ଅନଲାଇନ ପେମେଣ୍ଟ୍ ଉପରେ ଲାଗିବ ୧୮% ଜିଏସଟି !

Advertisment

୨୦୦୦ ଟଙ୍କାରୁ କମ୍ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ କାରବାର ଉପରେ ଆଦାୟ ହେଉଥିବା  ମର୍ଚ୍ଚାଣ୍ଟ ଫି ଉପରେ ଏବେ ୧୮ ପ୍ରତିଶତ ଜିଏସଟି ଆଦାୟ କରାଯିବାକୁ ଜିଏସଟି ପରିଷଦ ବୈଠକରେ ପ୍ରସ୍ତାବ ଦିଆଯାଇଛି । କିନ୍ତୁ ସଦସ୍ୟମାନେ ବିରୋଧ କରିବା ପରେ ଏହାକୁ ଫିଟମେଣ୍ଟ କମିଟିକୁ ପଠାଯାଇଛି ।

gst meet

ନୂଆଦିଲ୍ଲୀ: ସୋମବାର ଅନୁଷ୍ଠିତ ଜିଏସଟି କାଉନସିଲ ବୈଠକରେ ଡେବିଟ୍ ଓ କ୍ରେଡିଟ୍ କାର୍ଡ ତଥା ଅନଲାଇନ ପେମେଣ୍ଟକୁ ନେଇ ବଡ ନିଷ୍ପତ୍ତି ନିଆଯାଇଛି । ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୦୦ ଟଙ୍କାରୁ କମ୍ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ କାରବାର ଉପରେ ଆଦାୟ ହେଉଥିବା  ମର୍ଚ୍ଚାଣ୍ଟ ଫି ଉପରେ ଏବେ ୧୮ ପ୍ରତିଶତ ଜିଏସଟି ଆଦାୟ କରାଯିବ। ପେମେଣ୍ଟ ଗେଟୱେ ଉପରେ ବି ଏହା ଲାଗୁ ହେବ। 

 ଅର୍ଥାତ୍ ପେମେଣ୍ଟ ଏଗ୍ରିଗେଟରମାନେ ଆଦାୟ କରୁଥିବା ରାଶି ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେବାକୁ ପ୍ରସ୍ତାବ ଦିଆଯାଇଛି । ସରଳଭାଷାରେ କହିଲେ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ କିମ୍ବା କ୍ୟୁଆର୍ କୋଡ୍ ଜରିଆରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କଲେ, ତାହା ଉପରେ ଆଦାୟ କରାଯାଉଥିବା ଆଗ୍ରିଗେଟର ଫି' ଉପରେ ମଧ୍ୟ ୧୮% ଜିଏସଟି ଲାଗିବ। 

 କିନ୍ତୁ ତେବେ ଏହି ଟିକସ ଆଦାୟ କଲେ ତାହା ସିଧାସଳଖ ଗ୍ରାହକମାନଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଥିବାରୁ ଏହି ପ୍ରସ୍ତାବକୁ ନେଇ ବୈଠକରେ ସଦସ୍ୟମାନେ ତୀବ୍ର ବିରୋଧ କରିଥିଲେ । ଏହା ପରେ ଏହି ପ୍ରସ୍ତାବକୁ ଫିଟମେଣ୍ଟ କମିଟିକୁ ପଠାଯାଇଥିଲା । ଉତ୍ତରାଖଣ୍ଡ  ଅର୍ଥମନ୍ତ୍ରୀ ପ୍ରେମ ଚାନ୍ଦ ଅଗ୍ରୱାଲ କହିଛନ୍ତି ଯେ ଏହି ମାମଲାକୁ ଫିଟମେଣ୍ଟ କମିଟିକୁ ପଠାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe