ମୋବାଇଲ୍‌ ଏବଂ ଆପ୍‌କୁ ନେଇ ଅଧିକ ସୁରକ୍ଷା ଦେବା ପାଇଁ ସରକାର ନେଲେ ନିଷ୍ପତ୍ତି

Advertisment
ମୋବାଇଲ୍‌ ଏବଂ ଆପ୍‌କୁ ନେଇ ଅଧିକ ସୁରକ୍ଷା ଦେବା ପାଇଁ ସରକାର ନେଲେ ନିଷ୍ପତ୍ତି

ନୂଆଦିଲ୍ଳୀ: ଆଜିକାଲି ମୋବାଇଲ୍‌ ଫୋନ୍‌ ଏବଂ ଆପ୍‌ଗୁଡ଼ିକ ଏକ ପ୍ରକାର ଚିନ୍ତାର କାରଣ ପାଲଟି ଗଲେଣି। ମୋବାଇଲ ଫୋନ ଏବଂ ଏଥିରେ ବ୍ୟବହାର କରାଯାଉଥିବା ବିଭିନ୍ନ ପ୍ରକାରର ଆପଗୁଡିକର ସୁରକ୍ଷାକୁ ନେଇ ଚିନ୍ତିତ ଥିବା ସରକାର ବର୍ତ୍ତମାନ ଡାଟାର ସୁରକ୍ଷାକୁ ନେଇ ଏକ ସୁରକ୍ଷା ଢାଞ୍ଚାର ପ୍ରସ୍ତୁତି କାମ ଆରମ୍ଭ କରିଦେଇଛନ୍ତି।

ତେବେ ଡିଜିଟାଲ ଇଣ୍ଡିଆ ର୍ନିମାଣରେ ଡାଟା ଉପରେ କୌଣସି ପ୍ରକାରର ଭୁଲ ବି ଆପଣଙ୍କୁ ବିପଦରେ ପକାଇପାରେ। ତେଣୁ ଏହାକୁ ଦୃଷ୍ଟିରେ ରଖି ବିଦ୍ୟୁତ୍‌ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଡାଟା ସିକ୍ୟୁରିଟି ସହିତ ଡିଜିଟାଲ ସେବାଗୁଡ଼ିକରେ ବ୍ୟବହାର ହେଉଥିବା ବୈଦ୍ୟୁତିକ ଉପକରଣଗୁଡିକର ସୁରକ୍ଷା ଅଡିଟକୁ ଗମ୍ଭୀରତାର ସହ ନେଇଛି। ଦେଶରେ ଏଭଳି ଯାଞ୍ଚ୍‌ ପାଇଁ ଏକ ଉତ୍ତମ ବ୍ୟବସ୍ଥା ତିଆରି କରିବା ନେଇ ବିଦ୍ୟୁତ୍‌ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ତଥା ରବିଶଙ୍କର ପ୍ରସାଦଙ୍କ ନିର୍ଦ୍ଦେଶ ଦେଇଥିଲେ। ଯେଉଁଥିରେ ସମସ୍ତ ମୋବାଇଲ ହ୍ୟାଣ୍ଡସେଟ୍‌ ର୍ନିମାତା କଂପାନୀମାନଙ୍କୁ ସରକାରଙ୍କୁ ସୂଚନା ଉପଲବ୍ଧ କରାଇବାକୁ କୁହାଯାଇଛି।

ଏହା ଛଡ଼ା ଦେଶରେ ଦିଲ୍ଲୀ ଏବଂ ବାଙ୍ଗାଲୁରୁରେ ଏଭଳି ପ୍ରକାର ଗୋଟିଏ ଗୋଟିଏ ପରୀକ୍ଷଣ ସୁବିଧା ସ୍ଥାପନ କରିବା କାମ ଆରମ୍ଭ ହୋଇଯାଇଛି। ଯାହାକି ଅକ୍ଟୋବର ୨୦୧୭ ଭିତରେ ଆରମ୍ଭ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାବ୍ୟତୀତ ଘରୋଇ କ୍ଷେତ୍ରରେ ଏଭଳି ଅନେକ ଲ୍ୟାବ୍ରୋଟୋରି ଖୋଲିବାକୁ ମଧ୍ୟ ଯୋଜନା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe