ଅଗଷ୍ଟରେ ଜିଏସଟି ଆଦାୟ ୧୦% ବୃଦ୍ଧି ସହ ୧.୭୪ ଲକ୍ଷ କୋଟି ଟପିଲା

Advertisment

ଅଗଷ୍ଟରେ ମୋଟ ଜିଏସଟି ଆଦାୟ ୧୦ ପ୍ରତିଶତ ଅଭିବୃଦ୍ଧି ସହ ୧.୭୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି । ୨୦୨୩ ଅଗଷ୍ଟରେ ଏହି ପରିମାଣ ୧.୫୯ ଲକ୍ଷ କୋଟି ଟଙ୍କା ଥିଲା।

Updated On

ଅଗଷ୍ଟରେ ମୋଟ ଜିଏସଟି ଆଦାୟ ୧୦ ପ୍ରତିଶତ ଅଭିବୃଦ୍ଧି ସହ ୧.୭୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି । ୨୦୨୩ ଅଗଷ୍ଟରେ ଏହି ପରିମାଣ ୧.୫୯ ଲକ୍ଷ କୋଟି ଟଙ୍କା ଥିଲା।

ଅଦ୍ୟତନ ହୋଇଛି
gst

ନୂଆଦିଲ୍ଲୀ : ଅଗଷ୍ଟରେ ମୋଟ ଜିଏସଟି ଆଦାୟ ୧୦ ପ୍ରତିଶତ ଅଭିବୃଦ୍ଧି ସହ ୧.୭୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଗତ ମାସ ଅଗଷ୍ଟମାସରେ ଉଲ୍ଲେଖନୀୟ ଜିଏସଟି ଆଦାୟ ହୋଇଛି ଏବଂ ଜିଏସଟି ସଂଗ୍ରହର ଏହି ତଥ୍ୟ ସବୁ କ୍ଷେତ୍ରରେ ସାମଗ୍ରୀ ଓ ସେବା ଟିକସ ବୃଦ୍ଧି ଦେଖାଉଛି। ଜିଏସଟି ଆଦାୟ ମଧ୍ୟରେ କେନ୍ଦ୍ରୀୟ ଜିଏସଟି (ସିଜିଏସଟି), ରାଜ୍ୟ ଜିଏସଟି (ଏସଜିଏସଟି) ଏବଂ ସମନ୍ୱିତ ଜିଏସଟି (ଆଇଜିଏସଟି) ଅନ୍ତର୍ଭୁକ୍ତ ।

ଅଗଷ୍ଟମାସରେ ସରକାର ୧,୭୪,୯୬୨ କୋଟି  ଟଙ୍କାର ଜିଏସଟି ଆଦାୟ କରିଛନ୍ତି । ୨୦୨୩ ଅଗଷ୍ଟରେ ଏହି ପରିମାଣ ୧,୫୯,୦୬୯ କୋଟି ଟଙ୍କା ବା ୧.୫୯ ଲକ୍ଷ କୋଟି ଟଙ୍କା ଥିଲା।

ଅଗଷ୍ଟମାସରେ ସରକାର ୧,୭୪,୯୬୨ କୋଟି  ଟଙ୍କାର ଜିଏସଟି ଆଦାୟ କରିଛନ୍ତି । ୨୦୨୩ ଅଗଷ୍ଟରେ ଏହି ପରିମାଣ ୧,୫୯,୦୬୯ କୋଟି ଟଙ୍କା ବା ୧.୫୯ ଲକ୍ଷ କୋଟି ଟଙ୍କା ଥିଲା।

ଚଳିତ ବର୍ଷର ଏପର୍ଯ୍ୟନ୍ତ ଜିଏସଟି ରାଜସ୍ୱକୁ ଦେଖିଲେ ଚଳିତ ବର୍ଷ ଜାନୁଆରୀ-ଅଗଷ୍ଟ ମଧ୍ୟରେ ୯,୧୩,୮୫୫ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି, ଏହା ୧୦.୧% ବୃଦ୍ଧି ହୋଇଥିବା ବେଳେ ଗତ ବର୍ଷ ଅଗଷ୍ଟ ସୁଦ୍ଧା ସରକାର ଜିଏସଟି ଆଦାୟ ମାଧ୍ୟମରେ ମୋଟ ୮,୨୯,୭୯୬ କୋଟି ଟଙ୍କା ରୋଜଗାର କରିଥିଲେ । ଜାତୀୟ ରାଜଧାନୀ ଦିଲ୍ଲୀ ହେଉ କିମ୍ବା ଦକ୍ଷିଣ ରାଜ୍ୟ କର୍ଣ୍ଣାଟକ, ପଶ୍ଚିମରେ ମହାରାଷ୍ଟ୍ରଠାରୁ ଆରମ୍ଭ କରି ପୂର୍ବର ଆସାମ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକର ଜିଏସଟି ଆଦାୟ ଦର୍ଶାଉଛି ଯେ ସାମଗ୍ରୀ ଓ ସେବା ଟିକସ କ୍ରମାଗତ ଭାବରେ ବୃଦ୍ଧି ପାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe