ସବୁ ଲୋକଙ୍କୁ ୨୦୨୨ ସୁଦ୍ଧା ଘର ଯୋଗାଇବେ କେନ୍ଦ୍ର ସରକାର, ଦରକାର ୧୦ କୋଟି ନୂଆ ଘର

ଆବଶ୍ୟକ ୧୦୦ ଲକ୍ଷ କୋଟିର ନିବେଶ

ଅକ୍ଟୋବରରୁ ଗୃହ, ଗାଡ଼ି ଋଣ ସୁଧ କମିବ

Bank of Baroda

ମୁମ୍ବାଇ: ଦେଶରେ ବାସ କରୁଥିବା ସବୁ ଲୋକଙ୍କୁ ୨୦୨୨ ସୁଦ୍ଧା ଘର ଯୋଗାଇବା ଲାଗି କେନ୍ଦ୍ର ସରକାର ଏକ ମହତ୍ବକାଂକ୍ଷୀ ଲକ୍ଷ୍ୟ ରଖିଛନ୍ତି। ତେବେ ଏହି ଲକ୍ଷ୍ୟ ଏତେ ସହଜରେ ହାସଲ ହେବା ଭଳି ମନେ ହେଉନାହିଁ। ସମସ୍ତଙ୍କୁ ଘର ଯୋଗାଇବାକୁ ହେଲେ ୧୦୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଦରକାର। ଭାରତୀୟ ରିଜର୍ଭ ବ୍ୟାଙ୍କର ଏହାର ସଦ୍ୟତମ ରିପୋର୍ଟରେ ଏହି ସୂଚନା ପ୍ରଦାନ କରିଛି। ରିଜର୍ଭ ବ୍ୟାଙ୍କ ରିପୋର୍ଟ କହୁଛି, ୨୦୨୨ ସୁଦ୍ଧା ସବୁ ଲୋକଙ୍କୁ ଘର ଯୋଗାଇବାକୁ ହେଲେ ଆଉ ୧୦ କୋଟି ନୂଆ ଘର ନିର୍ମାଣ କରିବାକୁ ପଡ଼ିବ। ଅର୍ଥନୈତିକ ଦୁର୍ବଳ ଶ୍ରେଣୀ (ଇଡବ୍ଳୁଏସ), ନିମ୍ନ ଆୟ ବର୍ଗ (ଏଲଆଇଜି) ଓ ମଧ୍ୟମ ଆୟ ବର୍ଗ (ଏମଆଇଜି) କ୍ଷେତ୍ରରେ ସବୁଠୁ ଅଧିକ ଘରର ଆବଶ୍ୟକତା ରହିଛି। କେବଳ ନିମ୍ନ ଆୟ ବର୍ଗରେ ୫ କୋଟି ଘରର ଅଭାବ ରହିଥିବା ରିଜର୍ଭ ବ୍ୟାଙ୍କ ପ୍ରକାଶ କରିଛି।

ଏବେ ବି ଦେଶରେ ଅନେକ ଲୋକ ଖରାପ ସ୍ଥିତିରେ ଥିବା ଘରେ ବାସ କରୁଛନ୍ତି। ବହୁ ଲୋକଙ୍କ ଘର ନାହିଁ। ଭଳି ସ୍ଥିତିରେ ସବୁ ଲୋକଙ୍କ ପାଇଁ ଘର ତିଆରି କରିବା ଏକ ପାହାଡ଼ ଭଳି କାର୍ଯ୍ୟ। ସେଥିପାଇଁ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରର ପୁଞ୍ଜିନିବେଶ ଦରକାର। ସରକାର ନିଜ ଆଡ଼ୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନୂଆ ଘର ତିଆରି କରୁଛନ୍ତି। ତାହାର ଲାଭ ମାତ୍ର କିଛି ଲୋକଙ୍କୁ ମିଳୁଛି। ସବୁ ଲୋକଙ୍କୁ ଘର ଦେବାକୁ ହେଲେ ଘରୋଇ କ୍ଷେତ୍ରକୁ ପ୍ରମୁଖ ଭୂମିକା ନିର୍ବାହ କରିବାକୁ ହେବ। ଲୋକମାନଙ୍କୁ ବିଲ୍‌ଡର୍‌ମାନଙ୍କ ଠାରୁ ଘର କିଣିବାକୁ ହେବ। ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକୁ ମଧ୍ୟ ଘର କିଣୁଥିବା ଲୋକମାନଙ୍କୁ ଫାଇନାନ୍ସ ସୁବିଧା ଯୋଗାଇ ଦେବାକୁ ପଡ଼ିବ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ଭାରତର ହାଉସିଂ ବଜାରର ଆକାର ହେଉଛି ୧୫୦ ଲକ୍ଷ କୋଟି ଟଙ୍କା। ଷ୍ଟକ ବଜାର ଠାରୁ ଏହି ବଜାର ବଡ଼। ଏହା ସତ୍ତ୍ବେ ଭାରତରେ ଘର ଅଭାବ ହେଉଛି ବାସ୍ତବତା। ଅନେକ କାରଣ ଯୋଗୁ ଲୋକମାନେ ଘର ଖଣ୍ଡିଏ କିଣିପାରୁନାହାନ୍ତି। ତେବେ ଯେଉଁ ରାଜ୍ୟଗୁଡ଼ିକର ମୁଣ୍ଡପିଛା ଆୟ ଅଧିକ ସେଠାରେ ଘର ଅଭାବ ବହୁତ କମ୍ ରହିଥିବା ରିଜର୍ଭ ବ୍ୟାଙ୍କ ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe