ଓଡ଼ିଶାକୁ ୨୯୯୪ କୋଟିର ଜିଏସ୍‌ଟି କ୍ଷତିପୂରଣ

ଓଡ଼ିଶାକୁ ୨୯୯୪ କୋଟିର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଜିଏସ୍‌ଟି କ୍ଷତିପୂରଣର ତ୍ରୟୋଦଶ କିସ୍ତି ରାଜ୍ୟଗୁଡ଼ିକୁ ଦେଇଛନ୍ତି। ୧୩ ଥରରେ ମୋଟ ୭୮ ହଜାର କୋଟି ଟଙ୍କା ଜାରି ହୋଇଛି। ସେଥିରୁ ଓଡ଼ିଶା ଭାଗରେ ୨୯୯୪.୬୧ କୋଟି ଟଙ୍କା ପଡ଼ିଛି। ପ୍ରତି କିସ୍ତିରେ ହାରାହାରି ଭାବେ ଓଡ଼ିଶା ପ୍ରାୟ ୨୦୮ କୋଟି ଟଙ୍କା ପାଉଛି। ଆଜି କେନ୍ଦ୍ର ସରକାର ଦେଇଥିବା ୬୦୦୦ କୋଟି ଟଙ୍କାରୁ ୨୩ଟି ରାଜ୍ୟ ୫୫୧୬.୬୦ କୋଟି ଟଙ୍କା ଓ ୩ଟି କେନ୍ଦ୍ର ଶାସିତ ଅଞ୍ଚଳକୁ ୪୮୩.୪୦ କୋଟି ଟଙ୍କା ମିଳିଛି। ଜିଏସ୍‌ଟି ଲାଗୁ ହେବା ପରେ ରାଜସ୍ବ ହାନି ସହୁନଥିବା ୫ଟି ରାଜ୍ୟ ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ, ନାଗାଲ୍ୟାଣ୍ଡ୍‌ ଓ ସିକିମ୍‌କୁ କ୍ଷତିପୂରଣ ରାଶି ଦେବାକୁ ପଡ଼ୁନାହିଁ। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଦେବାକୁ ଥିବା ୧.୧୦ ଲକ୍ଷ କୋଟି ଟଙ୍କାର କ୍ଷତିପୂରଣ ରାଶି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୭୦ ପ୍ରତିଶତ ରାଶି ଜାରି କରାଯାଇଛି।

ରିଜର୍ଭ ବ୍ୟାଙ୍କରେ କରାଯାଇଥିବା ଏକ ସ୍ବତନ୍ତ୍ର ବ୍ୟବସ୍ଥା ଜରିଆରେ କେନ୍ଦ୍ର ସରକାର ଋଣ କରି ରାଜ୍ୟଗୁଡ଼ିକୁ ଜିଏସ୍‌ଟି କ୍ଷତିପୂରଣ ଦେଉଛି। ବର୍ତ୍ତମାନ ସୁଦ୍ଧା ହାରାହାରି ସୁଧ ପରିମାଣ ୪.୭୪ ପ୍ରତିଶତ ରହିଛି। ଋଣ ଜରିଆ‌ରେ ଜିଏସ୍‌ଟି କ୍ଷତିପୂରଣ ନେବାକୁ ରାଜି ହୋଇଥିବା ରାଜ୍ୟଗୁଡ଼ିକୁ ଜିଏସ୍‌ଡିପିର ଅତିରିକ୍ତ ୦.୫୦ ପ୍ରତିଶତ ଋଣ କରିବାର ଅନୁମତି ଦିଆଯାଇଛି। ‌ସେହି ଅନୁସାରେ ଓଡ଼ିଶା ପାଖରେ ୨୮୫୮ କୋଟି ଟଙ୍କାର ଅତିରିକ୍ତ ଋଣ କରିବା ସୁଯୋଗ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe