ଜିଏସ୍‌ଟି ଠକେଇ ଧରା ପଡ଼ିଲାଣି ୨ ହଜାର କୋଟି

ଫେରିବ ଅଫର ଯୁଗ, ଅଫର ଉପରୁ ହଟିବ ଜିଏସ୍‌ଟି

ନୂଆଦିଲ୍ଲୀ: ଦେଶରେ ନୂଆ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କାର୍ଯ୍ୟକାରୀ ହେଲେ ଟିକସ ଚୋରି ହେବ ନାହିଁ ବୋଲି ସରକାର ଦୃଢ଼ ଆଶା ରଖିଥିଲେ। ଏ ନେଇ ପ୍ରତିଶ୍ରୁତି ମଧ୍ୟ ଲୋକଙ୍କୁ ଦେଇଥିଲେ। କିନ୍ତୁ ଗତ କିଛିମାସ ମଧ୍ୟରେ ୨ ହଜାର କୋଟି ଟଙ୍କାର ଜିଏସ୍‌ଟି ଠକେଇ ଧରା ପଡ଼ିଲାଣି। କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡର ସଦସ୍ୟ ଜନ ଯୋଶେଫ ଗତକାଲି ଏହି ସୂଚନା ଦେଇଛନ୍ତି। ମୋଟ ଠକେଇର ଏକ ଦଶମାଂଶ ଗତ ସପ୍ତାହରେ ହୋଇଥିବା ବିଷୟ ପଦାକୁ ଆସିଛି। ଶ୍ରୀ ଯୋଶେଫ୍‌ ଜିଏସ୍‌ଟି ତଦନ୍ତ ଶାଖାର ମହା ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଶ୍ରୀ ଯୋଶେଫ ଯେଉଁ ଜିଏସ୍‌ଟି ଠକେଇ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ସେଥିରେ ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ ପାଇବା ପାଇଁ ଦିଆଯାଉଥିବା ନକଲି ଇନ୍‌ଭଏସ୍‌ ବିଲ୍‌ ଏବଂ ଗ୍ରାହକଙ୍କଠାରୁ ସଂଗ୍ରହ ହୋଇ ସରକାରଙ୍କ ନିକଟରେ ଜମା ହୋଇ ନଥିବା ଟିକସ ରାଶି ଅନ୍ତର୍ଭୁକ୍ତ ରହିଛି।

ତେବେ ଏହି ପରିପ୍ରେକ୍ଷୀରେ ଡେଲଏଟ୍‌ ଇଣ୍ଡିଆର ପାର୍ଟନର ଏମ୍‌ ଏସ୍‌ ମଣି କହିଛନ୍ତି, ଜିଏସ୍‌ଟି ଠକେଇକୁ ଠିକଣା ସମୟରେ ଧରାଯିବା ଉଚିତ। ତେବେ ଅଜାଣତରେ ହେଉଥିବା ଭୁଲକୁ ଟିକସ ଠକେଇ ଭାବେ ବିବେଚନା କରାଯିବା ଉଚିତ ନୁହେଁ କିମ୍ବା ବ୍ୟବସାୟୀଙ୍କୁ ଅଯଥା ହଇରାଣ କରାଯିବା ଉଚିତ ନୁହେଁ। ଦେଶରେ ଇ-େଓ୍ଵ ବିଲ୍‌ କାର୍ଯ୍ୟକାରୀ କରାଯାଇଥିବାରୁ ଟିକସ ଫାଙ୍କି ହ୍ରାସ ପାଇବ ବୋଲି ଆଶା ରଖାଯାଇଛି। ସିବିଆଇସି ସଦସ୍ୟ ମହେନ୍ଦର ସିଂହ ଇ-େଓ୍ଵ ବିଲ୍‌କୁ ନିରବ ବିପ୍ଳବ ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଇ-େଓ୍ଵ ବିଲ୍‌ କାର୍ଯ୍ୟକାରୀ ହେବା ଫଳରେ ଦେଶରେ ଟ୍ରକରେ ମାଲ ପରିବହନ ବାବଦ ଖର୍ଚ୍ଚ ବହୁମାତ୍ରାରେ ହ୍ରାସ ଘଟିଛି। ପୂର୍ବରୁ ଜଣେ ଟ୍ରକ୍‌ ଡ୍ରାଇଭର ଗୋଟିଏ ସପ୍ତାହର ଯାତ୍ରା ପାଇଁ ୧୫ ହଜାର ଟଙ୍କା ଆବଶ୍ୟକ କରୁଥିବାବେଳେ ଲାଞ୍ଚ ବ୍ୟବସ୍ଥା ନିୟନ୍ତ୍ରିତ ହୋଇଯାଇଥିବାରୁ ଏହି ଖର୍ଚ୍ଚ ଏବେ ୪୦୦୦ ଟଙ୍କାକୁ ହ୍ରାସ ପାଇଛି। ୫୦ ହଜାର ଟଙ୍କାରୁ ଊର୍ଧ୍ୱ ମୂଲ୍ୟର ମାଲ ପରିବହନ କରିବା ପାଇଁ ଇ-େଓ୍ଵ ବିଲ୍‌ର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe