ବର୍ଷକୁ ୪ ଥର ଲାଭାଂଶ ଚାହୁଛନ୍ତି ସରକାର, ମାର୍ଗଦର୍ଶିକା ଜାରି କଲା ଦିପମ୍ ବିଭାଗ

Advertisment
କାମ କଲେ ପୁଅ, ବିଲ୍‌ ପାଇଲେ ସ୍ୱର୍ଗତ ବାପା

Image Courtesy of India.com

ନୂଆଦିଲ୍ଲୀ: ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଠାରୁ ନିୟମିତ ବ୍ୟବଧାନରେ ଲାଭାଂଶ ପାଇବାକୁ ଚାହୁଛନ୍ତି। ସେଥିପାଇଁ ଲାଭାଂଶ ନୀତିରେ ପରିବର୍ତ୍ତନ କରାଯାଇଛି। କଂପାନିଗୁଡ଼ିକ ବର୍ଷକୁ ଥରେ ସରକାରଙ୍କୁ ଲାଭାଂଶ ଦେଇଥାନ୍ତି। କିଛି କଂପାନି ଅନ୍ତରୀଣ ଓ ଚୂଡ଼ାନ୍ତ ଲାଭାଂଶ ମଧ୍ୟ ଦେଇଥାନ୍ତି। ସରକାର ଏହି ନିୟମରେ ପରିବର୍ତ୍ତନ କରିବା ସହ ବର୍ଷକୁ ଚାରି ଥର ଲାଭାଂଶ ଦେବା ଲାଗି କଂପାନିଗୁଡ଼ିକୁ କହିଛନ୍ତି। ଅର୍ଥାତ ପ୍ରତି ତ୍ରୟମାସରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ସରକାର ଲାଭାଂଶ ଦେବେ। କଂପାନିଗୁଡ଼ିକର ଲାଭରେ ଅଧିକ ଭାଗ ବସାଇବାକୁ ମଧ୍ୟ ସରକାର ଚାହୁଛନ୍ତି।

ଚଳିତ ମାସ ୯ରେ କେନ୍ଦ୍ରୀୟ ପିଏସ୍‌ୟୁଗୁଡ଼ିକ ପାଇଁ ଲାଭାଂଶ ନୀତି ସମ୍ପର୍କିତ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ‌‌ସେଥିରେ କୁହାଯାଇଛି ଯେ ଶତ ପ୍ରତିଶତ ଲାଭାଂଶ ପ୍ରଦାନ କରୁଥିବା କଂପାନିଗୁଡ଼ିକ ତ୍ରୟମାସ ଫଳାଫଳ ଘୋଷଣା କରିବା ପରେ ପରେ ଲାଭାଂଶ ଦିଅନ୍ତୁ। ଅନ୍ୟ କେନ୍ଦ୍ରୀୟ ପିଏସ୍‌ୟୁଗୁଡ଼ିକ ଯେଭଳି ଅନ୍ତରୀଣ ଲାଭାଂଶ ଦେଉଥିଲେ ସେହି ଧାରାରେ ପ୍ରତି ଛଅ ମାସରେ ଲାଭାଂଶ ବାବଦ ରାଶି ସରକାରଙ୍କୁ ଦିଅନ୍ତୁ। ନିବେଶ ଓ ସରକାରୀ ସମ୍ପତ୍ତି ପରିଚାଳନା ବିଭାଗ (ଦିପମ୍) ପକ୍ଷରୁ ଏହି ମାର୍ଗଦର୍ଶିକାକୁ କେନ୍ଦ୍ରୀୟ ପିଏସ୍‌ୟୁଗୁଡ଼ିକର ସିଇଓମାନଙ୍କ ନିକଟକୁ ପଠାଯାଇଛି। ବଜେଟ୍ ଅଟ୍ଟକଳ ପ୍ରସ୍ତୁତ ହେବା ପୂର୍ବରୁ କେତେ ପରିମାଣର ଲାଭାଂଶ ମିଳିବା ଦରକାର ତାହା ସରକାର ଜାଣିବାକୁ ଚାହୁଛନ୍ତି। ସରକାରଙ୍କ ମାଲିକାନାରେ ଥିବା କଂପାନିଗୁଡ଼ିକ ପ୍ରତିବର୍ଷର ଫେବ୍ରୁଆରି କିମ୍ବା ମାର୍ଚ୍ଚରେ ଲାଭାଂଶ ଦେଉଛନ୍ତି। ସେହି ସମୟରେ କଂପାନିଗୁଡ଼ିକ ଅଗ୍ରୀମ ଟିକସ ଏବଂ ଯୋଗାଣକାରୀମାନଙ୍କୁ ପେମେଣ୍ଟ୍ ଦେବାକୁ ପଡ଼ିଥାଏ। ତେଣୁ ନଗଦ ରାଶିର ଉପଲବ୍ଧତାକୁ ନେଇ ସମସ୍ୟା ଦେଖାଦିଏ। ଏହାକୁ ବିଚାରକୁ ନେଇ ନିୟମିତ ବ୍ୟବଧାନରେ ଲାଭାଂଶ ଦେବା ଲାଗି ଦିପମ ବିଭାଗ ପକ୍ଷରୁ କଂପାନିଗୁଡ଼ିକୁ କୁହାଯାଇଛି। ସରକାରଙ୍କ ଗାଇଡ୍‌ଲାଇନ୍ ଅନୁସାରେ ସର୍ବନିମ୍ନ ବାର୍ଷିକ ଲାଭାଂଶ ଟିକସ ପରବର୍ତୀ ଲାଭର ୩୦ ପ୍ରତିଶତ କିମ୍ବା ମୋଟ କାରବାରର ୫ ପ୍ରତିଶତ ହେବା ଉଚିତ। କିନ୍ତୁ ଅଧିକାଂଶ ସମୟରେ କଂପାନିଗୁଡ଼ିକ କେବଳ ସର୍ବନିମ୍ନ ଲାଭାଂଶ ଦେବା ଉପରେ ବିଚାର କରନ୍ତି। ଲାଭ, ପୁଞ୍ଜି ବ୍ୟୟ ଆବଶ୍ୟକତା, ନଗଦ ରାଶି, ଭଣ୍ଡାର ଏବଂ କାରବାର ଆଦି ବିଷୟ ବିଚାରକୁ ନେଇ କଂପାନିଗୁଡ଼ିକ ଅଧିକ ଲାଭାଂଶ ଦେବା ଉପରେ ବିଚାର କରିବା ଦରକାର ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଯେଉଁ କଂପାନିଗୁଡ଼ିକର ଲାଭାଂଶ ଦେବାର ସମ୍ଭାବନା କମ୍ କେବଳ ସେଭଳି ସଂସ୍ଥା ଅକ୍ଟୋବର କିମ୍ବା ନଭେମ୍ବରରେ ଅନ୍ତରୀଣ ଲାଭାଂଶ ଦେଇପାରିବେ ଯାହାକୁ ଦ୍ବିତୀୟ ତ୍ରୟମାସ ଲାଭ ଘୋଷଣା ପରେ ତାହା ଦେବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe