ସୋସିଆଲ୍ ମିଡିଆ ସଂସ୍ଥାଙ୍କୁ କହିଲେ ସରକାର: ବ୍ୟବହାରକାରୀଙ୍କ ଆକାଉଣ୍ଟ୍‌ ଯାଞ୍ଚ କର

Advertisment
ଫେସ୍‌ବୁକ୍‌ ବନ୍ଧୁତାରୁ ବ୍ଲାକ୍‌ମେଲ୍‌: ବାହାହେବାକୁ ଆସି ବନ୍ଧାହେଲା

ନୂଆଦିଲ୍ଲୀ : ବ୍ୟବହାରକାରୀମାନଙ୍କ ଆକାଉଣ୍ଟ୍‌କୁ ନିଜ ଆଡ଼ୁ ଯାଞ୍ଚ କରିବାକୁ ସୋସିଆଲ ମିଡିଆ ସଂସ୍ଥାଗୁଡ଼ିକୁ ସରକାର କହିଛନ୍ତି। ଆକାଉଣ୍ଟ୍‌ଟି ସଠିକ୍ ବୋଲି ଜାଣିବା ଲାଗି ନିର୍ଦିଷ୍ଟ ଯାଞ୍ଚ ଚିହ୍ନ ପ୍ରଦାନ କରିବାକୁ ମଧ୍ୟ କଂପାନିଙ୍କୁ କୁହାଯାଇଛି। ରାଜ୍ୟସଭାରେ ଉତ୍ତର ରଖି ସୂଚନା ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ବ୍ୟବହାରକାରୀମାନଙ୍କୁ ମୁକ୍ତ, ସୁରକ୍ଷିତ, ବିଶ୍ବସ୍ତ ଓ ଉତ୍ତରଦାୟୀ ଇଣ୍ଟରନେଟ୍ ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଭୁଲ ତଥ୍ୟ, ଅପରାଧ ପ୍ରବଣତା ଓ ବ୍ୟବହାରକାରୀମାନଙ୍କୁ ପହଞ୍ଚୁଥିବା କ୍ଷତି ଭଳି ବିପଦ ବିଷୟରେ ସରକାର ଭଲ ଭାବେ ଅବଗତ ଅଛନ୍ତି।

ଭୁଲ ତଥ୍ୟ ପ୍ରସାର ଲାଗି ଫେସବୁକ୍ ଓ ଟ୍ବିଟର ଭଳି ସୋସିଆଲ ମିଡିଆଗୁଡ଼ିକୁ ଉତ୍ତରଦାୟୀ କରିବା ଲାଗି ଆଇଟି ନିୟମରେ ସଂଶୋଧନ ଆଣିବା ବିଷୟରେ ସରକାର ବିଚାର କରୁଛନ୍ତି। ସୋସିଆଲ ମିଡିଆ କଂପାନିଗୁଡ଼ିକ ଲାଗି ଏକ ନୂଆ ସରକାରୀ କମିଟି ଗଠନ କରିବା ଲାଗି ଆଇଟି ନିୟମରେ ସଂଶୋଧନ କରିବାକୁ ରହିଥିବା ପ୍ରସ୍ତାବକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି। ପ୍ରସ୍ତାବ ଥିଲା ଯେ ଫେସବୁକ୍ ଓ ଟ୍ବିଟର ଭଳି ୱେବସାଇଟ୍‌ରେ କେଉଁ ତଥ୍ୟ ରହିବ ଓ କେଉଁ ପୋଷ୍ଟ ହଟାଯିବ ତାହାର ନିଷ୍ପତ୍ତି ବିଶେଷଜ୍ଞମାନେ ଗ୍ରହଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe