ ଓ୍ଵାର୍କର ଓ ଟ୍ରେଡ ଓ୍ଵଲଡରର ଖାଲିଥିବା ପଦ ପାଇଁ ନିଯୁକ୍ତି କରଯିବ। ଆବେଦନକାରୀ ଏଥିପାଇଁ କୌଣସି ଟେକନିକଲ ସଂସ୍ଥାରୁ ସାର୍ଟିଫିକେଟ୍ ପ୍ରାପ୍ତ କରିଥିବା ଆବଶ୍ୟକ।
/sambad/media/post_attachments/wp-content/uploads/2019/12/imagescam0fnmq.jpg)
Follow Us