ଘରେ ଗ୍ରୋସରି, ପନିପରିବା ପହଞ୍ଚାଇବ ‘ଏଜିସି କାର୍ଟ’

Advertisment
ଘରେ ଗ୍ରୋସରି, ପନିପରିବା ପହଞ୍ଚାଇବ ‘ଏଜିସି କାର୍ଟ’

Odisha Diary

ଭୁବନେଶ୍ବର: ଅନ୍‌ଲାଇନ୍‌ରେ ବରାଦ ଦେଲେ ଘରେ ଆଣି ଗ୍ରୋସରି ସାମଗ୍ରୀ ଓ ପନିପରିବା ପହଞ୍ଚାଇବ ଏଜିସି କାର୍ଟ। ଆଜି କାର୍ତିକ ପୂର୍ଣ୍ଣିମାରେ ଏହି ସଂସ୍ଥାକୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ଜୋନାଲ୍ ଡେପୁଟି କମିସନର ଅଂଶୁମାନ ରଥ ଓ ଓଡ଼ିଆ ସିନେ ତାରକା ତଥା କଂପାନିର ବ୍ରାଣ୍ଡ୍‌ ଆମ୍ବାସାଡର ସବ୍ୟସାଚୀ ମିଶ୍ର ଉଦ୍‌ଘାଟନ କରିଛନ୍ତି। ଏଜିସି କାର୍ଟ ଲୋକମାନଙ୍କ ଘରେ କୃଷିଜାତ ସାମଗ୍ରୀ, ଗ୍ରୋସରି, ବେକରି, ଦୁଗ୍ଧଜାତ ସାମଗ୍ରୀ, ମାଂସ, ହୋମ୍ ଓ ପର୍ସନାଲ୍ କେୟାର ଉତ୍ପାଦ ପହଞ୍ଚାଇବ। କଂପାନିର ସ୍ବତନ୍ତ୍ର ୱେବସାଇଟ୍‌ ଓ ଆପ୍ ମଧ୍ୟ ରହିଛି ଯାହା ମାଧ୍ୟମରେ ବରାଦ ଦେଇହେବ। ଏହି ଅବସରରେ ସଂସ୍ଥାର ପ୍ରବନ୍ଧକ ସଂଗ୍ରାମ କେଶରୀ ମହାନ୍ତି କହିଛନ୍ତି ଯେ ଗ୍ରୋସରି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ଲୋକମାନଙ୍କୁ ବଜାରକୁ ଯାଇ ହଇରାଣ ହେବାକୁ ପଡ଼ିବ ନାହିଁ। ସେମା‌ନେ ଘରେ, କାର୍ଯ୍ୟାଳୟରେ ବସି ଏହି ସବୁ ସାମଗ୍ରୀ ବରାଦ ଦେଇପାରିବେ। ବର୍ତ୍ତମାନ କଂପାନି ଭୁବନେଶ୍ବରରେ ଏହାର ସେବା ଆରମ୍ଭ କରିଥିବା ବେଳେ ଆଗାମୀ ଦିନରେ କଟକରେ ମଧ୍ୟ ଏହି ସୁବିଧା ମିଳିବ। ସାମଗ୍ରୀ ପହଞ୍ଚାଇବା ଲାଗି କଂପାନି ଡେଲିଭରି ବାବଦରେ କୌଣସି ଶୁଳ୍କ ନେବ ନାହିଁ। କନ୍ଧମାଳ ହଳଦୀ, କୁଚିଣ୍ଡା ଲଙ୍କା ଏବଂ ନିମାପଡ଼ାର ଦୁଗ୍ଧଜାତ ସାମଗ୍ରୀକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଉପରେ ଏହା ବିଶେଷ ଗୁରୁତ୍ବ ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe