cfo india
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଚଳିତ ଆର୍ଥିକ ବର୍ଷର ଜିଡିପି ଅଭିବୃଦ୍ଧି ସଂପର୍କରେ ଆକଳନ କରାଯାଇଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ସିଏସ୍ଓ) ପକ୍ଷରୁ କରାଯାଇଥିବା ପ୍ରଥମ ଅଗ୍ରିମ ଆକଳନରେ ଏହା କୁହାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି -୭.୭ ପ୍ରତିଶତ ସଂକୁଚିତ ହୋଇ ୧୩୪.୪୦ ଲକ୍ଷ କୋଟି ଟଙ୍କା ରହିବ। ୨୦୧୧-୧୨ ଆର୍ଥିକ ବର୍ଷର ମୂଲ୍ୟ ଅନୁସାରେ ଏହି ହିସାବ କରାଯାଇଛି। ତେବେ ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତର ଜିଡିପି ୧୪୫.୬୬ ଲକ୍ଷ କୋଟି ଟଙ୍କା ରହିଥିବା କୁହାଯାଇଛି। ୧୯୫୨ ପରେ ପ୍ରଥମ ଥର ପାଇଁ ଅର୍ଥନୀତିରେ ଏତେ ବଡ଼ ଧରଣର ସଙ୍କୁଚିତ ହେବ। ଗତ ଆର୍ଥିକ ବର୍ଷରେ ଅର୍ଥନୀତିର ଅଭିବୃଦ୍ଧି ୪.୨ ପ୍ରତିଶତ ରହିଥିବାବେଳେ ଚଳିତ ଆର୍ଥିକ ବର୍ଷ କରୋନା ମହାମାରୀ ପ୍ରଭାବରେ ଏହି ସଂକୁଚିତ ହେବ। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମସାରେ ଜିଡିପି ଅଭିବୃଦ୍ଧି ୨୩.୯ ପ୍ରତିଶତ ଏବଂ ଦ୍ବିତୀୟ ତ୍ରୟମାସରେ ୭.୫ ପ୍ରତିଶତ ସଂକୁଚିତ ହୋଇସାରିଛି।
Follow Us