ଭୋଡାଫୋନ ଆଇଡିଆର ୩୩% ଅଂଶଧନ ସରକାରଙ୍କ ପାଖକୁ ଆସିବ

Advertisment
ଦେଖୋ ଭି, ଖେଲୋ ଭି, ଜିତୋ ଭି

Navjeevan Express

ନୂଆଦିଲ୍ଲୀ : ଋଣଗ୍ରସ୍ତ ଟେଲିକମ କମ୍ପାନି ଭୋଡାଫୋନ୍ ଆଇଡିଆର ୧୬,୧୩୩ କୋଟି ରୁ ଅଧିକ ସୁଧ ବକେୟାକୁ ଅଂଶଧନରେ ପରିଣତ କରିବାକୁ ସରକାର ଅନୁମୋଦନ କରିଛନ୍ତି । କମ୍ପାନୀ ଶୁକ୍ରବାର ଦିନ ଷ୍ଟକ ବଜାରକୁ ଏହି ସୂଚନା ଦେଇଛି। ସମାନ ମୂଲ୍ୟରେ ସରକାରଙ୍କୁ ୧୦ ଟଙ୍କା ଫେସ୍ ମୂଲ୍ୟ ସହିତ ଇକ୍ୱିଟି ସେୟାର ପ୍ରଦାନ କରାଯିବ ବୋଲି କମ୍ପାନି କହିଛି । ଏହା ଫଳରେ ସରକାରଙ୍କ ପାଖରୁ ଏହି ଟେଲିକମ କମ୍ପାନିର ୩୩ ପ୍ରତିଶତ ଅଂଶଧନ ଆସିବ ।

ସେପ୍ଟେମ୍ବର ୨୦୨୧ ରେ ସରକାରଙ୍କ ଦ୍ୱାରା ଘୋଷିତ ସଂସ୍କାର ପ୍ୟାକେଜ୍ ଅଧୀନରେ କମ୍ପାନୀ ଏହି ସହାୟତା ପ୍ୟାକେଜ ପାଇଥିଲା । "ଇକ୍ୱିଟି ସେୟାରରେ ପରିଣତ ହୋଇଥିବା ମୋଟ ପରିମାଣ ହେଉଛି ୧୬,୧୩୩ କୋଟି ଟଙ୍କା। କମ୍ପାନୀକୁ ୧୦ ଟଙ୍କା ଫେସ୍ ମୂଲ୍ୟ ହିସାବରେ ମୋଟ ୧୬୧୩ କୋଟି ଇକ୍ୱିଟି ସେୟାର ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କର ଇସ୍ୟୁ ମୂଲ୍ୟ ମଧ୍ୟ ୧୦ ଟଙ୍କା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe