ସରକାରୀ ବ୍ୟାଙ୍କ ମିଶ୍ରଣ ପାଇଁ କମିଟି ଗଠିତ

Advertisment
ସରକାରୀ ବ୍ୟାଙ୍କ ମିଶ୍ରଣ ପାଇଁ କମିଟି ଗଠିତ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ମିଶ୍ରଣ ପ୍ରସ୍ତାବଗୁଡ଼ିକର ଦେଖାଶୁଣା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ନେତୃତ୍ୱରେ ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିର ଅନ୍ୟ ସମସ୍ତମାନେ ହେଉଛନ୍ତି ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ଜେଟ୍‌ଲିଙ୍କ ନେତୃତ୍ୱରେ ଗଠନ କରାଯାଇଥିବା କମିଟି ବିଷୟରେ ଆର୍ଥିକ ସେବା ସଚିବ ରାଜୀବ କୁମାର ଟ୍ଵିଟରରେ ସୂଚନା ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ସରକାର ୨ ଲକ୍ଷ ୧୧ ହଜାର କୋଟି ଟଙ୍କାର ପାଣ୍ଠି ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe