ଓଡ଼ିଶାକୁ ୫ ଜିଏସ୍‌ଆଇ ଖଣି ହସ୍ତାନ୍ତର

Advertisment
ଓଡ଼ିଶାକୁ ୫ ଜିଏସ୍‌ଆଇ ଖଣି ହସ୍ତାନ୍ତର

mint

ନୂଆଦିଲ୍ଲୀ: ଦେଶର ୧୫ଟି ରାଜ୍ୟକୁ ୫୨ଟି ଜିଏସ୍ଆଇ ଅନୁମୋଦିତ ଖଣି ହସ୍ତାନ୍ତର କରାଯାଇଛି ବୋଲି କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି। ଆଜି ଖଣି ବିଷୟକୁ ନେଇ ଆୟୋଜନ କରାଯାଇଥିବା ଏକ ଜାତୀୟ ସେମିନାରରେ ଅତିଥି ଭାବେ ଯୋଗ ଦେଇ ସେ ଏହି ସୂଚନା ଦେଇଛନ୍ତି।

ଏହି ଖଣିଗୁଡ଼ିକୁ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ଅନୁମୋଦନ ପ୍ରଦାନ କରିଛି। ‌ଓଡ଼ିଶାକୁ ୫ଟି ଜିଏସ୍‌ଆଇ ଖଣି ମିଳିଛି। ସେଥିରୁ ୨ଟି ମାଙ୍ଗାନିଜ ଖଣି ହୋଇଥିବା ବେଳେ ତିନି ହେଉଛି ଲୁହାପଥର ଖଣି। ଏହି ଅବସରରେ ଶ୍ରୀ ଯୋଶୀ କହିଛନ୍ତି ଖଣିର ପ୍ରତ୍ୟକ୍ଷ ନିଲାମ କରିଥିବା ଓଡ଼ିଶା ଚଳିତ ଆର୍ଥିକ ବର୍ଷର ପ୍ରଥମ ସାତ ମାସରେ ୧୦ ହଜାର କୋଟି ଟଙ୍କା ଆୟ କରିଛି। ଖଣିଜ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ରାଜ୍ୟଗୁଡ଼ିକ ଯେଉଁ ସବୁ ସହାୟତା ଦରକାର କରୁଛନ୍ତି ତାହା ଯୋଗାଇ ଦେବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe