ଜିଏସ୍‌ଟି ପରିଷଦ ବୈଠକ ସ୍ଥଗିତ : ଅକ୍ଟୋବର ୫ରେ ବସିବ ପରବର୍ତୀ ବୈଠକ, କ୍ଷତିପୂରଣ ରାଶିକୁ ନେଇ ରହିଛି ମତଭେଦ

Advertisment
ଜିଏସ୍‌ଟି ହାର ବଢ଼ିବ, ସ୍ଲାବ୍‌ କମିବ

The Hindu

ନୂଆଦିଲ୍ଲୀ : ଜିଏସ୍‌ଟି କ୍ଷତିପୂରଣକୁ ନେଇ କେନ୍ଦ ଓ ରାଜ୍ୟ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଚଳିତ ମାସ ୧୯ରେ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକକୁ ସ୍ଥଗିତ ରଖାଯାଇଛି। ଏହି ବୈଠକ ‌ଅକ୍ଟୋବର ୫ରେ ଆୟୋଜନ କରିବାକୁ ବିଚାର କରାଯାଉଥିବା ଜଣାପଡ଼ିଛି। ରାଜ୍ୟଗୁଡ଼ିକୁ କ୍ଷତିପୂରଣ ରାଶି ଦେବା ଲାଗି କେନ୍ଦ୍ର ସରକାର ଗତ ବୈଠକରେ ଅକ୍ଷମତା ପ୍ରକାଶ କରିଥିଲେ। ଋଣ ଜରିଆରେ କ୍ଷତିପୂରଣ ରାଶି ଯୋଗାଇ ଦେବା ଲାଗି ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ଦୁଇଟି ବିକଳ୍ପ ଦେଇଛନ୍ତି। କିନ୍ତୁ ରାଜ୍ୟଗୁଡ଼ିକୁ ନିଜ ଆଡ଼ୁ ଋଣ କରିବାକୁ ସରକାର କହିଛନ୍ତି। କେନ୍ଦ୍ରର ପ୍ରସ୍ତାବକୁ ଅଣ-ବିଜେପି ଶାସିତ ରାଜ୍ୟଗୁଡ଼ିକ ବିରୋଧ କରୁଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଏପ୍ରସଙ୍ଗ‌ର ନିଜର ସ୍ଥିତି ସ୍ପଷ୍ଟ କରୁନାହାନ୍ତି। ଜିଏସ୍‌ଟି ପରିଷଦର ଆଗାମୀ ବୈଠକରେ କେତେକ ସାମଗ୍ରୀ ଉପରୁ ଟିକସ ହାର କମ୍ କରିବା ଏବଂ କ୍ଷତିପୂରଣ ରାଶି ଲାଗି ପାଣ୍ଠି ଯୋଗାଡ଼ କରିବା ପାଇଁ ସେସ୍‌ ମାତ୍ରା ବଢ଼ାଇବା ଉପରେ ନିଷ୍ପତ୍ତି ଗ୍ରହଣ କରାଯିବାର ସମ୍ଭାବନା ରହିଛି।

ଯେହେତୁ କେନ୍ଦ୍ର ଦେଇଥିବା ପ୍ରସ୍ତାବକୁ ୍ରଅନେକ ରାଜ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି, ତେଣୁ ଆଗାମୀ ଜିଏସ୍‌ଟି ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ କଡ଼ା ପ୍ରଶ୍ନ ସାମ୍ନା କରିବାକୁ ପଡ଼ିବ। କାରଣ ରାଜ୍ୟଗୁଡ଼ିକ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛନ୍ତି। ଧୀରେ ଧୀରେ ରାଜ୍ୟଗୁଡ଼ିକ ପାଖରେ ଥିବା କ୍ଷମତାକୁ କେନ୍ଦ୍ର ସରକାର ହରଣ କରୁଥିବା ଅଭିଯୋଗ ହେଉଛନ୍ତି। ଦେଶର ସଂଘୀୟ ବ୍ୟବସ୍ଥା ପ୍ରତି ଏହି ସରକାର ବିପଦ ବୋଲି କିଛି ରାଜ୍ୟ ଅଭିଯୋଗ କରୁଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟଗୁଡ଼ିକୁ ମନାଇ ଏକ ସମାଧାନର ବାଟ ବାହାର କରିବା ନିଶ୍ଚିତ ରୂପେ ଏକ ବହୁତ ବଡ଼ କାର୍ଯ୍ୟ। ଅତି ଚତୁରତାର ସହ ଏହି ପ୍ରସଙ୍ଗର ସମାଧାନ ପନ୍ଥା ବାହାର କରିବାକୁ ହେବ। ଏହା ପୂର୍ବରୁ ଅଗଷ୍ଟ ୨୭ରେ ଜିଏସ୍‌ଟି ପରିଷଦର ୪୧ତମ ବୈଠକ ଅନୁଷ୍ଠିତ ହୋଇଥିଲା। ସେହି‌ ବୈଠକରେ କେନ୍ଦ୍ର ରାଜ୍ୟଗୁଡ଼ିକୁ ଦୁଇଟି ପ୍ରସ୍ତାବ ଦେଇଛି। କେନ୍ଦ୍ର ହିସାବ ଦେଇଛି ଯେ କରୋନା ମହାମାରୀ ପ୍ରଭାବ ଯୋଗୁଁ ଏବର୍ଷ ଜିଏସ୍‌ଟି ଆଦାୟ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୨.୩୫ ଲକ୍ଷ କୋଟି ଟଙ୍କା କମ୍ ରହିବ। ସେଥି ମଧ୍ୟରୁ ୯୭ ହଜାର କୋଟି ଟଙ୍କା ହେଉଛି ଜିଏସଟି କ୍ଷତିପୂରଣ ବାବଦ ରାଶି। ରାଜ୍ୟଗୁଡ଼ିକ ଚାହିଲେ ୯୭ ହଜାର କୋଟି ଟଙ୍କା କିମ୍ବା ୨.୩୫ ଲକ୍ଷ କୋଟି ଟଙ୍କାର ଋଣ ନେଇପାରିବେ। ସେଥିପାଇଁ ରିଜର୍ଭ ବ୍ୟାଙ୍କରେ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଯଦି ରାଜ୍ୟଗୁଡ଼ିକ ୯୭ ହଜାର କୋଟି ଟଙ୍କାର ଋଣ ନେବେ ତାହା ସେମାନଙ୍କ ଖାତାରେ ଋଣ ଭାବେ ସ୍ଥାନ ପାଇବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe