Image Courtesy of Hindustan Times
ନୂଆଦିଲ୍ଲୀ: ଅକ୍ଟୋବର ମାସରେ ‘ଗୁଡ୍ସ୍ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ’ (ଜିଏସ୍ଟି) ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଥିବା କଥା ରବିବାର ଦିନ ଅର୍ଥ ମନ୍ତ୍ରାଳୟ କହିଛି। ଫେବ୍ରୁଆରି ମାସ ପର ଠାରୁ ‘ଜିଏସ୍ଟି’ ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିବାରେ ଏହା ପ୍ରଥମ ଘଟଣା ବୋଲି ଅର୍ଥ ମନ୍ତ୍ରାଳୟ ସୂଚନା ଦେଇଛି।
ଅର୍ଥମନ୍ତ୍ରାଳୟ କହିଛି ଯେ, ୨୦୨୦ ଅକ୍ଟୋବର ମାସରେ ସଂଗୃହୀତ ମୋଟ୍ ‘ଜିଏସ୍ଟି’ ରାଜସ୍ବ ହେଉଛି ୧,୦୫,୧୫୫ କୋଟି ଟଙ୍କା। ଏଥିସହିତ ଅକ୍ଟୋବର ମାସ ନିମନ୍ତେ ୩୧ ତାରିଖ ପର୍ଯ୍ୟନ୍ତ ଫାଇଲ୍ ହୋଇଥିବା ସମୁଦାୟ ‘ଜିଏସ୍ଟିଆର୍-୩ବି’ ରିଟର୍ଣ୍ଣ ସଂଖ୍ୟା ହେଉଛି ୮୦ ଲକ୍ଷ।
ଗତ ବର୍ଷ ଅକ୍ଟୋବର ମାସରେ ଆଦାୟ ହୋଇଥିବା ‘ଜିଏସ୍ଟି’ ରାଜସ୍ବ ଠାରୁ ଏଥରର ରାଜସ୍ବ ୧୦%ରୁ ଅଧିକ।
Image Courtesy of India Todayଏକ ବିବୃତିରେ ଅର୍ଥ ମନ୍ତ୍ରାଳୟ କହିଛି, ଅକ୍ଟୋବର ମାସରେ ଆଦାୟ ହୋଇଥିବା ୧, ୦୫, ୧୫୫ କୋଟି ଟଙ୍କାର ମୋଟ୍ ‘ଜିଏସ୍ଟି’ ରାଜସ୍ବରୁ ‘ସିଜିଏସ୍ଟି’ ହେଉଛି ୧୯, ୧୯୩ କୋଟି, ‘ଏସ୍ଜିଏସ୍ଟି’ ହେଉଛି ୫,୪୧୧ କୋଟି ଟଙ୍କା, ‘ଆଇଜିଏସ୍ଟି’ ହେଉଛି ୫୨, ୫୪୦ କୋଟି ଟଙ୍କା (ଆମଦାନି ସାମଗ୍ରୀରୁ ଆଦାୟ ହୋଇଥିବା ୨୩,୩୭୫ କୋଟି ଟଙ୍କା ସମେତ) ଏବଂ ‘ସେସ୍’ ହେଉଛି ୮, ୦୧୧ କୋଟି ଟଙ୍କା (ଆମଦାନି ସାମଗ୍ରୀରୁ ଆଦାୟ ହୋଇଥିବା ୯୩୨ କୋଟି ଟଙ୍କା ସମେତ)।
୨୦୧୭ ମସିହାରେ ‘ଜିଏସ୍ଟି’ ଲାଗୁ କରାଯିବା ସମୟରେ ସରକାର ଏହି ରାଜସ୍ବର ସାଧାରଣ ମାନକ ୧ ଲକ୍ଷ କୋଟି ଟଙ୍କା ରଖିଥିଲେ। କିନ୍ତୁ, କରୋନାଭାଇରସ୍ଜନିତ ଲକ୍ଡାଉନ୍ ଯୋଗୁଁ ଏତେ ପରିମାଣରେ ‘ଜିଏସ୍ଟି’ ରାଜସ୍ବ ସଂଗ୍ରହ ହୋଇ ପାରୁ ନ ଥିଲା।
Follow Us