ରେଳ ଟିକେଟ୍‌ କ୍ୟାନ୍‌ସଲ୍‌ କଲେ କେତେ ଟଙ୍କା କାଟିଥାନ୍ତି କେନ୍ଦ୍ର ସରକାର!

Advertisment
ରେଳ ଟିକେଟ୍‌ କ୍ୟାନ୍‌ସଲ୍‌ କଲେ କେତେ ଟଙ୍କା କାଟିଥାନ୍ତି କେନ୍ଦ୍ର ସରକାର!

ନୂଆଦିଲ୍ଲୀ: ଟ୍ରେନ୍‌ ଟିକେଟ୍‌ ବୁକିଂରୁ ନେଇ କ୍ୟାନ୍‌ସଲ୍‌ କରିବା ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଆପଣ ନିଶ୍ଚିତ ଭାବେ କିଛି ସମସ୍ୟାକୁ ସାମ୍ନା କରିଥିବେ। ଏକଥା ହୁଏ ଆପଣ ଜାଣି ନ ଥିବେ ଯେ ଭାରତୀୟ ରେଳ ପଥରେ ପ୍ରତିଦିନ ପାଖାପାଖି ୨ କୋଟିରୁ ଊର୍ଧ୍ୱ ଲୋକ ଯାତ୍ରା କରିଥାନ୍ତି। ଯେଉଁଥିପାଇଁ କି ଟ୍ରେନ ଟିକେଟ କ୍ୟାନସଲେସନ ଚାର୍ଜ ଏବଂ ରିଫଣ୍ଡକୁ ନେଇ ଅନେକ ସମୟରେ ଅସାମଞ୍ଜସ୍ୟ ସ୍ଥିତି ମଧ୍ୟ ସୃଷ୍ଟି ହୋଇଥାଏ। ଟ୍ରେନ୍‌ ଟିକେଟ୍‌ କ୍ୟାନସଲେସନ ଚାର୍ଜ ଏହା ଉପରେ ର୍ନିଭର କରିଥାଏ କି ଆପଣଙ୍କର ଟିକେଟ କେଉଁ କ୍ଲାସର ରହିଛି ଏବଂ ଟ୍ରେନ ଆସିବାର କେତେ ସମୟ ପୂର୍ବରୁ ତାହା କ୍ୟାନସେଲ କରାଯାଇଛି। ନିମ୍ନରେ ଉଲ୍ଲେଖ କରାଯାଇଛି ଯେ ଟିକେଟ୍‌ କ୍ୟାନସେଲ ଉପରେ ସରକାର କେତେ ଟଙ୍କା କାଟିଥାନ୍ତି।

କନଫର୍ମ ଟିକେଟରେ ଟ୍ରେନର ର୍ନିଦ୍ଧାରିତ ସମୟରୁ ୪୮ ଘଣ୍ଟା ପୂର୍ବରୁ କ୍ୟାନସେଲ କରି ଦେଉଥିଲେ ଏସି ଫାଷ୍ଟ କ୍ଲାସ/ଏକ୍ସିକ୍ୟୁଟିଭ କ୍ଲାସର ୨୪୦ ଟଙ୍କା ଚାର୍ଜ ଲାଗିଥାଏ। ସେହିପରି ସେକେଣ୍ଡ ଏସି ୨ଟାୟର/ଫାଷ୍ଟ କ୍ଲାସ ପାଇଁ ୨୦୦ ଟଙ୍କା ଚାର୍ଜ ଲାଗୁଥିବା ବେଳେ ଏସି ୩ ଟାୟର/ଏସି ୩ ଇକୋନୋମି/ଏସି ଚେୟାର କାର ପାଇଁ ୧୮୦ ଏବଂ ସ୍ଲିପର କ୍ଲାସ ପାଇଁ ୧୨୦, ସେକେଣ୍ଡ କ୍ଲାସ ପାଇଁ ୬୦ ଟଙ୍କା ଦେବାକୁ ପଡିଥାଏ।
ଟ୍ରେନ ଆସିବା ସମୟର ୪୮ ଘଣ୍ଟାରୁ ଆରମ୍ଭ କରି ୧୨ ଘଣ୍ଟା ମଧ୍ୟରେ ଟିକେଟ କ୍ୟାନସେଲ କରିବା ଉପରେ ଟିକେଟର ୨୫ ପ୍ରତିଶତ ଚାର୍ଜ ଲାଗିଥାଏ। ମାତ୍ର ଏଥିରେ ଏକ ସର୍ତ୍ତ ରହିଛି କି, ଏହି ୨୫ ପ୍ରତିଶତ କିମ୍ବା ୪୮ ଘଣ୍ଟା ପର୍ଯ୍ୟନ୍ତ ଚାର୍ଜରୁ ଯେଉଁ ଅଧିକ ହେବ ସେହି ଚାର୍ଜ ଲାଗିବ।

ଟ୍ରେନ ଆସିବା ସମୟରୁ ଆରମ୍ଭ କରି ୧୨ ଘଣ୍ଟାରୁ ୪ ଘଣ୍ଟା ମଧ୍ୟରେ ଟିକେଟ୍‌ କ୍ୟାନସେଲ କରିବା ଉପରେ ଟିକେଟର ୫୦ ପ୍ରତିଶତ ଚାର୍ଜ ଲାଗିଥାଏ। ଏଥିରେ ମଧ୍ୟ ଗୋଟିଏ ସର୍ତ୍ତ ରହିଛି ଆଉ ସେ ହେଲା, ୫୦ ପ୍ରତିଶତ କିମ୍ବା ୪୮ ମଧ୍ୟରେ ଟିକେଟ କ୍ୟାନସେଲ କରିବା ଉପରେ ଲାଗୁଥିବା ଚାର୍ଜ ମଧ୍ୟରୁ ଯାହାବି ଅଧିକ ହେବ ସେହି ଚାର୍ଜ ଲାଗୁହେବ। ଯଦି କେହି ଟ୍ରେନର ର୍ନିଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ଟିକେଟକୁ କ୍ୟାନସେଲ କରିଥାନ୍ତି ତେବେ ତାଙ୍କୁ କୌଣସି ଟଙ୍କା ଫେରସ୍ତ ମିଳିବ ନାହିଁ। ଆରଏସି ଟିକେଟ କ୍ୟାନସେଲ କରିବା ପାଇଁ ଟ୍ରେନର ଡିପାର୍ଚର ଟାଇମରୁ ୩୦ ମିନିଟ ମଧ୍ୟରେ ଟିକେଟ କ୍ୟାନସେଲ କରିବା ଉପରେ କ୍ୟାନସଲେସନ ଚାର୍ଜ କଟିବା ପରେ ରିଫଣ୍ଡ ଫେରସ୍ତ ମିଳିଯିବ।

ଇ-ଟିକେଟ ଜରିଆରେ ଟିକେଟ୍‌ କରିଥିଲେ ଟ୍ରେନ କ୍ୟାନସେଲ ହୋଇଥିଲେ ଏଥିପାଇଁ ଟିଡିଆର (ଟିକେଟ ଡିପୋଜିଟ ରିସିପ୍ଟଟ ଫାଇଲ କରିବାର ଆବଶ୍ୟକତା ନାହିଁ। ଆପଣଙ୍କର ରିଫଣ୍ଡ ଆପଣା ଛାଏଁ ଆକାଉଂଟରେ ଆସିଯିବ। ସେହିପରି କାଉଣ୍ଟର ଟିକେଟର ରିଫଣ୍ଡ କାଉଣ୍ଟରରୁ ହିଁ ମିଳିଯିବ। ଯଦି ଆପଣଙ୍କ ନିକଟରେ ଇ-ଟିକେଟ ରହିଛି ଏବଂ ଆପଣ ୱେଟିଂରେ ଅଛନ୍ତି, ତେବେ ଆପଣ ସେଥିରେ ଯାତ୍ରା କରିନପାରନ୍ତି। କାରଣ ଯଦି ଆପଣ ୱେଟିଂରେ ଇ-ଟିକେଟ ନେଇ ଯାତ୍ରା କରିବେ ତେବେ ଆପଣଙ୍କୁ ବିନା ଟିକେଟରେ ଯାତ୍ରା କରୁଛନ୍ତି ବୋଲି ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe