କୋଚିଂ ସେଣ୍ଟରକୁ ମିଳିବନି ଜିଏସ୍‌ଟି ଛାଡ଼

Advertisment
ଜିଏସଟି ରାଜସ୍ବ ଉପରେ କରୋନା ମାଡ଼, ମେ' ମାସରେ ୧ଲକ୍ଷ ୨ ହଜାର କୋଟିକୁ କମିଲା

ETNOW

ନୂଆଦିଲ୍ଲୀ: କୋଚିଂ ସେଣ୍ଟରଗୁଡ଼ିକୁ କୌଣସି ପ୍ରକାରର ଜିଏସ୍‌ଟି ଛାଡ଼ ସୁବିଧା ମିଳିବ ନାହିଁ। ଅଥରିଟି ଫର ଆଡଭାନ୍ସ ରୁଲିଂ (ଏଏଆର୍‌)ର ଆନ୍ଧ୍ରପ୍ରଦେଶ ଖଣ୍ଡପୀଠ ଏହା ଜଣାଇଛନ୍ତି। ଏହା ପୂର୍ବରୁ ଏଏଆର୍‌ର ମହାରାଷ୍ଟ୍ର ଖଣ୍ଡପୀଠ ମଧ୍ୟ ସମାନ ନିଷ୍ପତ୍ତି ଗ୍ରହଣ କରିଥିଲେ। ଜିଏସଟି ନିୟମରେ ଉଲ୍ଲେଖ ରହିଛଥି ଯେ ପାଠ୍ୟକ୍ରମର ଅଂଶ ହୋଇଥିବା ଶିକ୍ଷା କିମ୍ବା ଆଇନଗତ ଭାବେ ଗ୍ରହଣଯୋଗ୍ୟ ହେଉଥିବା ଯୋଗ୍ୟତା ହାସଲ କରିବା ପାଇଁ ଦିଆଯାଉଥିବା ଶିକ୍ଷା କ୍ଷେତ୍ରରେ ଛାଡ଼ ମିଳିପାରିବ।

ଜିଏସ୍‌ଟି ଛାଡ଼ ସୁବିଧା ପାଇବା ଲାଗି ମାଷ୍ଟର ମାଇଣ୍ଡ୍‌ ନାମକ ଏକ କୋଚିଂ ସେଣ୍ଟର ଆବେଦନ କରିଥିଲା। ଏହା ଆକାଉଣ୍ଟିଂ ଓ କଷ୍ଟ ଆକାଉଣ୍ଟାନ୍ସି ଉପରେ ମଧ୍ୟ କୋଚିଂ ପ୍ରଦାନ କରୁଛି। ତେବେ ଆବେଦନକାରୀଙ୍କ ମାମଲାର ଶୁଣାଣି ବେଳେ ଏଏଆର୍‌ର ଆନ୍ଧ୍ରପ୍ରଦେଶ ଖଣ୍ଡପୀଠ ଜଣାଇଛନ୍ତି, ଇନଷ୍ଟିଚ୍ୟୁଟ୍‌ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ୍‌ କିମ୍ବା ଇନଷ୍ଟିଚ୍ୟୁଟ୍‌ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟସ୍‌ରୁ ଇଣ୍ଟର କିମ୍ବା ଫାଇନାଲ୍ ସାର୍ଟିଫିକେଟ୍ ପାଇବା ଲାଗି ସଂସ୍ଥା ହେଉଥିବା କୋଚିଂ ବାଧ୍ୟତାମୂଳକ ନୁହେଁ। କୋଚିଂ ସେଣ୍ଟର ପକ୍ଷରୁ କୌଣସି ସାର୍ଟିଫିକେଟ୍‌ ଦିଆଯାଉନାହିଁ। ଆବେଦନକାରୀ ସଂସ୍ଥା କୌଣସି ସ୍ବୀକୃତିପ୍ରାପ୍ତ କିମ୍ବା ମାନ୍ୟତାପ୍ରାପ୍ତ ସଂସ୍ଥା ସହ ପଞ୍ଜୀକୃତ ମଧ୍ୟ ହୋଇନାହିଁ। ଏହି ସବୁ ଦୃଷ୍ଟିରୁ କୋଚିଂ ସେଣ୍ଟର୍‌ଗୁଡ଼ିକ ଜିଏସ୍‌ଟି ଛାଡ଼ ସୁବିଧା ପାଇବାକୁ ‌ଯୋଗ୍ୟ ନୁହନ୍ତି ବୋଲି ଏଏଆର୍‌ର ଆନ୍ଧ୍ରପ୍ରଦେଶ ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe