ସରକାରୀ କୋଷାଗାରରୁ ପ୍ରାୟ ୨୦୦୦ କୋଟି ଟଙ୍କାର ‘ଆଇଜିଏସ୍‌ଟି’ ଠକିଥିବା ୧,୩୭୭ ବିପଜ୍ଜନକ ରପ୍ତାନିକାରୀଙ୍କୁ ଚିହ୍ନଟ କଲେ ସରକାର

Advertisment
ସରକାରୀ କୋଷାଗାରରୁ ପ୍ରାୟ ୨୦୦୦ କୋଟି ଟଙ୍କାର ‘ଆଇଜିଏସ୍‌ଟି’ ଠକିଥିବା ୧,୩୭୭ ବିପଜ୍ଜନକ ରପ୍ତାନିକାରୀଙ୍କୁ ଚିହ୍ନଟ କଲେ ସରକାର

ନୂଆଦିଲ୍ଲୀ: ଅସାଧୁ ଉପାୟରେ ‘ଆଇଜିଏସ୍‌ଟି’ ଦାବି କରି ସରକାରୀ କୋଷାଗାରର କ୍ଷତି କରିଥିବା ବିପଜ୍ଜନକ ରପ୍ତାନିକାରୀଙ୍କର ତାଲିକା ସରକାର ପ୍ରକାଶ କରିଛନ୍ତି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୧, ୩୭୭ ଜଣ ଅସାଧୁ ରପ୍ତାନିକାରୀ ୧, ୮୭୫ କୋଟି ଟଙ୍କାର ରିଫଣ୍ଡ୍ ଦାବି କରିଥିଲେ। ଏଥିରେ ‘ସେଭେନ୍ ଷ୍ଟାର୍’ ରପ୍ତାନିକାରୀ ମଧ୍ୟ ଅଛନ୍ତି। କିନ୍ତୁ, ସେମାନଙ୍କ ପତ୍ତା ମିଳୁନାହିଁ।

ସେହି ଭଳି ଅନ୍ୟ ତିନି ଜଣ ‘ଷ୍ଟାର୍’ ରପ୍ତାନିକାରୀଙ୍କ ରିପୋର୍ଟ ମଧ୍ୟ ମିଳିଛି। ରପ୍ତାନିକାରୀଙ୍କ ମଧ୍ୟରୁ ୧୦ ଜଣ ଦାବି କରିଥିବା ‘ଆଇଜିଏସ୍‌ଟି’ ଫେରସ୍ତ ଅର୍ଥର ପରିମାଣ ହେଉଛି ୨୮.୯ କୋଟି।

publive-image

‘ଆଇଜିଏସ୍‌ଟି’ ବା ‘ଇଣ୍ଟିଗ୍ରେଟେଡ୍ ଗୁଡ୍‌ସ୍ ଆଣ୍ଡ୍‌ ସର୍ଭିସେସ୍ ଟ୍ୟାକ୍ସ୍’ ହେଉଛି ଆନ୍ତଃ-ରାଜ୍ୟ ଦ୍ରବ୍ୟ ଓ ସେବା ଯୋଗାଣ ଉପରେ ଲାଗୁ କରାଯାଉଥିବା ଟିକସ। ଏଥିରୁ ସଂଗୃହୀତ ଅର୍ଥ କେନ୍ଦ୍ର ସରକାରଙ୍କ ପାଖକୁ ଯାଏ। ଏହା ହେଉଛି ୨୦୧୭ରେ ଆରମ୍ଭ ହୋଇଥିବା ‘ଜିଏସ୍‌ଟି’ର  ଅଂଶବିଶେଷ।

ପ୍ରାପ୍ତ ସୂଚନା ଅନୁସାରେ, ସରକାରଙ୍କ ବିପଜ୍ଜନକ ତାଲିକାରେ ୭, ୫୧୬ଜଣ ରପ୍ତାନିକାରୀଙ୍କୁ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରୁ ୨, ୮୩୦ ଜଣ ବିପଜ୍ଜନକ ରପ୍ତାନିକାରୀ ଦାବି କରିଥିବା ୧, ୩୬୩ କୋଟିର ‘ଆଇଜିଏସ୍‌ଟି’ ରିଫଣ୍ଡ୍ ବାତିଲ କରାଯାଇଛି।

ଏହାଛଡ଼ା, ୨୧୯୭ ଜଣ ବିପଜ୍ଜନକ ରପ୍ତାନିକାରୀଙ୍କ କ୍ଷେତ୍ରରେ ପ୍ରତିକୂଳ ରିପୋର୍ଟ କରାଯାଇଛି। ଏହି ରପ୍ତାନିକାରୀଙ୍କ ବାବଦ ସୂଚନା ସମ୍ପୃକ୍ତ ଫିଲ୍‌ଡ୍‌ ଅଫିସ୍ ସହ ସେୟାର୍ କରାଯାଇଛି ଏବଂ ସେମାନେ ଫାଇଲ୍ କରିଥିବା ଆୟକର ରିଟର୍ଣ୍ଣ ଯାଞ୍ଚ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe