ଏମ୍‌ଏସ୍‌ଏମ୍‌ଇ ପାଇଁ ଜିଏସ୍‌ଟି ଛାଡ଼ ସୀମା ବୃଦ୍ଧି ନିଷ୍ପତ୍ତି ଜାନୁଆରିରେ

Advertisment
ଏମ୍‌ଏସ୍‌ଏମ୍‌ଇ ପାଇଁ ଜିଏସ୍‌ଟି ଛାଡ଼ ସୀମା ବୃଦ୍ଧି ନିଷ୍ପତ୍ତି ଜାନୁଆରିରେ

ନୂଆଦିଲ୍ଲୀ: ଜିଏସଟି ପରିଷଦର ପରବର୍ତ୍ତୀ ବୈଠକ ଆସନ୍ତା ଜାନୁଆରିରେ ହେବ। ଏହି ବୈଠକରେ ଆବାସିକ ସମ୍ପତ୍ତିର ଟିକସ ହାର ପରିବର୍ତ୍ତନ ସହିତ ଜିଏସ୍‌ଟି ପରିସରଭୁକ୍ତ ହେବା ପାଇଁ ଏମ୍‌ଏସ୍‌ଏସ୍‌ଇ ଗୁଡ଼ିକର ବାର୍ଷିକ କାରବାର ସୀମା ବୃଦ୍ଧି ନିଷ୍ପତ୍ତି ନିଆଯିବ। କେନ୍ଦ୍ର ‌ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲି ଆଜି ଏହି ସୂଚନା ଦେଇଛନ୍ତି। ଏବେ ବାର୍ଷିକ ୨୦ ଲକ୍ଷ ଟଙ୍କା କାରବାର କରୁଥିବା ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକୁ ଜିଏସ୍‌ଟିରୁ ମୁକ୍ତ ରଖାଯାଇଛି। ସେହିଭଳି ଛୋଟ ‌ଛୋଟ ସପ୍ଲାୟରଙ୍କ ପାଇଁ କମ୍ପୋଜିସନ ସ୍କିମ୍, ବିପର୍ଯ୍ୟୟ ସେସ୍ ଓ ଲଟେରି ଉପରେ ଟିକସ ହାର ସମ୍ପର୍କରେ ଆଗାମୀ ବୈଠକରେ ଆଲୋଚନା ହେବ। ଏବେ ଘର ବିକ୍ରି ସମୟରେ ଯଦି କମ୍ପ୍ଲିସନ ସାର୍ଟିଫିକେଟ ଥାଏ ତାହେଲେ ଗ୍ରାହକଙ୍କଠାରୁ ଜିଏସଟି ଆଦାୟ କରାଯାଉ ନାହିଁ। ତେବେ ନିର୍ମାଣାଧୀନ କିମ୍ବା ରେଡି ଟୁ ମୁଭ୍ ଫ୍ଲାଟ କ୍ରୟ କରିଲେ ୧୨% ଜିଏସଟି ଆଦାୟ କରାଯାଉଛି। ଏ ବିଷୟରେ ଆଲୋଚନା କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ଜେଟଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe