ଇନଫୋସିସକୁ ଦିଆଯାଇଥିବା ୩୩ ହଜାର କୋଟିର ଜିଏସଟି ନୋଟିସ ପ୍ରତ୍ୟାହାର ହୋଇପାରେ

ଆଇଟି କମ୍ପାନି ଇନଫୋସିସ୍ ପାଇଁ ଏକ ଆଶ୍ବସ୍ତିଭରା ଖବର । କମ୍ପାନିକୁ ସରକାର ପଠାଇଥିବା ୩୩,୫୦୦ କୋଟି ଟଙ୍କାର ଜିଏସଟି ନୋଟିସ ପ୍ରତ୍ୟାହାର କରିବାକୁ ବିଚାର କରୁଛନ୍ତି ।

ଇନଫୋସିସ ସିଇଓ ଭାବେ ଦାୟିତ୍ୱ ଗ୍ରହଣ କଲେ ସଲୀଲ ପାରେଖ୍‌

 ନୂଆଦିଲ୍ଲୀ:  ଇନଫୋସିସ୍ ପାଇଁ ଏକ ଆଶ୍ବସ୍ତିଭରା ଖବର । କମ୍ପାନିକୁ ସରକାର ପଠାଇଥିବା ୩୩,୫୦୦ କୋଟି ଟଙ୍କାର ଜିଏସଟି ନୋଟିସ ପ୍ରତ୍ୟାହାର କରିବାକୁ ବିଚାର କରୁଛନ୍ତି । ଗତ ମାସରେ କମ୍ପାନିକୁ ବିଲିୟନ ଡଲାର (ପାଖାପାଖି ୩୩,୫୦୦ କୋଟି ଟଙ୍କା) ଜିଏସଟି ନୋଟିସ୍ ମିଳିଥିଲା। ଏହାକୁ ନେଇ ଆଇଟି ଇଣ୍ଡଷ୍ଟ୍ରିରେ ବହୁତ ହଇଚଇ ସୃଷ୍ଟି ହୋଇଥିଲାଏଥିସହିତ ଏଭଳି ଟିକସ ଦାବିକୁ ମଧ୍ୟ ତୀବ୍ର ସମାଲୋଚନା କରାଯାଇଥିଲା। ଏହି କାରଣରୁ କେନ୍ଦ୍ର ସରକାର ଏବେ ଏହି ବିଶାଳ ଜିଏସଟି ନୋଟିସକୁ ପ୍ରତ୍ୟାହାର କରିବାକୁ ବିଚାର କରୁଛନ୍ତି । ଯଦି ସରକାର ଏପରି ନିଷ୍ପତ୍ତି ନିଅନ୍ତି ତାହା କମ୍ପାନି ପାଇଁ ଆଶ୍ବସ୍ତି ଆଣିଦେବ ।

ଏକ ନ୍ୟୁଜ ଏଜେନ୍ସି ରିପୋର୍ଟରେ ଦାବି କରାଯାଇଛି ଯେ ସରକାର ଏବେ ୨୦୧୭ ବର୍ଷ ପାଇଁ କରାଯାଇଥିବା ଏହି ଟିକସ ଦାବି ପ୍ରତ୍ୟାହାର କରିବାକୁ  ବିଚାର କରୁଛନ୍ତି । ଗତ ମାସରେ ଇନଫୋସିସକୁ ଏହି ନୋଟିସ୍ ପଠାଯାଇଥିଲା। ରିପୋର୍ଟ ଅନୁଯାୟୀ, ଅର୍ଥ ମନ୍ତ୍ରଣାଳୟ ବିଶ୍ୱାସ କରୁଛି ଯେ ନିୟମ ଅନୁଯାୟୀ ଇନଫୋସିସକୁ ନୋଟିସ୍ ପଠାଯାଇଥିଲା। ତେବେ ଏହା ସେବା ରପ୍ତାନି ଉପରେ ଟିକସ ନ ଲଗାଇବା ନୀତିର ବିରୁଦ୍ଧାଚରଣ କରୁଛି। ତେବେ ଅର୍ଥ ମନ୍ତ୍ରଣାଳୟ କିମ୍ବା ଇନଫୋସିସ୍ ଏ ନେଇ କିଛି କହିବାକୁ ମନା କରିଦେଇଛନ୍ତି ।

,

 

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe