ଆସବାବପତ୍ର, ପ୍ଲାଷ୍ଟିକ୍‌ ପାଇପ୍‌ ଉପରୁ ଜିଏସ୍‌ଟି କମିବ

ଆସବାବପତ୍ର, ପ୍ଲାଷ୍ଟିକ୍‌ ପାଇପ୍‌ ଉପରୁ ଜିଏସ୍‌ଟି କମିବ

ନୂଆଦିଲ୍ଲୀ: ଲୋକମାନେ ଅଧିକ ମତ୍ରାରେ ବ୍ୟବହାର କରୁଥିବା ସାମଗ୍ରୀ ଉପରୁ ଜିଏସ୍‌ଟି କମ୍‌ କରିବା ଉପରେ ସରକାର ବିଚାର କରୁଛନ୍ତି। ଏ ବିଷୟରେ ରାଜସ୍ୱ ସଚିବ ହସମୁଖ ଆଧିଆ ସୂଚନା ପ୍ରଦାନ କରିଛନ୍ତି। ଆସବାବପତ୍ର, ପ୍ଲାଷ୍ଟିକ୍‌ ପାଇପ୍‌ ଏବଂ ଇଲେକ୍ଟ୍ରିକ୍‌ ସ୍ୱିଚ୍‌ ଭଳି ବହୁଳ ଭାବେ ବ୍ୟବହୃତ ହେଉଥିବା ସାମଗ୍ରୀ ଉପରୁ ଜିଏସ୍‌ଟି କମ୍‌ କରାଯିବ। ତେବେ ପେଟ୍ରୋଲ ଏବଂ ଡିଜେଲ୍‌ ଉପରେ ଜିଏସ୍‌ଟି ଲଗାଇବା ପାଇଁ ବହୁତ ସମୟ ଲାଗିବ ବୋଲି ଆଧିଆ କହିଛନ୍ତି। ଏବେ ପେଟ୍ରୋଲ ଏବଂ ଡିଜେଲ ଉପରେ ଜିଏସ୍‌ଟି ଲଗାଇବାର କୌଣସି ସମ୍ଭାବନା ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।
କଞ୍ଜ୍ୟୁମର ଗୁଡ୍‌ସ ( ଉପଭୋକ୍ତା ସାମଗ୍ରୀ) ଉପରୁ ଜିଏସ୍‌ଟି କମ୍‌ କରାଯାଇପାରିବ ନାହିଁ ବୋଲି ଶ୍ରୀ ଆଧିଆ କହିଛନ୍ତି।
ଚଳିତ ମାସ ୬ରେ ଅନୁଷ୍ଠିତ ହୋଇଥିବା ଜିଏସ୍‌ଟି ପରିଷଦ ବୈଠକରେ ଡିଜେଲ୍‌ ଇଞ୍ଜିନ୍‌ର ପାର୍ଟସ୍‌ ଏବଂ ପମ୍ପ୍‌ ଉପରୁ ଜିଏସ୍‌ଟି ହାରକୁ ୨୮%ରୁ ହ୍ରାସ କରି ୧୮% କରାଯାଇଥିଲା। ପରିଷଦ ପକ୍ଷରୁ ୨୭ଟି ସାମଗ୍ରୀର ଜିଏସ୍‌ଟି ହାର କମ୍‌ କରାଯାଇଥିଲା। ଏହି ସହିତ କ୍ଷୁଦ୍ର ବ୍ୟବସାୟୀ ଏବଂ ରପ୍ତାନିକାରୀମାନଙ୍କ ପାଇଁ ମଧ୍ୟ ସୁବିଧା ପ୍ରଦାନ କରାଯାଇଥିଲା।
ପେଟ୍ରୋଲ୍‌ ଏବଂ ଡିଜେଲ୍‌କୁ ଜିଏସ୍‌ଟି ଅଧୀନକୁ ଆଣିବା ପାଇଁ ତୈଳ ମନ୍ତ୍ରଣାଳୟ ଦାବି କରୁଛି। ମାତ୍ର କେନ୍ଦ୍ର ସରକାର ସେହି ଦାବିକୁ ପ୍ରତିଥର ଖଣ୍ଡନ କରିଛନ୍ତି।
ରିଅଲ ଇଷ୍ଟେଟ୍‌କୁ ଜିଏସ୍‌ଟି ଅଧିନକୁ ଆଣିବା ଉପରେ କିଛି ଦିନ ତଳେ ଚର୍ଚା ଆରମ୍ଭ ହୋଇଛି। କିନ୍ତୁ ରାଜ୍ୟଗୁଡ଼ିକ ଏଥିପାଇଁ ସହମତ ହେବେ ନାହିଁ ବୋଲି ଆଧିଆ କହିଛନ୍ତି। ବର୍ତମାନ ଦେଶର ବିଭିନ୍ନ ସାମଗ୍ରୀ ଏବଂ ସେବାକୁ ଜିଏସ୍‌ଟିର ଚାରିଟି ସ୍ଲାବ୍‌ ୫,୧୨,୧୮ ଏବଂ ୨୮%ରେ ଭାଗ କରାଯାଇଛି। ଏହା ବ୍ୟତୀତ ସୁନା ଏବଂ ଗହଣା ଉପରେ ୩% ଜିଏସ୍‌ଟି ଲାଗୁ କରାଯାଇଥିବା ବେଳେ ହୀରା ଉପରେ ୦.୨୫% ଟିକସ ଲାଗୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe