ଭୁବନେଶ୍ବର: ବୀମା ଉତ୍ପାଦ ବିକ୍ରି ବେଳେ ମିସ୍ ସେଲିଂ ଏକ ବଡ଼ ସମସ୍ୟା ହୋଇରହିଛି। ଗ୍ରାହକମାନଙ୍କୁ ଗୋଟିଏ କଥା ବୁଝାଇ ଅନ୍ୟ ପ୍ରକାର ଉତ୍ପାଦ ବିକ୍ରି କରାଯାଉଛି। ଫଳରେ ଦରକାର ସମୟରେ ସେମାନଙ୍କୁ ବୀମାର ସୁବିଧା ମିଳୁନଥିବାରୁ ସେମାନେ ନିରାଶ ହେଉଛନ୍ତି। ଏହିଭଳି ଘଟଣା ଦ୍ବାରା ସେମାନଙ୍କ ମନରେ ବୀମା କମ୍ପାନି ପ୍ରତି ବିଶ୍ବାସ ସଙ୍କଟ ସୃଷ୍ଟି ହେଉଛି। ବୀମା କ୍ଷେତ୍ରର ସେହି ସଙ୍କଟ ଦୂର କରିବା ଲାଗି ଉନ୍ନୟନ କମିସନର ଦେଓ ରଞ୍ଜନ କୁମାର ସିଂହ ବୀମା କମ୍ପାନିଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଭୁବନେଶ୍ବରରେ ଅନୁଷ୍ଠିତ ଦ୍ବିତୀୟ ରାଜ୍ୟସ୍ତରୀୟ ବୀମା କମିଟି (ଏସ୍ଏଲ୍ଆଇସି) ବୈଠକକୁ ସମ୍ବୋଧିତ କରି ସେ ଏହା କହିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବୀମା ଯୋଜନା ଅନ୍ତର୍ଗତ ଦାବି ଦାଖଲ ଓ ଦାବି ସମାଧାନ ପ୍ରକ୍ରିୟା ସମ୍ପର୍କରେ ସଚେତନତା ବୃଦ୍ଧିର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା। ବୁଣାକାର ଓ କାରିଗରମାନଙ୍କୁ ସୁଲଭ ମୂଲ୍ୟରେ ବୀମା ଯୋଗାଇ ଦେବା ଉପରେ ଜୋର ଦିଆଯାଇଥିଲା। ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳବାସୀଙ୍କ ପାଇଁ ସୁଲଭ ବୀମା ଯୋଜନା ଆଣିବାକୁ ବୀମା କମ୍ପାନୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ବୈଠକରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ବୀମା ବଢ଼ାଇବା ଉପରେ ଗୁରୁତ୍ବାରୋପ କରାଯାଇଥିଲା।
A word for tomorrow: କାଲି ପାଇଁ କଥାଟିଏ: ଚୌଛକିର ଟ୍ରଲି ରିକ୍ସା
ଡିଜିଟାଲ୍ ନବସୃଜନ, ତୃଣମୂଳ ସ୍ତରରେ ପ୍ରଶିକ୍ଷୀତ କୁଶଳୀ କର୍ମୀମାନଙ୍କ ମାଧ୍ୟମରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ବୀମା ପହଞ୍ଚାଇବା ଦିଗରେ ଉଦ୍ୟମ କରିବାକୁ କମ୍ପାନିମାନଙ୍କୁ ପରାମର୍ଶ ଦିଆଯାଇଥିଲା। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନାଗରିକମାନଙ୍କ ପାଇଁ ବୀମା ଉତ୍ପାଦଗୁଡ଼ିକର ସଚେତନତା, ସହଜ ଉପଲବ୍ଧତା ପାଇଁ ବିଭିନ୍ନ କୌଶଳ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର, ହସ୍ତତନ୍ତ ସଚିବ ଗୁହା ପୁନମ ତାପସ କୁମାର, ଅର୍ଥ ବିଭାଗର ଅତିରିକ୍ତ ସଚିବ ସାଗରିକା ହୋତା, ଆଇଆର୍ଡିଏଆଇ ସଦସ୍ୟ (ବିତରଣ) ସତ୍ୟଜିତ ତ୍ରିପାଠୀ, ଏଲ୍ଆଇସିର ପରିଚାଳନା ନିର୍ଦ୍ଦେଶକ ରତ୍ନାକର ପଟ୍ଟନାୟକ, ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ପରାଗ ରାଜା, ଶ୍ରୀରାମ ଜେନେରାଲ ଇନସ୍ୟୁରାନ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶଶିକାନ୍ତ ଦାହୁଜା, ଜୁରିଚ କୋଟକ୍ ଜେନେରାଲ ଇନ୍ସ୍ୟୁରାନ୍ସର ଜାତୀୟ ମୁଖ୍ୟ ଶୈଳେନ୍ଦ୍ର ଶର୍ମା, ବିଭିନ୍ନ ସାଧାରଣ ବୀମା, ଜୀବନ ବୀମା ଓ ସ୍ବାସ୍ଥ୍ୟ ବୀମା କମ୍ପାନିର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/24/general-insurance-2025-11-24-02-10-54.jpg)